ଗୁଜରାଟବାସୀଙ୍କ ପାଇଁ ମାଗଣା ବିଜୁଳି ଘୋଷଣା କଲେ କେଜ୍ରିୱାଲ

ନୂଆଦିଲ୍ଲୀ: ଦେଶର ରାଜଧାନୀ ଦିଲ୍ଲୀ ଓ ପଞ୍ଜାବରେ କ୍ଷମତା ଦଖଲ କରିଥିବା ଆମ ଆଦମୀ ପାର୍ଟି(ଆପ) ଏବେ ଗୁଜରାଟ ଉପରେ ଆଖି ପକାଇଛି। ଚଳିତ ବର୍ଷ ଡିସେମ୍ବର ବେଳକୁ ଗୁଜରାଟ ବିଧାନସଭା ନିର୍ବାଚନ ହେବ। ଏହାପୂର୍ବରୁ ଗୁଜରାଟବାସୀଙ୍କୁ ମାଗଣା ବିଜୁଳିର ଲୋଭ ଦେଖାଇଛନ୍ତି ଆପ୍‌ ଆବାହକ ଅରବିନ୍ଦ କେଜ୍ରିୱାଲ। ଯଦି ଆପ୍‌ ରାଜ୍ୟରେ କ୍ଷମତା ଦଖଲ କରିବ, ତା’ହେଲେ ଲୋକଙ୍କୁ ୩୦୦ ୟୁନିଟ ଯାଏ ମାଗଣା ଯୋଗାଇ ଦିଆଯିବ ବୋଲି ଆଜି କେଜ୍ରିୱାଲ ଘୋଷଣା କରିଛନ୍ତି। ଗୁରୁବାର […]

kejriwal

kejriwal

Hemant Lenka
  • Published: Thursday, 21 July 2022
  • Updated: 21 July 2022, 05:21 PM IST

Sports

Latest News

ନୂଆଦିଲ୍ଲୀ: ଦେଶର ରାଜଧାନୀ ଦିଲ୍ଲୀ ଓ ପଞ୍ଜାବରେ କ୍ଷମତା ଦଖଲ କରିଥିବା ଆମ ଆଦମୀ ପାର୍ଟି(ଆପ) ଏବେ ଗୁଜରାଟ ଉପରେ ଆଖି ପକାଇଛି। ଚଳିତ ବର୍ଷ ଡିସେମ୍ବର ବେଳକୁ ଗୁଜରାଟ ବିଧାନସଭା ନିର୍ବାଚନ ହେବ। ଏହାପୂର୍ବରୁ ଗୁଜରାଟବାସୀଙ୍କୁ ମାଗଣା ବିଜୁଳିର ଲୋଭ ଦେଖାଇଛନ୍ତି ଆପ୍‌ ଆବାହକ ଅରବିନ୍ଦ କେଜ୍ରିୱାଲ। ଯଦି ଆପ୍‌ ରାଜ୍ୟରେ କ୍ଷମତା ଦଖଲ କରିବ, ତା’ହେଲେ ଲୋକଙ୍କୁ ୩୦୦ ୟୁନିଟ ଯାଏ ମାଗଣା ଯୋଗାଇ ଦିଆଯିବ ବୋଲି ଆଜି କେଜ୍ରିୱାଲ ଘୋଷଣା କରିଛନ୍ତି।

ଗୁରୁବାର କେଜ୍ରିୱାଲ ସୁରତର ଟାଉନ ହଲରେ ମିଟିଂ କରିଛନ୍ତି। ଚଳିତ ମାସରେ ଏହା କେଜ୍ରିୱାଲଙ୍କ ଦ୍ୱିତୀୟ ଗୁଜରାଟ ଗସ୍ତ। ଟାଉନ ହଲରେ ବୈଠକରେ କେଜ୍ରିୱାଲ କହିଛନ୍ତି, “ସମସ୍ତଙ୍କୁ ବିନା ପାୱାର କଟରେ ବିଜୁଳି ଯୋଗାଇ ଦିଆଯିବାର ଗ୍ୟାରେଣ୍ଟୀ ମୁଁ ଦେଉଛି। ଯଦି ଏହି ପ୍ରତିଶ୍ରୁତିରେ ସମୟକ୍ରମେ ଆପଣମାନେ ତ୍ରୁଟି ଥିବା ଅନୁଭବ କରିବେ, ତା’ହେଲେ ଆଗାମୀ ନିର୍ବାଚନରେ ଆପ୍‌କୁ ଆଉ ଭୋଟ ଦେବେ ନାହିଁ। ଆମେ ସବୁ ପ୍ରକାରର ପ୍ରତିଶ୍ରୁତି ରାଜ୍ୟରେ କ୍ଷମତାକୁ ଆସିବା ପରେ ପୂରଣ କରିବୁ।

ସେହିପରି ୨୦୨୧ ଡିସେମ୍ବର ୩୧ ସୁଦ୍ଧା ବାକି ରହିଥିବା ସମସ୍ତ ବିଜୁଳି ବିଲ୍‌କୁ ଆପ୍‌ କ୍ଷମତାକୁ ଆସିବା ପରେ ରଦ୍ଦ କରିବ। ଗୁଜରାଟ ଏଥର ଭବିଷ୍ୟତକୁ ଦୃଷ୍ଟିରେ ରଖି ଆଗକୁ ବଢ଼ିବ। ଗୁଜରାଟବାସୀଙ୍କୁ ଆମ ଆଦମୀ ପାର୍ଟିର ପ୍ରଥମ ଗ୍ୟାରେଣ୍ଟୀ। ଦିଲ୍ଲୀ ଭଳି ଗୁଜରାଟରେ ମଧ୍ୟ ୨୪ ଘଣ୍ଟା ମାଗଣା ବିଜୁଳି ମିଳିବ।”

ମାଗଣା ବିଜୁଳି ପ୍ରତିଶ୍ରୁତି ପରେ କେଜ୍ରିୱାଲ ପ୍ରଧାନମନ୍ତ୍ରୀଙ୍କ ରାବଡି(ମିଠା) ବାଣ୍ଟିବା ବୟାନକୁ ଟାର୍ଗେଟ କରିଛନ୍ତି। ସେ କହିଛନ୍ତି, “କିଛି ଲୋକ ଏବେ ରାବଡି କଥା କହୁଛନ୍ତି। ଏହି ରାବଡି ଯେତେବେଳେ ମାଗଣାରେ ଲୋକଙ୍କ ମଧ୍ୟରେ ବଣ୍ଟା ଯାଏ, ସେଗୁଡ଼ିକୁ ପ୍ରସାଦ କୁହାଯାଏ। କିନ୍ତୁ ଯେତେବେଳେ ଏଗୁଡ଼ିକ ମାଗଣାରେ ଆପଣଙ୍କ ବନ୍ଧୁ ଓ ମନ୍ତ୍ରୀମାନଙ୍କୁ ବଣ୍ଟା ଯାଏ ସେତେବେଳେ ତା’କୁ ପାପ କୁହାଯାଏ।” ଗୁଜରାଟ ୨୭ ବର୍ଷ ଧରି ବିଜେପି କରୁଥିବା ଶାସନରେ ଅତିଷ୍ଠ ହୋଇପଡ଼ିଥିବା ମଧ୍ୟ କେଜ୍ରିୱାଲ କହିଛନ୍ତି।


ଶନିବାର ମୋଦି କହିଥିଲେ ଯେ ଏବେ ଦେଶରେ ଲୋକଙ୍କ ଭୋଟ ହାତେଇବା ପାଇଁ ମାଗଣା ରାବଡି ବଣ୍ଟା ଯାଉଛି। ଲୋକମାନେ ଏହି ମାଗଣା ରାବଡି ଠାରୁ ଦୂରେଇ ରହିବା ଦରକାର। ଏହି ମାଗଣା ରାବଡି ଦେଶର ବିକାଶ କ୍ଷେତ୍ରରେ ବିପଦ ସୃଷ୍ଟି କରିପାରେ ବୋଲି ମୋଦି କହିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos