ମିଆଁମାରରେ ୫.୨ ତୀବ୍ରତାର ଭୂକମ୍ପ ଝଟକା, ଥରିଲା ଉତ୍ତରପୂର୍ବ ଭାରତ

ଗୌହାଟୀ: ସକାଳୁସକାଳୁ ବଡ଼ଧରଣର ଭୂକମ୍ପ ଝଟକାରେ ଥରିଛି ମିଆଁମାର। ରିକ୍ଟର ସ୍କେଲରେ ଏହି ଭୂକମ୍ପର ତୀବ୍ରତା ୫.୨ ରହିଥିବା ଜଣାପଡ଼ିଛି। ଏହାର ପ୍ରଭାବ ଭାରତର ଏକାଧିକ ଉତ୍ତରପୂର୍ବ ରାଜ୍ୟ ଉପରେ ପଡ଼ିଛି। ମିଆଁମାରରେ ଭୂକମ୍ପ ଝଟକା ପରେ ମଣିପୁର, ନାଗାଲ୍ୟାଣ୍ଡ ଓ ଆସାମର ଦକ୍ଷିଣପୂର୍ବ ଅଞ୍ଚଳର କିଛି ଅଂଶ ଥରିଛି। ନିଘୋଡ଼ ନିଦରେ ଶୋଇଥିବା ବେଳେ ଲୋକମାନେ ଏପରି ଝଟକା ଅନୁଭବ କରିଛନ୍ତି। ଅନେକ ଲୋକ ଝଟକା ସମ୍ପର୍କରେ ଜାଣି ପାରି ନଥିଲେ ମଧ୍ୟ ଆଉ କିଛି […]

Earth-quack

Earth-quack

Hemant Lenka
  • Published: Friday, 30 September 2022
  • Updated: 30 September 2022, 08:22 AM IST

Sports

Latest News

ଗୌହାଟୀ: ସକାଳୁସକାଳୁ ବଡ଼ଧରଣର ଭୂକମ୍ପ ଝଟକାରେ ଥରିଛି ମିଆଁମାର। ରିକ୍ଟର ସ୍କେଲରେ ଏହି ଭୂକମ୍ପର ତୀବ୍ରତା ୫.୨ ରହିଥିବା ଜଣାପଡ଼ିଛି। ଏହାର ପ୍ରଭାବ ଭାରତର ଏକାଧିକ ଉତ୍ତରପୂର୍ବ ରାଜ୍ୟ ଉପରେ ପଡ଼ିଛି। ମିଆଁମାରରେ ଭୂକମ୍ପ ଝଟକା ପରେ ମଣିପୁର, ନାଗାଲ୍ୟାଣ୍ଡ ଓ ଆସାମର ଦକ୍ଷିଣପୂର୍ବ ଅଞ୍ଚଳର କିଛି ଅଂଶ ଥରିଛି। ନିଘୋଡ଼ ନିଦରେ ଶୋଇଥିବା ବେଳେ ଲୋକମାନେ ଏପରି ଝଟକା ଅନୁଭବ କରିଛନ୍ତି। ଅନେକ ଲୋକ ଝଟକା ସମ୍ପର୍କରେ ଜାଣି ପାରି ନଥିଲେ ମଧ୍ୟ ଆଉ କିଛି ଲୋକ ଭୟରେ ଘର ବାହାରକୁ ଚାଲି ଆସିଥିଲେ। ଏଥିରେ ବିଶେଷ କିଛି କ୍ଷୟକ୍ଷତି ହୋଇନାହିଁ।

ମିଳିଥିବା ସୂଚନା ଅନୁଯାୟୀ, ଭୋର ପ୍ରାୟ ୩.୫୨ରେ ମିଆଁମାରରେ ଭୂକମ୍ପ ଝଟକା ଅନୁଭୂତ ହୋଇଛି। ଭୂପୃଷ୍ଠରୁ ୧୪୦ କିମି ଗଭୀରରେ ଭୂକମ୍ପର କେନ୍ଦ୍ରସ୍ଥଳ ରହିଥିବା ବେଳେ ଏହାର ତୀବ୍ରତା ୫.୨ ରହିଥିଲା। ଭୂକମ୍ପର କେନ୍ଦ୍ରସ୍ଥଳ ବର୍ମା ଠାରୁ ୧୬୨ କିମି ଦୂର।

ତେବେ ଭୂକମ୍ପ ଯୋଗୁ ମିଆଁମାରରେ ମଧ୍ୟ କୌଣସି ପ୍ରକାରର କ୍ଷୟକ୍ଷତି ହୋଇନାହିଁ। କେବଳ କିଛି ପୁରୁଣା ଘରର କାନ୍ଥରେ ଫାଟ ସୃଷ୍ଟି ହୋଇଥିବା ଦେଖିବାକୁ ମିଳିଛି। ତଥାପି ପ୍ରଶାସନ ପକ୍ଷରୁ ବିଭିନ୍ନ ସ୍ଥାନରେ ଯାଞ୍ଚ କରାଯାଉଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos