ରାଜଧାନୀରୁ ପୁଣି ୪ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ, ସଂଖ୍ୟା ୧୦ରେ ପହଞ୍ଚିଲା

ନୂଆଦିଲ୍ଲୀ: କରୋନାର ମାରାତ୍ମକ ରୂପ ଓମିକ୍ରନ ଏବେ ଦେଶରେ ତା’ର କାୟା ବିସ୍ତାର କରିବାରେ ଲାଗିଛି। ଗୋଟିଏ ପରେ ଗୋଟିଏ ରାଜ୍ୟ ଓମିକ୍ରନ ପଞ୍ଝାରେ ପଡ଼ୁଥିବା ବେଳେ ସଂକ୍ରମଣ ହାର ବି ବଢ଼ୁଛି। ଏସବୁ ଭିତରେ ଦେଶର ରାଜଧାନୀ ଦିଲ୍ଲୀରୁ ଆଉ ୪ ଜଣ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ଦିଲ୍ଲୀରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୧୦କୁ ବଢ଼ିଛି। ଏମାନଙ୍କ ମଧ୍ୟରୁ ଜଣେ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ଏବେ ୯ ଜଣ […]

Omicron

Omicron

Hemant Lenka
  • Published: Thursday, 16 December 2021
  • Updated: 16 December 2021, 01:00 PM IST

ନୂଆଦିଲ୍ଲୀ: କରୋନାର ମାରାତ୍ମକ ରୂପ ଓମିକ୍ରନ ଏବେ ଦେଶରେ ତା’ର କାୟା ବିସ୍ତାର କରିବାରେ ଲାଗିଛି। ଗୋଟିଏ ପରେ ଗୋଟିଏ ରାଜ୍ୟ ଓମିକ୍ରନ ପଞ୍ଝାରେ ପଡ଼ୁଥିବା ବେଳେ ସଂକ୍ରମଣ ହାର ବି ବଢ଼ୁଛି। ଏସବୁ ଭିତରେ ଦେଶର ରାଜଧାନୀ ଦିଲ୍ଲୀରୁ ଆଉ ୪ ଜଣ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ଦିଲ୍ଲୀରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୧୦କୁ ବଢ଼ିଛି। ଏମାନଙ୍କ ମଧ୍ୟରୁ ଜଣେ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ଏବେ ୯ ଜଣ ଚିକିତ୍ସାଧୀନ ରହିଛନ୍ତି।

ନୂଆ ଓମିକ୍ରନ ଆକ୍ରାନ୍ତଙ୍କ ବିଷୟରେ ସୂଚନା ଦେଇ ଦିଲ୍ଲୀ ସ୍ୱାସ୍ଥ୍ୟମନ୍ତ୍ରୀ ସତ୍ୟେନ୍ଦ୍ର ଜୈନ କହିଛନ୍ତି, “ବର୍ତ୍ତମାନ ୯ ଜଣ ଓମିକ୍ରନ ଆକ୍ରାନ୍ତ ଏଲଏନଜେପି ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି। ପୂର୍ବରୁ ଜଣେ ଓମିକ୍ରନ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଚିକିତ୍ସିତ ୯ ଜଣଙ୍କ ମଧ୍ୟରୁ କେହି ବି ଗୁରୁତର ଅବସ୍ଥାରେ ନାହାନ୍ତି।

ଏଲଏନଜେପିରେ ମୋଟ ୪୦ ଜଣ କରୋନା ଆକ୍ରାନ୍ତ ରହିଛନ୍ତି। ଆଜି ସକାଳେ ୮ ଜଣ ସନ୍ଦିଗ୍ଧ କରୋନା ଆକ୍ରାନ୍ତ ଏୟାରପୋର୍ଟରୁ ଆସିଛନ୍ତି। ଏୟାରପୋର୍ଟରୁ ଆସୁଥିବା ଅଧିକାଂଶ ଲୋକଙ୍କ ରିପୋର୍ଟ ପଜିଟିଭ ଆସୁଛି। ଏଲଏନଜେପି ହସ୍ପିଟାଲରେ ସ୍ୱତନ୍ତ୍ର ଓମିକ୍ରନ ୱାର୍ଡ ତିଆରି କରାଯାଇଛି। ଏହାର ବେଡ୍‌ ସଂଖ୍ୟା ୪୦ରୁ ୧୦୦କୁ ମଧ୍ୟ ବୃଦ୍ଧି କରାଯାଇଛି।”

ନୂଆ ଆକ୍ରାନ୍ତଙ୍କ ମିଶାଇ ଦେଶରେ ଓମିକ୍ରନ ଆକ୍ରାନ୍ତଙ୍କ ସଂଖ୍ୟା ୭୭କୁ ବୃଦ୍ଧି ପାଇଛି। ମହାରାଷ୍ଟ୍ରରେ ସର୍ବାଧିକ ୩୨ ଜଣ ଓମିକ୍ରନ ଆକ୍ରାନ୍ତ ରହିଥିବା ବେଳେ ରାଜସ୍ଥାନରେ ଏହି ସଂଖ୍ୟା ୧୭ ରହିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos