ପୁଣି ନମାଜକୁ ବିରୋଧ କରି ବିଶୃଙ୍ଖଳା ଓ ବିକ୍ଷୋଭ

ଗୁରୁଗ୍ରାମ: ପବିତ୍ର ଶୁକ୍ରବାରରେ ନମାଜ ପାଠକୁ ବିରୋଧ କରି ପୁଣିଥରେ ଗୁରୁଗ୍ରାମରେ ବିଶୃଙ୍ଖଳା ଦେଖିବାକୁ ମିଳିଛି। ସରକାରଙ୍କ ଅନୁମୋଦନକ୍ରମେ ମୁସଲିମ ସଂପ୍ରଦାୟର ଲୋକମାନେ ନମାଜ ପାଠ କରୁଥିଲେ ମଧ୍ୟ ଏହାକୁ କିଛି ଲୋକ ନାରାବାଜୀ ଦ୍ୱାରା ବିରୋଧ କରିଛନ୍ତି। ସେମାନେ ହାତରେ ପ୍ଲାକକାର୍ଡ ଧରି ପ୍ରଶାସନକୁ ନିଦରୁ ଉଠିବାକୁ କହିଛନ୍ତି। ଘଟଣାକୁ ନେଇ ଉତ୍ତେଜନା ପ୍ରକାଶ ପାଇବାରୁ ଗୁରୁଗ୍ରାମର ସେକ୍ଟର-୧୨ରେ ବିପୁଳ ସଂଖ୍ୟାରେ ପୁଲିସ ଫୋର୍ସ ମୁତୟନ କରାଯାଇଛି। ସେହିପରି ୩୦ ଜଣ ଆନ୍ଦୋଳନକାରୀଙ୍କୁ ଅଟକ ରଖାଯାଇଛି। […]

Gurgram

Gurgram

Hemant Lenka
  • Published: Friday, 29 October 2021
  • Updated: 29 October 2021, 05:49 PM IST

Sports

Latest News

ଗୁରୁଗ୍ରାମ: ପବିତ୍ର ଶୁକ୍ରବାରରେ ନମାଜ ପାଠକୁ ବିରୋଧ କରି ପୁଣିଥରେ ଗୁରୁଗ୍ରାମରେ ବିଶୃଙ୍ଖଳା ଦେଖିବାକୁ ମିଳିଛି। ସରକାରଙ୍କ ଅନୁମୋଦନକ୍ରମେ ମୁସଲିମ ସଂପ୍ରଦାୟର ଲୋକମାନେ ନମାଜ ପାଠ କରୁଥିଲେ ମଧ୍ୟ ଏହାକୁ କିଛି ଲୋକ ନାରାବାଜୀ ଦ୍ୱାରା ବିରୋଧ କରିଛନ୍ତି।

ସେମାନେ ହାତରେ ପ୍ଲାକକାର୍ଡ ଧରି ପ୍ରଶାସନକୁ ନିଦରୁ ଉଠିବାକୁ କହିଛନ୍ତି। ଘଟଣାକୁ ନେଇ ଉତ୍ତେଜନା ପ୍ରକାଶ ପାଇବାରୁ ଗୁରୁଗ୍ରାମର ସେକ୍ଟର-୧୨ରେ ବିପୁଳ ସଂଖ୍ୟାରେ ପୁଲିସ ଫୋର୍ସ ମୁତୟନ କରାଯାଇଛି। ସେହିପରି ୩୦ ଜଣ ଆନ୍ଦୋଳନକାରୀଙ୍କୁ ଅଟକ ରଖାଯାଇଛି।

ଗତ ଶୁକ୍ରବାର ଓ ତା’ ପୂର୍ବରୁ ମଧ୍ୟ ସେକ୍ଟର ୧୨ ଏବଂ ସେକ୍ଟର ୪୭ରେ ନମାଜ ପାଠକୁ ବିରୋଧ କରି ବିକ୍ଷୋଭ କରାଯାଇଥିଲା। ଆଜି ମଧ୍ୟ ସେକ୍ଟର ୧୨ରେ ସମାନ ଘଟଣା ଘଟିବାରୁ ପୁଲିସ୍‌ ତୁରନ୍ତ ବିକ୍ଷୋଭକାରୀଙ୍କୁ ଉଠାଇ ନେଇଛି।

ଗୁରୁଗ୍ରାମ ଏସ୍‌ଡିଏମ ଅନିତା ଚୌଧୁରୀ କହିଛନ୍ତି, ଏଠାରେ ସବୁ କିଛି ଶାନ୍ତିପୂର୍ଣ୍ଣ ରହିଛି। ନମାଜରେ ବିଶୃଙ୍ଖଳା ସୃଷ୍ଟି କରିବାକୁ ଆସିଥିବା ଲୋକଙ୍କୁ ଆମେ ଅଟକ ରଖିଛୁ। ଆମେ କିଛି ସପ୍ତାହ ହେଲାଣି ସେମାନଙ୍କ ସହ ବୁଝାମଣା କରିବାକୁ ଚେଷ୍ଟା କରିଛୁ। କିନ୍ତୁ କିଛି ବି ଫଳାଫଳ ନ ମିଳିବାରୁ ଆମେ ବାଧ୍ୟ ହୋଇ ପଦକ୍ଷେପ ଗ୍ରହଣ କରିଛୁ।

ପ୍ରଶାସନ ପକ୍ଷରୁ ନମାଜ ପାଠ ପାଇଁ ୩୭ଟି ସ୍ଥାନ ସଂରକ୍ଷଣ କରାଯାଇଛି। ସେଠାରେ ସବୁ ପ୍ରକାରର ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ଉକ୍ତ ସ୍ଥାନରେ ଲୋକମାନେ ନମାଜ ପାଠ କରିପାରିବେ ବୋଲି କହିଛନ୍ତି।

ଆଜି ସାମ୍ନାକୁ ଆସିଥିବା ଭିଡିଓ ଅନୁଯାୟୀ, ସେକ୍ଟର ୧୨ ନିକଟରେ ବିନା ମାସ୍କରେ କିଛି ଲୋକ ଏକାଠି ହେବା ସହ ନମାଜ ପାଠକୁ ବିରୋଧ କରି “ବନ୍ଦ କର, ବନ୍ଦ କର” ନାରା ଦେଇଥିଲେ। ସେମାଙ୍କ ହାତରେ ପ୍ରଶାସନକୁ ବିରୋଧ କରି ପ୍ଲାକାର୍ଡ ମଧ୍ୟ ରହିଥିଲା। ତେବେ ପୁଲିସ୍‌ ବ୍ୟାରିକେଡ କରି ନମାଜ ପାଠ ସ୍ଥଳକୁ ସୁରକ୍ଷା ଦେବା ସହ ବିକ୍ଷୋଭକାରୀଙ୍କୁ ଗାଡ଼ି ବସାଇ ନେଇ ଯାଉଥିବା ଦୃଶ୍ୟ ଦେଖିବାକୁ ମିଳିଛି।

ସୂଚନାଯୋଗ୍ୟ, ତୃତୀୟ ଥର ପାଇଁ ଶୁକ୍ରବାର ନମାଜ ପାଠ ବେଳେ ଏପରି ଘଟଣା ଘଟିଛି। ଗତ ଶୁକ୍ରବାର ମୁସଲିମ ସଂପ୍ରଦାୟର ଲୋକମାନେ ନମାଜ ପାଠ କରୁଥିବା ବେଳେ କିଛି ଲୋକ ଜୟ ଶ୍ରୀରାମ ନାରା ଦେଇଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos