ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂହଙ୍କ ଇସ୍ତଫା ଦାବି ତେଜିଲା, ୩୦ ବିଧାୟକଙ୍କ ସହ ୪ ମନ୍ତ୍ରୀ ଉଠାଇଲେ ସ୍ୱର

ନୂଆଦିଲ୍ଲୀ: ପଞ୍ଜାବ କଂଗ୍ରେସ ମୁଖ୍ୟ ନବଜୋତ ସିଂହ ସିଦ୍ଧୁ ଓ ମୁଖ୍ୟମନ୍ତ୍ରୀ କ୍ୟାପ୍ଟେନ ଅମରିନ୍ଦର ସିଂହଙ୍କ ମଧ୍ୟରେ ସୃଷ୍ଟି ହୋଇଥିବା ବିବାଦ ଥମିବାର ନାଁ ଧରୁନି। ନିକଟରେ ସିଦ୍ଧୁଙ୍କ ପରାମର୍ଶଦାତା କଶ୍ମୀର ଓ ପାକିସ୍ତାନକୁ ନେଇ ବୟାନ ଦେବା ପରେ ଅମରିନ୍ଦର ସିଂହଙ୍କ ଗୋଷ୍ଠୀ ଆଟାକିଂ ମୁଡ୍‌କୁ ଚାଲି ଆସିଥିଲା। ଏବେ ସିଦ୍ଧୁଙ୍କ ଗୋଷ୍ଠୀ ଅମରିନ୍ଦରଙ୍କ ଉପରେ ପାଲଟା ଆକ୍ରମଣ କରିଛି। ଅମରିନ୍ଦର ସିଂହ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦିଅନ୍ତୁ ବୋଲି ୩୦ ବିଧାୟକଙ୍କ ସମେତ ୪ […]

Punjab

Punjab

Hemant Lenka
  • Published: Tuesday, 24 August 2021
  • Updated: 24 August 2021, 05:49 PM IST

ନୂଆଦିଲ୍ଲୀ: ପଞ୍ଜାବ କଂଗ୍ରେସ ମୁଖ୍ୟ ନବଜୋତ ସିଂହ ସିଦ୍ଧୁ ଓ ମୁଖ୍ୟମନ୍ତ୍ରୀ କ୍ୟାପ୍ଟେନ ଅମରିନ୍ଦର ସିଂହଙ୍କ ମଧ୍ୟରେ ସୃଷ୍ଟି ହୋଇଥିବା ବିବାଦ ଥମିବାର ନାଁ ଧରୁନି। ନିକଟରେ ସିଦ୍ଧୁଙ୍କ ପରାମର୍ଶଦାତା କଶ୍ମୀର ଓ ପାକିସ୍ତାନକୁ ନେଇ ବୟାନ ଦେବା ପରେ ଅମରିନ୍ଦର ସିଂହଙ୍କ ଗୋଷ୍ଠୀ ଆଟାକିଂ ମୁଡ୍‌କୁ ଚାଲି ଆସିଥିଲା।

ଏବେ ସିଦ୍ଧୁଙ୍କ ଗୋଷ୍ଠୀ ଅମରିନ୍ଦରଙ୍କ ଉପରେ ପାଲଟା ଆକ୍ରମଣ କରିଛି। ଅମରିନ୍ଦର ସିଂହ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦିଅନ୍ତୁ ବୋଲି ୩୦ ବିଧାୟକଙ୍କ ସମେତ ୪ ଜଣ ମନ୍ତ୍ରୀ ଖୋଲାଖୋଲି ସ୍ୱର ଉଠାଇଛନ୍ତି। ଏହାକୁ ନେଇ ପଞ୍ଜାବ ରାଜନୀତି ସରଗରମ ହୋଇ ଉଠିଛି।

ମିଳିଥିବା ସୂଚନା ଅନୁଯାୟୀ, ୫ ବିଧାୟକଙ୍କୁ ନେଇ ଗଠିତ ପ୍ରତିନିଧି ମଣ୍ଡଳରେ ଥିବା ତ୍ରିପତ ରାଜେନ୍ଦର ବାଜୱା, ସୁଖଜିନ୍ଦର ସିଂହ ରାନ୍ଧୱା, ଚରଣଜିତ ସିଂହ ଚାନ୍ନି, ସୁଖବିନ୍ଦର ସିଂହ ସରକାରିଆ ଓ କଂଗ୍ରେସର ରାଜ୍ୟ ସାଧାରଣ ସମ୍ପାଦକ ପରଗତ ସିଂହ ମିଳିତ ଭାବେ ଅମରିନ୍ଦର ସିଂହଙ୍କ ବିରୋଧରେ ମେଳି କରି ଦିଲ୍ଲୀ ଯିବେ।

ଏମାନେ ସମସ୍ତେ ସିଦ୍ଧୁଙ୍କ ଘନିଷ୍ଠ ସହଯୋଗୀ ଭାବେ ଜଣାଶୁଣା। ଏହି ପ୍ରତିନିଧି ମଣ୍ଡଳ ଦିଲ୍ଲୀରେ ହାଇକମାଣ୍ଡକୁ ଭେଟିବା ସହ ଅମରିନ୍ଦରଙ୍କୁ ମୁଖ୍ୟମନ୍ତ୍ରୀ ପଦରୁ ହଟାଇବାକୁ ଦାବି ଜଣାଇବେ। ଏମାନେ ୩୦ ବିଧାୟକଙ୍କ ସହ ୪ ମନ୍ତ୍ରୀ ଲେଖିଥିବା ଏକ ସ୍ମାରକପତ୍ର ମଧ୍ୟ ହାଇକମାଣ୍ଡଙ୍କୁ ଦେବେ ବୋଲି ଜଣାପଡ଼ିଛି।

ବିଦ୍ରୋହୀ ବିଧାୟକ ଓ ମନ୍ତ୍ରୀମାନେ କହିଛନ୍ତି ଯେ ପଞ୍ଜାବରେ ସୃଷ୍ଟି ହୋଇଥିବା ସମସ୍ୟାକୁ ସମାଧାନ କରିବାରେ ଅମରିନ୍ଦର ସିଂହ ବିଫଳ ହୋଇଛନ୍ତି। ଏଥିସହ ୨୦୧୭ ବିଧାନସଭା ନିର୍ବାଚନ ବେଳେ ସେ ଲୋକଙ୍କୁ ଦେଇଥିବା ପ୍ରତିଶ୍ରୁତି ମଧ୍ୟ ପୂରଣ କରିପାରି ନାହାନ୍ତି। ତେଣୁ ସେ ପଦ ଛାଡ଼ିବା ଦଳ ପାଇଁ ଭଲ ବୋଲି ବିଦ୍ରୋହୀମାନେ କହିଛନ୍ତି।

ସୂଚନାଯୋଗ୍ୟ, ପଞ୍ଜାବ କଂଗ୍ରେସ ମୁଖ୍ୟ ସିଦ୍ଧୁଙ୍କ ଦୁଇ ଜଣ ପରାମର୍ଶଦାତା ପାକିସ୍ତାନ ଓ କଶ୍ମୀର ଉପରେ ଦେଇଥିବା ମନ୍ତବ୍ୟକୁ ନେଇ ବିବାଦ ସୃଷ୍ଟି ହୋଇଛି। ନିଜର ବୟାନ ପାଇଁ ଉଭୟ କଂଗ୍ରେସ ଭିତରୁ ଓ ବାହାରୁ ସମାଲୋଚନାର ଶିକାର ହୋଇଛନ୍ତି। ସିଦ୍ଧୁ ପୂରା ପ୍ରସଙ୍ଗରେ ଚୁପ ରହିଥିବାରୁ ତାଙ୍କ ଆଭିମୁଖ୍ୟକୁ ନେଇ ମଧ୍ୟ ପ୍ରଶ୍ନ ଉଠିଛି। ଏସବୁ ଭିତରେ ସିଦ୍ଧୁଙ୍କ ଗୋଷ୍ଠୀ ଅମରିନ୍ଦର ସିଂହଙ୍କୁ ବିଦା କରିବେକୁ ମେଳି କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story