ପୁଲିସ ପରିଚୟ ଦେଇ ଲୁଟିନେଲେ  ୧.୨ ଲକ୍ଷ ଟଙ୍କାର ଗହଣା  

ନାସିକ: ପୁଲିସ ପରିଚୟ ଦେଇ ଅଭିନଭ ଢଙ୍ଗରେ ଲକ୍ଷାଧିକ ଟଙ୍କାର ଗହଣା ଲୁଟି ନେଲେ ଲୁଟେରା। ଜଣେ ୬୦ ବର୍ଷୀୟ ମହିଳାଙ୍କଠାରୁ ୧.୨ ଲକ୍ଷ ଟଙ୍କାର ଗହଣା ଲୁଟିନେଇଛନ୍ତି ଦୁର୍ବୃତ୍ତ।  ମହାରାଷ୍ଟ୍ରର ଥାଣେ ଜିଲ୍ଲାରେ ନାସିକ ଜାତୀୟ ରାଜପଥରେ ଏଭଳି ଘଟଣା ଘଟିଛି। ଶୁକ୍ରବାର ପୂର୍ବାହ୍ନ ୧୧ଟାରେ ଏହି ଘଟଣା ଘଟିଛି। ଲୁଟର ଶିକାର ହୋଇଥିବା ମହିଳା ଜଣକ ମୁମ୍ବାଇରେ ରୁହନ୍ତି। ଅଭିଯୁକ୍ତମାନେ ଫେରାର ହୋଇଯାଇଛନ୍ତି।  ମହିଳା ଜଣକ ନିଜର ଟଙ୍କା ବ୍ୟାଗ ଧରି ଏକ ଅଟୋ ରିକ୍ସାରେ ଯାଉଥିଲେ। ଏହି ସମୟରେ  ଦୁଇଟି  ସ୍ପୋର୍ଟସ ବାଇକରେ ୪ ଜଣ ତାଙ୍କୁ ପିଛା କରିଥିଲା।

ଲୁଟେରାମାନେ  ସମ୍ପୃକ୍ତ ମହିଳାଙ୍କ ପାଖକୁ ଆସି ପୁଲିସ ପରିଚୟ ଦେଇଥିଲେ। ନକଲି ଆଇକାର୍ଡ଼ ଦେଖାଇ ନିଜକୁ ପୁଲିସ କହି ତାଙ୍କୁ ସାହାଯ୍ୟ କରିବାକୁ କହିଥିଲେ। ମହିଳାଙ୍କ କହିବା ଅନୁଯାୟୀ ଅଭିଯୁକ୍ତମାନେ ପୁଲିସ ପରିଚୟ ଦେଖାଇ  ନାସିକ ହାଇୱେ ଲୁଟରାଜ ହେଉଥିବାରୁ ସତର୍କ ରହିବାକୁ କହିଥିଲେ। ତେଣୁ ନିଜର ସୁନାଗହଣାକୁ ସୁରକ୍ଷିତ ରଖିବାକୁ ପରାମର୍ଶ ଦେଇଥିଲେ। ଏଥିପାଇଁ ସେମାନେ ଆଣିଥିବା ଏକ ପ୍ୟାକେଟ ଦେଇ ସେଥିରେ ସୁନଗହଣା ରଖିଦେବାକୁ କହିଥିଲ।

ମହିଳା ଜଣଙ୍କ ତାଙ୍କୁ ବିଶ୍ୱାସ କରି ସେମାନେ ଦେଇଥିବା ପ୍ୟାକେଟରେ  ସୁନାଗହଣା ରଖିବା ବେଳେ ଦୁର୍ବୃତ୍ତମାନେ ଲୁଟି ନେଇଥିଲା।  ଏହି ଘଟଣାରେ ପୁଲିସ ୪୨୦ ଦଫାରେ ଠକେଇ ମାମଲା ରୁଜୁ କରି ତଦନ୍ତ ଜାରି ରଖିଛି।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।