ଶ୍ରଦ୍ଧାଳୁଙ୍କୁ ନେଇ ଯାଉଥିବା ବସ୍‌ରେ ଲାଗିଲା ନିଆଁ, ୪ ଜୀବନ୍ତ ଦଗ୍ଧ

ଜମ୍ମୁ: ମାତା ବୈଷ୍ଣୋ ଦେବୀଙ୍କ ଦର୍ଶନ ପାଇଁ ଶ୍ରଦ୍ଧାଳୁଙ୍କୁ ନେଇ ଯାଉଥିବା ଗୋଟିଏ ବସ୍‌ରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଏହି ଅଘଟଣରେ ୪ ଜଣ ଶ୍ରଦ୍ଧାଳୁ ଜୀବନ୍ତ ଦଗ୍ଧ ହୋଇ ଯାଇଥିବା ବେଳେ ୨୨ ଜଣ ଆହତ ହୋଇଛନ୍ତି। ଆହତଙ୍କ ମଧ୍ୟରୁ ଅଧିକାଂଶ ଲୋକଙ୍କ ଅବସ୍ଥା ଅତ୍ୟନ୍ତ ସଙ୍କଟାପନ୍ନ ରହିଛି। ଜମ୍ମୁ-କଶ୍ମୀରର କତ୍ରାରେ ଏପରି ଦୁଃଖଦ ଘଟଣା ଘଟିଛି। ମିଳିଥିବା ସୂଚନା ଅନୁଯାୟୀ, ମାତା ବୈଷ୍ଣୋ ଦେବୀଙ୍କ ଦର୍ଶନ ପାଇଁ କତ୍ରାରୁ ବସ୍‌ଟି ଶ୍ରଦ୍ଧାଳୁଙ୍କୁ ଧରି ଜମ୍ମୁ […]

BUS

BUS

Hemant Lenka
  • Published: Friday, 13 May 2022
  • Updated: 13 May 2022, 05:59 PM IST

Sports

Latest News

ଜମ୍ମୁ: ମାତା ବୈଷ୍ଣୋ ଦେବୀଙ୍କ ଦର୍ଶନ ପାଇଁ ଶ୍ରଦ୍ଧାଳୁଙ୍କୁ ନେଇ ଯାଉଥିବା ଗୋଟିଏ ବସ୍‌ରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଏହି ଅଘଟଣରେ ୪ ଜଣ ଶ୍ରଦ୍ଧାଳୁ ଜୀବନ୍ତ ଦଗ୍ଧ ହୋଇ ଯାଇଥିବା ବେଳେ ୨୨ ଜଣ ଆହତ ହୋଇଛନ୍ତି। ଆହତଙ୍କ ମଧ୍ୟରୁ ଅଧିକାଂଶ ଲୋକଙ୍କ ଅବସ୍ଥା ଅତ୍ୟନ୍ତ ସଙ୍କଟାପନ୍ନ ରହିଛି। ଜମ୍ମୁ-କଶ୍ମୀରର କତ୍ରାରେ ଏପରି ଦୁଃଖଦ ଘଟଣା ଘଟିଛି।

ମିଳିଥିବା ସୂଚନା ଅନୁଯାୟୀ, ମାତା ବୈଷ୍ଣୋ ଦେବୀଙ୍କ ଦର୍ଶନ ପାଇଁ କତ୍ରାରୁ ବସ୍‌ଟି ଶ୍ରଦ୍ଧାଳୁଙ୍କୁ ଧରି ଜମ୍ମୁ ସ୍ଥିତ ବେସ୍‌ କ୍ୟାମ୍ପକୁ ଯାଉଥିଲା। ସେଠାରୁ ସମସ୍ତ ଶ୍ରଦ୍ଧାଳୁ ମାତ ବୈଷ୍ଣୋ ଦେବୀଙ୍କ ଦର୍ଶନ ପାଇଁ ଯାଇଥାଆନ୍ତେ। ତେବେ କତ୍ରା ଠାରୁ ୧.୫ କିମି ଦୂର ଖରମାଲଠାରେ ଘଟିଥିଲା ଅଘଟଣ। ଏଠାରେ ଥିବା ଶନି ଦେବ ମନ୍ଦିର ନିକଟରେ ବସ୍‌ର ଇଞ୍ଜିନରେ ଭୟଙ୍କର ବିସ୍ଫୋରଣ ହୋଇଥିଲା। ଏହାପରେ ପୂରା ବସ୍‌ରେ ନିଆଁ ଲାଗି ଯାଇଥିଲା।

ନିଆଁ ବସ୍‌ରେ ଲାଗି ଯିବାରୁ ପ୍ରାୟ ୨୮ ଜଣ ଶ୍ରଦ୍ଧାଳୁ ଏହା ମଧ୍ୟରେ ଫସି ଯାଇଥିଲେ। କିଛି ଶ୍ରଦ୍ଧାଳୁ କୌଶଳକ୍ରମେ ବାହାରକୁ ମଧ୍ୟ ଚାଲି ଆସିଥିଲେ। ନିଆଁ ପୂରା ବସ୍‌ରେ ଲାଗି ଯାଇଥିବାରୁ ଏଥିରେ ପୋଡ଼ି ହୋଇ ଘଟଣା ସ୍ଥଳରେ ୪ ଜଣଙ୍କ ଜୀବନ ଯାଇଛି। ଖବର ପାଇ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ତୁରନ୍ତ ଏହାକୁ ଆୟତ୍ତ କରିବା ସହ ବସ୍‌ରେ ଫସିଥିବା ଲୋକଙ୍କୁ ଉଦ୍ଧାର କରିଥିଲେ। ଆହତ ୨୨ ଜଣଙ୍କୁ ଅଧିକ ଚିକିତ୍ସା ପାଇଁ କତ୍ରା ସ୍ଥିତ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

ଜମ୍ମୁ ଜୋନର ଏଡିଜିପି କହିଛନ୍ତି, ବସ୍‌ ନଂ ଜେକେ୧୪/୧୮୩୧ରେ ଶ୍ରଦ୍ଧାଳୁଙ୍କୁ ନେଇ କତ୍ରାରୁ ଜମ୍ମୁ ଯାଉଥିବା ବେଳେ ଏଥିରେ ନିଆଁ ଲାଗି ଯାଇଛି। ଅଗ୍ନିକାଣ୍ଡର କାରଣ ଜଣାପଡ଼ିନି। ତଥାପି ପ୍ରଥମେ ନିଆଁ ବସର ଇଞ୍ଜିନରୁ ଆରମ୍ଭ ହୋଇଥିଲା ବୋଲି ପ୍ରାଥମିକ ତଦନ୍ତରୁ ଅନୁମାନ କରାଯାଉଛି। ଏଫଏସ୍‌ଏଲ ଟିମ୍‌ ଘଟଣାସ୍ଥଳରେ ଉପସ୍ଥିତ ରହିଛନ୍ତି। ଘଟଣାର ସବୁ ଦିଗକୁ ଦୃଷ୍ଟିରେ ରଖି ତଦନ୍ତ କରାଯିବ ବୋଲି ସେ କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story