ସେନା ହେଲିକପ୍ଟର କ୍ରାଶ: ସମସ୍ତ ୫ ସଦସ୍ୟ ମୃତ

ନୂଆଦିଲ୍ଲୀ: ଅରୁଣାଚଳ ପ୍ରଦେଶର ଅପର ସିଆଙ୍ଗରେ ଆଜି ସେନା ହେଲିକପ୍ଟର କ୍ରାଶ ଘଟଣାରେ ନୂଆ ଅପଡେଟ ସାମ୍ନାକୁ ଆସିଛି। ହେଲିକପ୍ଟରେ ମୋଟ ୫ ଜଣ ସେନା କର୍ମଚାରୀ ଥିଲେ। ସେହିପରି ଦୁର୍ଘଟଣାରେ ହେଲିକପ୍ଟରଟି ସଂପୂର୍ଣ୍ଣ ଧ୍ୱଂସ ହୋଇଯାଇଥିବା ବେଳେ ସମସ୍ତେ ପ୍ରାଣ ହରାଇଛନ୍ତି। ତେବେ ଉଦ୍ଧାରକାରୀ ଦଳ ଏଯାଏ କେବଳ ୨ ଜଣଙ୍କ ମୃତଦେହ ଠାବ କରିଛନ୍ତି। ଦୁଇ ପାଇଲଟଙ୍କୁ ମିଶାଇ ଏଚଏଏଲ ରୁଦ୍ରରେ ୫ ଜଣ ଥିଲେ। ଏହା ଏକ ଆଡଭାନ୍ସଡ ଲାଇଟ ହେଲିକପ୍ଟର। ହେଲିକପ୍ଟରଟି […]

crash

crash

Hemant Lenka
  • Published: Friday, 21 October 2022
  • Updated: 21 October 2022, 05:53 PM IST

Sports

Latest News

ନୂଆଦିଲ୍ଲୀ: ଅରୁଣାଚଳ ପ୍ରଦେଶର ଅପର ସିଆଙ୍ଗରେ ଆଜି ସେନା ହେଲିକପ୍ଟର କ୍ରାଶ ଘଟଣାରେ ନୂଆ ଅପଡେଟ ସାମ୍ନାକୁ ଆସିଛି। ହେଲିକପ୍ଟରେ ମୋଟ ୫ ଜଣ ସେନା କର୍ମଚାରୀ ଥିଲେ। ସେହିପରି ଦୁର୍ଘଟଣାରେ ହେଲିକପ୍ଟରଟି ସଂପୂର୍ଣ୍ଣ ଧ୍ୱଂସ ହୋଇଯାଇଥିବା ବେଳେ ସମସ୍ତେ ପ୍ରାଣ ହରାଇଛନ୍ତି। ତେବେ ଉଦ୍ଧାରକାରୀ ଦଳ ଏଯାଏ କେବଳ ୨ ଜଣଙ୍କ ମୃତଦେହ ଠାବ କରିଛନ୍ତି।

ଦୁଇ ପାଇଲଟଙ୍କୁ ମିଶାଇ ଏଚଏଏଲ ରୁଦ୍ରରେ ୫ ଜଣ ଥିଲେ। ଏହା ଏକ ଆଡଭାନ୍ସଡ ଲାଇଟ ହେଲିକପ୍ଟର। ହେଲିକପ୍ଟରଟି ମିଗିଙ୍ଗ ଜିଲ୍ଲାର ଗୋଟିଏ ଘଞ୍ଚ ଜଙ୍ଗଲ ମଧ୍ୟରେ ଯାନ୍ତ୍ରିକ ତ୍ରୁଟି ଯୋଗୁ ଖସି ପଡ଼ିଥିଲା। ଫଳରେ ଏଥିରେ ନିଆଁ ଲାଗି ଯାଇଥିଲା। ଦୁର୍ଘଟଣା ଘଟିଥିବା ଅଞ୍ଚଳକୁ କୌଣସି ସଡ଼କ କିମ୍ବା ଜଳପଥରେ ପହଞ୍ଚିବାର ବ୍ୟବସ୍ଥା ନାହିଁ।

ତେଣୁ ୩ଟି ଉଦ୍ଧାରକାରୀ ଟିମ୍‌ ହେଲିକପ୍ଟର ଯୋଗେ ଘଟଣାସ୍ଥଳରେ ପହଞ୍ଚିଥିଲେ। ସେମାନେ ଅକ୍ଲାନ୍ତ ପରିଶ୍ରମ କରି ଘଟଣାସ୍ଥଳରୁ ୨ଜଣଙ୍କ ମୃତଦେହ ଏଯାଏ ଉଦ୍ଧାର କରିଛନ୍ତି। ସମସ୍ତଙ୍କ ମୃତଦେହ ଠାବ ହେବା ପରେ ପରିଚୟ ସାର୍ବଜନୀନ କରାଯିବ ବୋଲି ସେନା ପକ୍ଷରୁ କୁହାଯାଇଛି।


ହେଲିକପ୍ଟରଟି ଆଜି ଲିକାବାଲିରୁ ଉଡ଼ାଣ ଭରିଥିଲା। ସବୁଦିନ ପରି ଆଜି ମଧ୍ୟ ରୁଟିନ କାମରେ ହେଲିକପ୍ଟରଟି ଯାଇଥିଲା। କିନ୍ତୁ ଦିନ ୧୦.୩୪ରେ ହେଲିକପ୍ଟରଟି ସିନଗିଙ୍ଗ ଗାଁରେ କ୍ରାଶ କରି ଯାଇଥିଲା। ଖବର ପାଇ ଉଦ୍ଧାରକାରୀ ଦଳ ଆକ୍ସନ ମୋଡକୁ ଆସିଥିଲେ। ଘଟଣାସ୍ଥଳକୁ କୌଣସି ରାସ୍ତା ନଥିବାରୁ ସ୍ଥଳ ସେନା ଓ ବାୟୁସେନାର ୩ଟି ଟିମ୍‌ ଏମଆଇ୧୭ ଏବଂ ଦୁଇଟି ଧ୍ରୁବ ହେଲିକପ୍ଟରରେ ଯାତ୍ରା ଆରମ୍ଭ କରିଥିଲେ।

ଘଟଣା ସ୍ଥଳରେ ଥିବା ଗାଁକୁ ଯୋଗାଯୋଗ ପାଇଁ ଗୋଟିଏ ଝୁଲା ପୋଲ ରହିଛି। ଉକ୍ତ ପୋଲ ସାହାଯ୍ୟରେ ଉଦ୍ଧାରକାରୀ ଦଳ ଓ ଗାଁ ଲୋକ ଘଟଣାସ୍ଥଳରେ ପହଞ୍ଚିଥିଲେ। ଆଉ କିଛି ଘଣ୍ଟା ପରେ ଉଦ୍ଧାର କାର୍ଯ୍ୟ ଶେଷ ହେବ ବୋଲି କୁହାଯାଉଛି।

ଅକ୍ଟୋବରରେ ଅରୁଣାଚଳ ପ୍ରଦେଶରେ ଏହା ହେଉଛି ଦ୍ୱିତୀୟ ହେଲିକପ୍ଟର ଦୁର୍ଘଟଣା। ଏହାପୂର୍ବରୁ ଚଳିତ ମାସରେ ଗୋଟିଏ ହେଲିକପ୍ଟର କ୍ରାଶ ହୋଇ ଜଣେ ପାଇଲଟ ପ୍ରାଣ ହରାଇଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos