କଶ୍ମୀରରେ ଡବଲ ଏନକାଉଣ୍ଟର, ୪ ଆତଙ୍କୀ ସଫା

ଶ୍ରୀନଗର: ଜମ୍ମୁ-କଶ୍ମୀରରେ ସୁରକ୍ଷାକର୍ମୀ ଆରମ୍ଭ କରିଥିବା ଆତଙ୍କବାଦ ନିରୋଧ ଅପରେସନକୁ ବଡ଼ ସଫଳତା ପାଇଛି। ଆଜି ଲଗାତର ଦୁଇଟି ଏନକାଉଣ୍ଟରରେ ଟଳିଛନ୍ତି ୪ ଆତଙ୍କବାଦୀ। ଅବନ୍ତିପୁରାରେ ହୋଇଥିବା ଏନକାଉଣ୍ଟରରେ ୩ ଜଣ ଆତଙ୍କୀ ନିହତ ହୋଇଥିବା ବେଳେ ବିଜବେହାର ଅଞ୍ଚଳରେ ଜଣେ ଆତଙ୍କୀ ପ୍ରାଣ ହରାଇଛି। ଜଣେ ବରିଷ୍ଠ ପୁଲିସ୍‌ ଅଧିକାରୀ କହିଛନ୍ତି ଯେ ଅବନ୍ତିପୁରା ଏନକାଉଣ୍ଟରରେ ଜଣେ ବିଦେଶୀ ଆତଙ୍କୀ ଓ ଲସ୍କର ପାଇଁ କାମ କରୁଥିବା କଶ୍ମୀରର ମୁକ୍ତିୟାର ଭଟ ନିହତ ହୋଇଛନ୍ତି। ଆଉ […]

army

army

Hemant Lenka
  • Published: Tuesday, 01 November 2022
  • Updated: 01 November 2022, 09:52 PM IST

Sports

Latest News

ଶ୍ରୀନଗର: ଜମ୍ମୁ-କଶ୍ମୀରରେ ସୁରକ୍ଷାକର୍ମୀ ଆରମ୍ଭ କରିଥିବା ଆତଙ୍କବାଦ ନିରୋଧ ଅପରେସନକୁ ବଡ଼ ସଫଳତା ପାଇଛି। ଆଜି ଲଗାତର ଦୁଇଟି ଏନକାଉଣ୍ଟରରେ ଟଳିଛନ୍ତି ୪ ଆତଙ୍କବାଦୀ। ଅବନ୍ତିପୁରାରେ ହୋଇଥିବା ଏନକାଉଣ୍ଟରରେ ୩ ଜଣ ଆତଙ୍କୀ ନିହତ ହୋଇଥିବା ବେଳେ ବିଜବେହାର ଅଞ୍ଚଳରେ ଜଣେ ଆତଙ୍କୀ ପ୍ରାଣ ହରାଇଛି।

ଜଣେ ବରିଷ୍ଠ ପୁଲିସ୍‌ ଅଧିକାରୀ କହିଛନ୍ତି ଯେ ଅବନ୍ତିପୁରା ଏନକାଉଣ୍ଟରରେ ଜଣେ ବିଦେଶୀ ଆତଙ୍କୀ ଓ ଲସ୍କର ପାଇଁ କାମ କରୁଥିବା କଶ୍ମୀରର ମୁକ୍ତିୟାର ଭଟ ନିହତ ହୋଇଛନ୍ତି। ଆଉ ଜଣକ ପରିଚୟନ ମିଳିନାହିଁ। ମୁକ୍ତିୟାର ଭଟ ଓ ବିଦେଶୀ ଆତଙ୍କୀ ଜଣକ ସ୍ଥାନୀୟ ଅଞ୍ଚଳରେ ହୋଇଥିବା ଏକାଧିକ ଆତଙ୍କୀ ହମଲାରେ ସାମିଲ ଥିଲେ।

ନିକଟରେ ସିଆରପିଏଫର ଜଣେ ଏଏସ୍‌ଆଇ ଓ ୨ ଜଣ ଆରପିଏଫ ଯବାନଙ୍କ ହତ୍ୟା ଘଟଣାରେ ଏମାନେ ସକ୍ରିୟ ଭୂମିକା ଗ୍ରହଣ କରିଥିଲେ। ଭଟ ହେଉଛି ଲସ୍କରର କମାଣ୍ଡର। ଭଟ ଆଜି ବିଦେଶୀ ଆତଙ୍କବାଦୀ ସହ ମିଶି ସୁରକ୍ଷାକର୍ମୀଙ୍କୁ ଟାର୍ଗେଟ କରିବାକୁ ଯୋଜନା କରିଥିଲା।

ଆତ୍ମଘାତୀ ହମଲା ଦ୍ୱାରା ବ୍ୟାପକ କ୍ଷୟକ୍ଷତି ଘଟାଇବାକୁ ଏମାନେ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରିଥିଲେ। ହେଲେ ଗୁଇନ୍ଦା ସୂଚନା ଆଧାରରେ ସୁରକ୍ଷାକର୍ମୀମାନେ ସର୍ଚ୍ଚ ଅପରେସନ କରି ୩ ଆତଙ୍କୀଙ୍କ ମୁଣ୍ଡ ଗଡ଼ାଇଛନ୍ତି।

ନିହତ ଆତଙ୍କୀଙ୍କ ନିକଟରୁ ଗୋଟିଏ ଏକେ ୪୭ ରାଇଫଲ, ଗୋଟିଏ ଏକେ ୫୬ ରାଇଫଲ, ଗୋଟିଏ ପିସ୍ତଲ ଓ ବିପୁଳ ପରିମାଣର ବିସ୍ଫୋରକ ଜବତ ହୋଇଛି। ଅବନ୍ତିପୁରା ପୁଲିସ୍‌ ଓ ଆର୍ମି ଯବାନମାନେ ମିଳିତ ଅପରେସନ କରି ବଡ଼ ଧରଣର ଆତଙ୍କୀ ହମଲାକୁ ପଣ୍ଡ କରି ଦେଇଛନ୍ତି। ଏହା ସୁରକ୍ଷାକର୍ମୀ ଓ ପୁଲିସ୍ ପାଇଁ ବଡ଼ ସଫଳତା ବୋଲି କଶ୍ମୀର ଏଡିଜିପି ଓ ଆଇଜିପି କଶ୍ମୀର କହିଛନ୍ତି।


ଅନ୍ୟପକ୍ଷରେ ଅନନ୍ତନାଗର ବିଜବେହାର ଏନକାଉଣ୍ଟର ସମ୍ପର୍କରେ କଶ୍ମୀର ପୁଲିସ ପକ୍ଷରୁ ବିସ୍ତୃତ ତଥ୍ୟ ଦିଆଯାଇନି। ଏଠାରେ ଜଣେ ଆତଙ୍କୀ ନିହତ ହୋଇଥିବା ବେଳେ ସର୍ଚ୍ଚ ଅପରେସନ ଜାରି ରହିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos