କରୋନା ବିରୋଧରେ ବୁଷ୍ଟର ବି କାମ ଦେବନି, ୪ର୍ଥ ଡୋଜ୍‌ ଦରକାର ପଡ଼ିବ!

ନୂଆଦିଲ୍ଲୀ: ମହାମାରୀ କରୋନା ସଂକ୍ରମଣକୁ ଟିକାର ବୁଷ୍ଟର ବା ତୃତୀୟ ଡୋଜ୍‌ ମଧ୍ୟ ସମୟକ୍ରମେ ଅକାମୀ ହୋଇଯିବ। ତେଣୁ ଲୋକମାନେ କରୋନା ବିରୋଧରେ ନିଜର ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରିବା ପାଇଁ ଟିକାର ୪ର୍ଥ ଡୋଜ୍‌ ଆବଶ୍ୟକ କରିପାରନ୍ତି ବୋଲି ମଡର୍ଣ୍ଣା ସିଇଓ ଷ୍ଟେଫାନେ ବାନସେଲ କହିଛନ୍ତି। ମଡର୍ଣ୍ଣାପ୍ରସ୍ତୁତ କରିଥିବା କରୋନା ଟିକାର ତୃତୀୟ ଡୋଜ୍‌ ଏବେ ବିଶ୍ୱର ବିଭିନ୍ନ ପ୍ରାନ୍ତରେ ଲୋକଙ୍କୁ ଦିଆଯାଉଛି। ଏହା ସତ୍ତ୍ୱେ ମଧ୍ୟ ସଂକ୍ରମଣ ହ୍ରାସ ପାଇବାର ନାଁ ଧରୁନି। […]

Corona1

Corona1

Hemant Lenka
  • Published: Saturday, 08 January 2022
  • Updated: 08 January 2022, 09:49 AM IST

Sports

Latest News

ନୂଆଦିଲ୍ଲୀ: ମହାମାରୀ କରୋନା ସଂକ୍ରମଣକୁ ଟିକାର ବୁଷ୍ଟର ବା ତୃତୀୟ ଡୋଜ୍‌ ମଧ୍ୟ ସମୟକ୍ରମେ ଅକାମୀ ହୋଇଯିବ। ତେଣୁ ଲୋକମାନେ କରୋନା ବିରୋଧରେ ନିଜର ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରିବା ପାଇଁ ଟିକାର ୪ର୍ଥ ଡୋଜ୍‌ ଆବଶ୍ୟକ କରିପାରନ୍ତି ବୋଲି ମଡର୍ଣ୍ଣା ସିଇଓ ଷ୍ଟେଫାନେ ବାନସେଲ କହିଛନ୍ତି।

ମଡର୍ଣ୍ଣାପ୍ରସ୍ତୁତ କରିଥିବା କରୋନା ଟିକାର ତୃତୀୟ ଡୋଜ୍‌ ଏବେ ବିଶ୍ୱର ବିଭିନ୍ନ ପ୍ରାନ୍ତରେ ଲୋକଙ୍କୁ ଦିଆଯାଉଛି। ଏହା ସତ୍ତ୍ୱେ ମଧ୍ୟ ସଂକ୍ରମଣ ହ୍ରାସ ପାଇବାର ନାଁ ଧରୁନି। ଭାରତରେ ମଧ୍ୟ ୧୦ ତାରିଖରୁ ବରିଷ୍ଠ ନାଗରିକ ଓ କରୋନା ସମ୍ମୁଖଯୋଦ୍ଧାକୁ ବୁଷ୍ଟର ଡୋଜ୍‌ ଦିଆଯିବ। ଏସବୁ ଭିତରେ ବୁଷ୍ଟର ଡୋଜ୍‌ ସମୟକ୍ରମେ ଅକାମୀ ହୋଇଯିବ ବୋଲି ବାନସେଲ କରିବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି।

ତାଙ୍କ କହିବା ଅନୁଯାୟୀ, ଯେଉଁମାନେ ଗତବର୍ଷ କରୋନା ବିରୋଧରେ ବୁଷ୍ଟର ଡୋଜ୍‌ ନେଇଛନ୍ତି ସେମାନେ ଏହି ଶୀତ ଦିନେ ସଂକ୍ରମଣରୁ ରକ୍ଷା ପାଇଛନ୍ତି। ନୂଆ ଭାରିଏଣ୍ଟ ଜନିତ ସଂକ୍ରମଣକୁ ରୋକିବାରେ ଏହା ଗେମ ଚେଞ୍ଜର ସାବ୍ୟସ୍ତ ହୋଇଛି। କିନ୍ତୁ ବୁଷ୍ଟର ଡୋଜ୍‌ ଦ୍ୱାରା ସୃଷ୍ଟି ହୋଇଥିବା ରୋଗ ପ୍ରତିରୋଧକ ଶକ୍ତି ବା ସୁରକ୍ଷା କବଚ କିଛି ମାସ ପରେ ଧୀରେଧୀରେ ହ୍ରାସ ପାଇପାରେ।

ପ୍ରଥମ ଦୁଇଟି ଡୋଜ୍‌ ନେବା ପରେ, ଯାହା ସ୍ଥିତି ସୃଷ୍ଟି ହୋଇଥିଲା, ବୁଷ୍ଟର ପରେ ମଧ୍ୟ ସାମାନ ପରିସ୍ଥିତି ସୃଷ୍ଟି ହୋଇପାରେ। ତେଣୁ ୪ର୍ଥ ଡୋଜ୍‌ର ଆବଶ୍ୟକତା ପଡ଼ିପାରେ। ତଥାପି ବୁଷ୍ଟର ଡୋଜ୍‌ କେବେ ଅକାମୀ ହେଉଛି, ତା’ର ଚୂଡ଼ାନ୍ତ ତଥ୍ୟକୁ ଅପେକ୍ଷା କରାଯିବା ଦରକାର ବୋଲି ସେ କହିଛନ୍ତି।

ଅନ୍ୟପକ୍ଷରେ ଅକ୍ସଫର୍ଡ ଭ୍ୟାକସିନ ବିଶେଷଜ୍ଞ ସାରା ଆଣ୍ଡ୍ର୍ୟୁ ପୋଲାର୍ଡ କହିଛନ୍ତି, ନିୟମିତ ଭାବେ ୪ରୁ ୬ ମାସ ପରେ ବୁଷ୍ଟର ଡୋଜ୍‌ ଦେଇ ଆମେ କେବେ ହେଲେ କରୋନା ସଂକ୍ରମଣ ବିରୋଧରେ ଲଢ଼େଇ କରିପାରିବା ନାହିଁ। ପୂରା ପୃଥିବୀକୁ ପ୍ରତି ୪ରୁ ୬ ମାସରେ ଟିକାକରଣ କରିବା କେବେ ହେଲେ ସମ୍ଭବ ନୁହେଁ।

ଭବିଷ୍ୟତରେ ଆମେ କେବଳ ସଂକ୍ରମଣ ଆଶଙ୍କା ଥିବା ଗୋଷ୍ଠୀଙ୍କୁ ଟାର୍ଗେଟ କରିବା ଦରକାର। ବର୍ତ୍ତମାନ ବିଶ୍ୱର ନିମ୍ନ ଆୟବର୍ଗରେ ଥିବା ୧୦%ରୁ କମ ପରିବାର ଅତି କଷ୍ଟରେ ପ୍ରଥମ ଡୋଜ୍ ନେଇପାରିଛନ୍ତ। ଏପରି ସ୍ଥିତି ୪ର୍ଥ ଡୋଜ୍ କଥା ଚିନ୍ତା କରିବା ଆଦୌ ଠିକ ନୁହେଁ ବୋଲି ସେ କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story