BMW ଓ କଣ୍ଟେନର ମଧ୍ୟରେ ଭୟଙ୍କର ଦୁର୍ଘଟଣା: କାର୍‌ ଚୂରମାର, ଚାଲିଗଲା ୪ ଜୀବନ

ଲକ୍ଷ୍ନୌ: ପୂର୍ବାଞ୍ଚଳ ଏକ୍ସପ୍ରେସ ୱେରେ ଘଟିଛି ଭୟଙ୍କର ସଡ଼କ ଦୁର୍ଘଟଣା। ଉତ୍ତର ପ୍ରଦେଶର ସୁଲତାନପୁର ଦେଇ ଯାଇଥିବା ଏକ୍ସପ୍ରେସ ୱେରେ ଗୋଟିଏ BMW ଓ କଣ୍ଟେନର ମଧ୍ୟରେ ଭୟଙ୍କର ଧକ୍କା ହୋଇଛି। ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ BMW ଉପରେ କଣ୍ଟେନର ସିଧା ମାଡ଼ି ଯାଇଛି। ଏହି ଘଟଣାରେ ୪ ଜଣ ପ୍ରାଣ ହରାଇଛନ୍ତି। ଖବର ପୁଲିସ ଟିମ ଓ ୟୁପିଡିଏ ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର ଓ ତଦନ୍ତ ଆରମ୍ଭ କରିଛନ୍ତି। ହଲିଆପୁର ପୁଲିସ୍‌ ଷ୍ଟେସନ ଅଧୀନରେ ଏହି ଦୁର୍ଘଟଣା ଘଟିଛି।

पूर्वांचल एक्सप्रेसवे पर बीएमडब्ल्यू कार और कंटेनर में भिड़ंत, बीएमडब्ल्यू कार के परखच्चे उड़े, चार की मौके पर मौत
ମିଳିଥିବା ସୂଚନା ଅନୁସାରେ, ପ୍ରବଳ ବର୍ଷା ଯୋଗୁ ଗୁରୁବାର ପୂବାଞ୍ଚଳ ଏକ୍ସପ୍ରେସ ୱେର କିଛି ଅଂଶ ସାମାନ୍ୟ ଦବି ଯାଇଥିଲା। ୫ ଫୁଟ ଗଭୀର ଓ ୧୫ ଫୁଟ ଚଉଡ଼ାର ଗାତ ହୋଇଥିବାରୁ ଏକ୍ସପ୍ରେସ ୱେର ଗୋଟିଏ ପାର୍ଶ୍ୱରେ ଗାଡ଼ି ଯିବା ଆସିବା କରୁଥିଲା।

ଆଜି ଅପରାହ୍ନରେ ଗୋଟିଏ କଣ୍ଟେନର ଏକ୍ସପ୍ରେସ ୱେରେ ଲକ୍ଷ୍ନୌରୁ ଆସୁଥିବା ବେଳେ BMWଟି ବିପରୀତ ଦିଗରୁ ଯାଉଥିଲା। ଏହାର ସ୍ପିଡ ପ୍ରାୟ ଘଣ୍ଟା ପ୍ରତି ୧୫୦ କିମି ଥିବା କୁହାଯାଉଛି। ଏହି ସ୍ପିଡରେ ଦୁଇଟି ଯାକ ଗାଡ଼ି ପରସ୍ପରକୁ ଧକ୍କା ଦେଇଥିଲା। ସ୍ଥିତି ଏପରି ହୋଇଥିଲା ଯେ BMWର ଇଞ୍ଜିନ ଓ କାରରେ ଥିବା ୪ ଜଣ ଦୁର୍ଘଟଣା ପରେ କିଛି ବାଟ ଛିଟିକି ପଡ଼ିଥିଲେ।

କାରର ବାକି ଅଂଶରେ କଣ୍ଟେନର ମାଡ଼ି ଯାଇଥିଲା। ମୃତ ୪ ଜଣଙ୍କ ମଧ୍ୟରୁ ଜଣଙ୍କ ମୁଣ୍ଡ ଗଣ୍ଡିରୁ ଅଲଗା ବି ହୋଇଯାଇଥିବା ଜଣାପଡ଼ିଛି। ତେବେ ମୃତକଙ୍କ ପରିଚୟ ମିଳିପାରି ନାହିଁ। ଦୁର୍ଘଟଣାଗ୍ରସ୍ତ କାର୍‌ର ନମ୍ବର ହେଉଛି UK 01 C 0009। ଅର୍ଥାତ ଗାଡ଼ିଟି ଉତ୍ତରାଖଣ୍ଡର ବୋଲି ଅନୁମାନ କରାଯାଇଛି। ପୁଲିସ୍‌ ଏବେ ଗାଡ଼ି ନମ୍ବର ଓ ଅନ୍ୟାନ୍ୟ ତଥ୍ୟରୁ ମୃତକଙ୍କ ପରିଚୟ ହାସଲ କରିବାକୁ ଉଦ୍ୟମ ଆରମ୍ଭ କରିଛି।

पूर्वांचल एक्सप्रेसवे पर बीएमडब्ल्यू कार और कंटेनर में भिड़ंत, बीएमडब्ल्यू कार के परखच्चे उड़े, चार की मौके पर मौत

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।