ଆସନ୍ତାକାଲି ଚାଷୀଙ୍କ ଦେଶବ୍ୟାପି ରେଳ ରୋକ, ମୁତୟନ ହେଲେ ୨୦ କମ୍ପାନୀ ସୁରକ୍ଷାକର୍ମୀ

ନୂଆଦିଲ୍ଲୀ: କୃଷି ଆଇନ ବିରୋଧରେ ଆନ୍ଦୋଳନ କରୁଥିବା ଚାଷୀମାନେ ଆସନ୍ତାକାଲି ଦେଶବ୍ୟାପୀ ରେଳ ରୋକ କରିବେ। ଏହା ଦିନ ୧୨ଟାରୁ ଆରମ୍ଭ ହୋଇ ଅପରାହ୍ନ ୪ଟା ଯାଏ ଚାଲିବ। ୪ ଘଣ୍ଟା ଧରି ଚାଷୀମାନେ ରେଳ ଧାରଣାରେ ବସି ସରକାରଙ୍କୁ ନିଜ ଦାବି ଜଣାଇବାକୁ ପ୍ରୟାସ କରିବେ। ଚାଷୀଙ୍କ ରେଳ ରୋକ ଡାକରାକୁ ଦୃଷ୍ଟିରେ ରଖି ଆଜି ରେଳ ବାଇ ପକ୍ଷରୁ ଅତିରିକ୍ତ ୨୦ କମ୍ପାନୀ ରେଲୱେ ପ୍ରୋଟେକସନ ସ୍ପେଶାଲ ଫୋର୍ସ (ଆରପିଏସଏଫ) ମୁତୟନ କରାଯାଇଛି। ଏହି […]

Rail-roko

Rail-roko

Hemant Lenka
  • Published: Wednesday, 17 February 2021
  • Updated: 17 February 2021, 10:17 PM IST

Sports

Latest News

ନୂଆଦିଲ୍ଲୀ: କୃଷି ଆଇନ ବିରୋଧରେ ଆନ୍ଦୋଳନ କରୁଥିବା ଚାଷୀମାନେ ଆସନ୍ତାକାଲି ଦେଶବ୍ୟାପୀ ରେଳ ରୋକ କରିବେ। ଏହା ଦିନ ୧୨ଟାରୁ ଆରମ୍ଭ ହୋଇ ଅପରାହ୍ନ ୪ଟା ଯାଏ ଚାଲିବ। ୪ ଘଣ୍ଟା ଧରି ଚାଷୀମାନେ ରେଳ ଧାରଣାରେ ବସି ସରକାରଙ୍କୁ ନିଜ ଦାବି ଜଣାଇବାକୁ ପ୍ରୟାସ କରିବେ।

ଚାଷୀଙ୍କ ରେଳ ରୋକ ଡାକରାକୁ ଦୃଷ୍ଟିରେ ରଖି ଆଜି ରେଳ ବାଇ ପକ୍ଷରୁ ଅତିରିକ୍ତ ୨୦ କମ୍ପାନୀ ରେଲୱେ ପ୍ରୋଟେକସନ ସ୍ପେଶାଲ ଫୋର୍ସ (ଆରପିଏସଏଫ) ମୁତୟନ କରାଯାଇଛି। ଏହି ଯବାନମାନେ ପଞ୍ଜାବ, ହରିଆଣା, ଉତ୍ତର ପ୍ରଦେଶ ଓ ପଶ୍ଚିମବଙ୍ଗ ଉପରେ ସ୍ୱତନ୍ତ୍ର ଭାବେ ଫୋକସ କରିବେ।

ଦିଲ୍ଲୀ ସୀମାରେ କୃଷି ଆଇନକୁ ବିରୋଧ କରି ଚାଷୀମାନେ ୩ ମାସରୁ ଅଧିକ ଦିନ ହେଲା ଆନ୍ଦୋଳନ କରୁଛନ୍ତି। ତଥାପି ସରକାର ସେମାନଙ୍କ ଦାବି ଶୁଣୁ ନଥିବାରୁ ଆସନ୍ତାକାଲି ଚାଷୀମାନେ ରେଳ ରୋକ କରିବାକୁ ଯାଉଥିବା ସଂଯୁକ୍ତ କିଷାନ ମୋର୍ଚ୍ଚା ପକ୍ଷରୁ କୁହାଯାଇଛି।

ଏହାପୂର୍ବରୁ ଚାଷୀମାନେ ଫେବୃଆରୀ ୬ରେ ଦେଶବ୍ୟାପି ଚକା ଜାମ କରିଥିଲେ। ସେହିପରି କୃଷି ଆଇନ ବିରୋଧରେ ଗଣତନ୍ତ୍ର ଦିବସ ଦିନ ଟ୍ରାକ୍ଟର ରାଲିର ଆୟୋଜନ କରାଯାଇଥିଲା। ପୂର୍ବରୁ ଚାଷୀମାନଙ୍କ ଆନ୍ଦୋଳକୁ ରେଳ ବାଇ ୟୁନିୟନ ସମର୍ଥନ କରୁଥିଲା। ହେଲେ ଆସନ୍ତାକାଲି ୟୁନିୟନ ରେଳ ରୋକରୁ ନିଜକୁ ଦୂରେଇ ରଖିଛି।

ଆରପିଏଫ ଡିଜି ଅରୁଣ କୁମାର ସମସ୍ତଙ୍କୁ ଶାନ୍ତି ବଜାୟ ରଖିବାକୁ କହିଛନ୍ତି। ସେ କହିଛନ୍ତି, ଜିଲ୍ଲା ପ୍ରଶାସନ ସହ ଯୋଗାଯୋଗ କରି  ଆମେ କାର୍ଯ୍ୟ କରିବୁ। ଦରକାର ପଡ଼ିଲେ ଆମେ କଣ୍ଟ୍ରୋଲ ରୁମ୍‌ ମଧ୍ୟ ସ୍ଥାପନ କରିବୁ। ଆମେ ଗୁଇନ୍ଦା ବିଭାଗର ତଥ୍ୟକୁ ମଧ୍ୟ ସମୀକ୍ଷା କରୁଛୁ। ପଞ୍ଜାବ, ହରିଆଣା, ଉତ୍ତର ପ୍ରଦେଶ ଓ ପଶ୍ଚିମବଙ୍ଗ ଭଳି ରାଜ୍ୟ ଆମ ଫୋକସରେ ରହିଛି। ଯାତ୍ରୀମାନଙ୍କୁ ଯେମିତି ହଇରାଣ ନ ହେବାକୁ ପଡ଼ିବ, ସେଥିପାଇଁ ଆମେ ସବୁ ପ୍ରକାରର ବ୍ୟବସ୍ଥା କରିବୁ ବୋଲି ସେ କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos