ବିଦ୍ୱେଷ ସୃଷ୍ଟି ବୟାନକୁ ବିରୋଧ କରି ରାଷ୍ଟ୍ରପତିଙ୍କୁ ସଶସ୍ତ୍ର ବଳର ୫ ପୂର୍ବତନ ମୁଖ୍ୟଙ୍କ ଚିଠି

ନୂଆଦିଲ୍ଲୀ: ହରିଦ୍ୱାରରେ ତଥାକଥିତ ହିନ୍ଦୁ ଧର୍ମଗୁରୁମାନେ ମୁସଲିମଙ୍କ ନରସଂହାର ପାଇଁ ଦେଇଥିବା ଖୋଲା ଆହ୍ୱାନ ବିରୋଧରେ ସ୍ୱର ଉଠାଇଛନ୍ତି ସଶସ୍ତ୍ର ବଳର ୫ ଜଣ ପୂର୍ବତନ ମୁଖ୍ୟ। ଏମାନଙ୍କ ସହ ଶହଶହ ପ୍ରଶାସନିକ ଅଧିକାରୀ, ବରିଷ୍ଠ ନାଗରିକ ଓ ବୁଦ୍ଧିଜୀବୀ ମଧ୍ୟ ବିଦ୍ୱେଷ ସୃଷ୍ଟିକାରୀ ବୟାନକୁ ବିରୋଧ କରିଛନ୍ତି। ଏହାକୁ ବିରୋଧ କରି ସେମାନେ ଦେଶର ରାଷ୍ଟ୍ରପତି ରାମନାଥ କୋବିନ୍ଦ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ନୂଆବର୍ଷର ଠିକ୍‌ ପୂର୍ବରୁ ଚିଠି ଲେଖିଛନ୍ତି। ନିକଟରେ ହରିଦ୍ୱାର, ଦିଲ୍ଲୀ […]

Haridwar

Haridwar

Hemant Lenka
  • Published: Friday, 31 December 2021
  • Updated: 31 December 2021, 08:25 PM IST

Sports

Latest News

ନୂଆଦିଲ୍ଲୀ: ହରିଦ୍ୱାରରେ ତଥାକଥିତ ହିନ୍ଦୁ ଧର୍ମଗୁରୁମାନେ ମୁସଲିମଙ୍କ ନରସଂହାର ପାଇଁ ଦେଇଥିବା ଖୋଲା ଆହ୍ୱାନ ବିରୋଧରେ ସ୍ୱର ଉଠାଇଛନ୍ତି ସଶସ୍ତ୍ର ବଳର ୫ ଜଣ ପୂର୍ବତନ ମୁଖ୍ୟ। ଏମାନଙ୍କ ସହ ଶହଶହ ପ୍ରଶାସନିକ ଅଧିକାରୀ, ବରିଷ୍ଠ ନାଗରିକ ଓ ବୁଦ୍ଧିଜୀବୀ ମଧ୍ୟ ବିଦ୍ୱେଷ ସୃଷ୍ଟିକାରୀ ବୟାନକୁ ବିରୋଧ କରିଛନ୍ତି। ଏହାକୁ ବିରୋଧ କରି ସେମାନେ ଦେଶର ରାଷ୍ଟ୍ରପତି ରାମନାଥ କୋବିନ୍ଦ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ନୂଆବର୍ଷର ଠିକ୍‌ ପୂର୍ବରୁ ଚିଠି ଲେଖିଛନ୍ତି।

ନିକଟରେ ହରିଦ୍ୱାର, ଦିଲ୍ଲୀ ଓ ଅନ୍ୟ ସ୍ଥାନରେ ହିନ୍ଦୁ ସେନା ପକ୍ଷରୁ ତଥାକଥିତ ଧର୍ମ ସଂସଦ ଆୟୋଜନ କରାଯାଇଥିଲା। ଏହି ସମୟରେ ହିନ୍ଦୁ ଧର୍ମଗୁରୁମାନେ ଖୋଲାଖୋଲି ଭାବେ ମୁସଲିମଙ୍କ ନରସଂହାର ପାଇଁ ଆହ୍ୱାନ ଦେଇଥିଲେ। ଏଥିସହ ସେମାନେ ଖ୍ରୀଷ୍ଟିୟାନ, ଶିଖ ଓ ଦଳିତ ବିରୋଧୀ ବୟାନ ମଧ୍ୟ ଦେଇଥିବା ଚିଠିରେ କୁହାଯାଇଛି। ଏପରି ବୟାନ ଦେଶରେ ରହିଥିବା ଶାନ୍ତି, ସ୍ଥିରତା ଓ ଅଖଣ୍ଡତାକୁ ପ୍ରଭାବିତ କରିବ ବୋଲି ସେମାନେ କହିଛନ୍ତି।

ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀଙ୍କୁ ଲେଖାଯାଇଥିବା ଚିଠିରେ ଉଲ୍ଲେଖ କରାଯାଇଛି ଯେ ଉତ୍ତରାଖଣ୍ଡର ହରିଦ୍ୱାରରେ ୧୭ରୁ ୧୯ ତାରିଖ ଯାଏ ଆୟୋଜିତ ଧର୍ମ ସଂସଦରେ ହିନ୍ଦୁ ସାଧୁ ଓ ନେତାମାନେ ବିଦ୍ୱେଷ ସୃଷ୍ଟି କରିବା ଭଳି ବୟାନ ଦେଇଥିଲେ। ଏପରି ବୟାନ ଶୁଣି ଆମେ ବ୍ୟଥିତ।

ଏହି ସଭାରେ ନିୟମିତ ହିନ୍ଦୁ ରାଷ୍ଟ୍ର ପ୍ରତିଷ୍ଠା ପାଇଁ ଆହ୍ୱାନ ଦିଆଯାଇଥିଲା ଓ ହିନ୍ଦୁ ଧର୍ମର ସୁରକ୍ଷା ପାଇଁ ଭାରତର ମୁସଲମାନମାନଙ୍କ ନରସଂହାର କରିବାକୁ ମଧ୍ୟ ତଥାକଥିତ ହିନ୍ଦୁ ସାଧୁମାନେ ମତ ଦେଇଥିଲେ। ଭାରତରେ ଶାନ୍ତି ଓ ସ୍ଥିରତା ଭଙ୍ଗ କରିବାକୁ ଚାଲିଥିବା ଉଦ୍ୟମ ବାହ୍ୟ ଶତ୍ରୁଙ୍କୁ ସୁହାଇବ। ସମସ୍ତଙ୍କ ମଧ୍ୟରେ ଥିବା ଏକତାକୁ ଏପରି ବୟାନ ପ୍ରଭାବିତ କରିବ। ଗୋଟିଏ କିମ୍ବା ଦୁଇଟି ସଂପ୍ରଦାୟ ବିରୋଧରେ ହିଂସା ସୃଷ୍ଟି କରିବା ପାଇଁ ଆହ୍ୱାନ ଦେବା ଆଦୌ ଗ୍ରହଣଯୋଗ୍ୟ ନୁହେଁ।

କେବଳ ହରିଦ୍ୱାର ନୁହେଁ ଦିଲ୍ଲୀରେ ମଧ୍ୟ ଏକ କାର୍ଯ୍ୟକ୍ରମ ଆୟୋଜନ ହୋଇଥିଲା। ଯେଉଁଥିରେ ଶହଶହ ଲୋକ ଏକାଠି ହୋଇଥିଲେ। ଏହି ସମୟରେ କାର୍ଯ୍ୟକ୍ରମର ଆୟୋଜନ କରୁଥିବା ବ୍ୟକ୍ତି ସମସ୍ତଙ୍କୁ ହିନ୍ଦୁ ରାଷ୍ଟ୍ରଗଠନ ପାଇଁ ଶପଥ ପାଠ କରାଇଥିଲେ। ଏପରି ଦେଶ ବିରୋଧୀ କାମ ବିଭିନ୍ନ ସ୍ଥାନରେ ଏବେ ଆୟୋଜନ ହେବାରେ ଲାଗିଛି।

ଆମେକେବେ ହେଲେ ଏପରି ଘୃଣ୍ୟ ବୟାନକୁ ବାକ ସ୍ୱାଧୀନତା ସହ ତୁଳନା କରି ଚୁପ ବସି ପାରିବା ନାହିଁ। ଏପରି ବୟାନ କେବଳ ଆଭ୍ୟନ୍ତରୀଣ ସୁରକ୍ଷା ବ୍ୟବସ୍ଥା ପ୍ରତି ବିପଦ ସୃଷ୍ଟି କରୁ ନାହିଁ ବରଂ ଏହା ଆମ ଦେଶର ସାମାଜିକ ମୂଲ୍ୟବୋଧକୁ ମଧ୍ୟ କ୍ଷତି ପହଞ୍ଚାଉଛି। ଧର୍ମ ସଂସଦରେ ଜଣେ ବକ୍ତା ଲୋକଙ୍କୁ ଅସ୍ତ୍ର ଉଠାଇବାକୁ କହିବା ସହ ଏକ ନିର୍ଦ୍ଦିଷ୍ଟ ସଂପ୍ରଦାୟ ବିରୋଧରେ ସଫେଇ ଅଭିଯାନ ଆରମ୍ଭ କରିବାକୁ ଆହ୍ୱାନ ଦେଇଥିଲେ।

ଏହି ଅଭିଯାନରେ ସେ ସେନା ଓ ପୁଲିସ୍‌କୁ ମଧ୍ୟ ସାମିଲ ହେବାକୁ ପରାମର୍ଶ ଦେଇଛନ୍ତି। ଦେଶର ସୁରକ୍ଷା ବାହିନୀକୁ ନିଜ ଲୋକଙ୍କ ନରସଂହାର ପାଇଁ କହିବା ଆଦୌ ଗ୍ରହଣଯୋଗ୍ୟ ନୁହେଁ। ଏହାକୁ କଡ଼ା ଭାଷାରେ ନିନ୍ଦା କରାଯିବା ଉଚିତ ବୋଲି ଚିଠିରେ କୁହାଯାଇଛି।

ଏହାପୂର୍ବରୁ ଏପରି ବିଦ୍ୱେଷ ସୃଷ୍ଟିକାରୀ ବୟାନ ବିରୋଧରେ ସୁପ୍ରିମକୋର୍ଟର ୭୬ ଜଣ ବରିଷ୍ଠ ଓକିଲ ସିଜେଆଇ ଜଷ୍ଟିସ ଏନଭି ରମନ୍ନାଙ୍କୁ ମଧ୍ୟ ଚିଠି ଲେଖିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story