ବିଷାକ୍ତ ମଦ ପିଇ ୪ମୃତ, ୩ ଅସୁସ୍ଥ

ଲକ୍ଷ୍ନୌ: ବିଷାକ୍ତ ମଦ ପିଇ ୪ ଜଣ ମୃତ୍ୟୁ ଘଟିଥିବା ବେଳେ ୩ ଜଣ ଅସୁସ୍ଥ ହୋଇ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ଉତ୍ତର ପ୍ରଦେଶର ଚିତ୍ରକୋଟରୁ ଆସିଛି ଏଭଳି ଅଭିଯୋଗ।

ଏ ସମସ୍ତ ବ୍ୟକ୍ତି ଶନିବାର ମଦ ପିଇଥିଲେ ବୋଲି ଜଣାପଡ଼ିଛି। ଚିତ୍ରକୋଟ ଧାମର (ରେଞ୍ଜ) ଆଇଜି କେ ସତ୍ୟ ନାରାୟଣ କହିଛନ୍ତି, ଶନିବାର ସନ୍ଧ୍ୟାରେ ଖୋପା ଗାଁରେ ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଥିଲା। ଆଉ ଜଣେ ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ପ୍ରାଣ ହରାଇଥିଲେ।

ଗୁରୁତର ଅବସ୍ଥାରେ ଥିବା ଅନ୍ୟ ୪ ଜଣଙ୍କୁ ଚିକିତ୍ସା ପାଇଁ ଆହ୍ଲାବାଦ ପଠାଯାଇଥିଲା କିନ୍ତୁ ରାସ୍ତାରେ ଦୁଇ ଜଣଙ୍କର ମୃତ୍ୟୁ ଘଟିଥିଲା।

ଆଇଜି କହିଛନ୍ତି ଯେ ଏଯାବତ ଏହି ମାମଲାରେ ଚାରି ଜଣଙ୍କର ମୃତ୍ୟୁ ଘଟିଛି। ଦୁଇ ଜଣ ଆହ୍ଲାବାଦରେ ଚିକିତ୍ସିତ ହେଉଛନ୍ତି।

ସେ କହିଛନ୍ତି ଯେ, ଗାଁରେ ମଦ ଦୋକାନ ନାହିଁ। ଲୋକମାନେ ପ୍ରାୟ ୧୫ କିଲୋମିଟର ଦୂରରେ ଥିବା ଦୋକାନକୁ ଯାଇ ମଦ କିଣି ଆଣନ୍ତି। ଏବେ ସେହି ମଦ ଦୋକାନୀଙ୍କୁ ଗିରଫ କରାଯାଇ ଜେରା କରାଯାଉଛି।

ତେବେ ଏହି ମାମଲାରେ ବିଳମ୍ୱରେ ତଦନ୍ତ କରିଥିବା ଅଭିଯୋଗରେ ଜଣେ ସବ-ଇନ୍ସପେକ୍ଟର ଏବଂ ଜଣେ କନଷ୍ଟେବଳ ନିଲମ୍ବିତ ହୋଇଛନ୍ତି। ରାଜପୁରର ଷ୍ଟେସନ ହାଉସ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି ହୋଇଛି। ଏଥିସହ ଅବକାରୀ ବିଭାଗ ଜିଲ୍ଲାର ଚାରି ଅଧିକାରୀଙ୍କୁ ନିଲମ୍ୱନ କରିଥିବା ସୂଚନା ରହିଛି।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।