ଭୂକମ୍ପ ଝଟକାରେ ଥରିଲା ରାଜସ୍ଥାନ

ଜୟପୁର: ବିଳମ୍ବିତ ରାତିରେ ଭୂକମ୍ପ ଝଟକାରେ ଥରିଛି ରାଜସ୍ଥାନ। ରାଜସ୍ଥାନର ବିକେନାରବାସୀ ଭୂକମ୍ପ ଝଟକାକୁ ସବୁଠାରୁ ଅଧିକ ଅନୁଭବ କରିଛନ୍ତି। ସମସ୍ତେ ଶୋଇଥିବା ବେଳେ ଅର୍ଥାତ ରାତି ପ୍ରାୟ ୨.୦୧ରେ ଭୂକମ୍ପ ଝଟକା ଅନୁଭୂତ ହୋଇଛି। ରିକ୍ଟର ସ୍କେଲରେ ଏହି ଭୂକମ୍ପର ତୀବ୍ରତା ୪.୧ ରହିଥିଲା। ସେହିପରି ଭୂପୃଷ୍ଠରୁ ୧୦ କିମି ଗଭୀରରେ ଭୂକମ୍ପର କେନ୍ଦ୍ର ସ୍ଥଳ ବୋଲି ଏନସିଏସ୍‌ ପକ୍ଷରୁ କୁହାଯାଇଛି। ଭୂକମ୍ପ ଝଟକାରେ ଏଯାଏ କୌଣସି କ୍ଷୟକ୍ଷତିର ରିପୋର୍ଟ ମିଳିନାହିଁ। ହେଲେ ଝଟକା ପରେ […]

earthquack

earthquack

Hemant Lenka
  • Published: Monday, 22 August 2022
  • Updated: 22 August 2022, 09:12 AM IST

Sports

Latest News

ଜୟପୁର: ବିଳମ୍ବିତ ରାତିରେ ଭୂକମ୍ପ ଝଟକାରେ ଥରିଛି ରାଜସ୍ଥାନ। ରାଜସ୍ଥାନର ବିକେନାରବାସୀ ଭୂକମ୍ପ ଝଟକାକୁ ସବୁଠାରୁ ଅଧିକ ଅନୁଭବ କରିଛନ୍ତି। ସମସ୍ତେ ଶୋଇଥିବା ବେଳେ ଅର୍ଥାତ ରାତି ପ୍ରାୟ ୨.୦୧ରେ ଭୂକମ୍ପ ଝଟକା ଅନୁଭୂତ ହୋଇଛି।

ରିକ୍ଟର ସ୍କେଲରେ ଏହି ଭୂକମ୍ପର ତୀବ୍ରତା ୪.୧ ରହିଥିଲା। ସେହିପରି ଭୂପୃଷ୍ଠରୁ ୧୦ କିମି ଗଭୀରରେ ଭୂକମ୍ପର କେନ୍ଦ୍ର ସ୍ଥଳ ବୋଲି ଏନସିଏସ୍‌ ପକ୍ଷରୁ କୁହାଯାଇଛି। ଭୂକମ୍ପ ଝଟକାରେ ଏଯାଏ କୌଣସି କ୍ଷୟକ୍ଷତିର ରିପୋର୍ଟ ମିଳିନାହିଁ। ହେଲେ ଝଟକା ପରେ ଲୋକେ ନିଦରୁ ଉଠି ଖୋଲା ସ୍ଥାନକୁ ଦୌଡ଼ି ପଳାଇଥିବା ଖବର ସାମ୍ନାକୁ ଆସିଛି।

ଏନସିଏସ୍‌ ଟ୍ୱିଟ କରି କହିଛି ଯେ “ରାଜସ୍ଥାନର ବିକେନାର ଠାରୁ ୨୩୬ କିମି ଦୂରରେ ଭୂକମ୍ପର କେନ୍ଦ୍ରସ୍ଥଳ ରହିଛି। ରାତି ୨.୦୧ରେ ୪.୧ ତୀବ୍ରତାର ଭୂକମ୍ପ ଝଟକା ଅନୁଭୂତ ହୋଇଛି।”

ଏହାପୂର୍ବରୁ ଶନିବାର ଭୋର ସମୟରେ ଉତ୍ତର ପ୍ରଦେଶର ଲକ୍ଷ୍ନୌରେ ୫.୨ ତୀବ୍ରତାର ଭୂକମ୍ପ ଝଟକା ଅନୁଭବ ହୋଇଥିଲା। ତେବେ ଏହାଦ୍ୱାରା କୌଣସି କ୍ଷୟକ୍ଷତି ଘଟି ନଥିଲା। ଏବେ ରାଜସ୍ଥାନରେ ମଧ୍ୟ ଭୂକମ୍ପ ଝଟକା ଅନୁଭବ ହୋଇଥିଲେ ମଧ୍ୟ ବଡ଼ଧରଣର କ୍ଷୟକ୍ଷତି ହୋଇ ନଥିବା କୁହାଯାଉଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos