ଆର୍ମି କ୍ୟାମ୍ପ ନିକଟରୁ ମିଳିଲା ୫ କେଜିର ଆଇଇଡି

ରଜୌରୀ: ସୁରକ୍ଷାକର୍ମୀଙ୍କ ବିରୋଧରେ ହୋଇଥିବା ବଡ଼ଧରଣର ଷଡ଼ଯନ୍ତ୍ର ପଣ୍ଡ ହୋଇଯାଇଛି। ସୁରକ୍ଷାକର୍ମୀଙ୍କୁ ଟାର୍ଗେଟ କରି ଜମ୍ମୁ-କଶ୍ମୀରର ରଜୌରୀରେ ଖଞ୍ଜା ଯାଇଥିବା ଆଇଇଡିକୁ ବିସ୍ଫୋରଣ ପୂର୍ବରୁ ଠାବ କରାଯାଇଛି। ରଜୌରୀ ସ୍ଥିତ ଆର୍ମି କ୍ୟାମ୍ପ ନିକଟରୁ ଆଜି ସୁରକ୍ଷାକର୍ମୀମାନେ ୫ କେଜି ଓଜନର ଗୋଟିଏ ଆଇଇଡି ଉଦ୍ଧାର କରିଛନ୍ତି। ଜାତୀୟ ରାଜପଥ ନିକଟରେ ଥିବା ଆର୍ମି କ୍ୟାମ୍ପ ନିକଟରୁ ମିଳିଥିବା ଏହି ଆଇଇଡିକୁ ବେଶ ସତର୍କତାର ସହ ପରବର୍ତ୍ତୀ ଅବସ୍ଥାରେ ନିଷ୍କ୍ରିୟ କରି ଦିଆଯାଇଛି। ରଜୌରୀ ପୁଲିସ ପକ୍ଷରୁ […]

IED

IED

Hemant Lenka
  • Published: Saturday, 16 April 2022
  • Updated: 16 April 2022, 09:58 AM IST

Sports

Latest News

ରଜୌରୀ: ସୁରକ୍ଷାକର୍ମୀଙ୍କ ବିରୋଧରେ ହୋଇଥିବା ବଡ଼ଧରଣର ଷଡ଼ଯନ୍ତ୍ର ପଣ୍ଡ ହୋଇଯାଇଛି। ସୁରକ୍ଷାକର୍ମୀଙ୍କୁ ଟାର୍ଗେଟ କରି ଜମ୍ମୁ-କଶ୍ମୀରର ରଜୌରୀରେ ଖଞ୍ଜା ଯାଇଥିବା ଆଇଇଡିକୁ ବିସ୍ଫୋରଣ ପୂର୍ବରୁ ଠାବ କରାଯାଇଛି। ରଜୌରୀ ସ୍ଥିତ ଆର୍ମି କ୍ୟାମ୍ପ ନିକଟରୁ ଆଜି ସୁରକ୍ଷାକର୍ମୀମାନେ ୫ କେଜି ଓଜନର ଗୋଟିଏ ଆଇଇଡି ଉଦ୍ଧାର କରିଛନ୍ତି। ଜାତୀୟ ରାଜପଥ ନିକଟରେ ଥିବା ଆର୍ମି କ୍ୟାମ୍ପ ନିକଟରୁ ମିଳିଥିବା ଏହି ଆଇଇଡିକୁ ବେଶ ସତର୍କତାର ସହ ପରବର୍ତ୍ତୀ ଅବସ୍ଥାରେ ନିଷ୍କ୍ରିୟ କରି ଦିଆଯାଇଛି।

ରଜୌରୀ ପୁଲିସ ପକ୍ଷରୁ କୁହାଯାଇଛି ଯେ ସୁରକ୍ଷାକର୍ମୀମାନେ ରଜୌରୀ ଗୁରଡାନ ରୋଡ୍‌ ନିକଟରେ ଖଞ୍ଜା ଯାଇଥିବା ଆଇଇଡିକୁ ଠାବ କରି ନିଷ୍କ୍ରିୟ କରିଦେଇଛନ୍ତି। ଏଥିସହ ଗୋଟିଏ ବଡ଼ ଆତଙ୍କୀ ଷଡ଼ଯନ୍ତ୍ରକୁ ବେଶ ସଫଳତାର ସହ ପଣ୍ଡ କରି ଦିଆଯାଇଛି। ଆଇଇଡି ଉଦ୍ଧାର ହେବା ପରେ ପୂରା ଅଞ୍ଚଳକୁ କର୍ଡନ କରାଯାଇଥିଲା। ଏହାପରେ ଏହାକୁ ଗୋଟିଏ ସୁରକ୍ଷିତ ସ୍ଥାନକୁ ନିଆଯାଇ ନଷ୍ଟ କରାଯାଇଛି।

ପ୍ରଥମେ ଗୁରଡାନ ଚାୱା ଗାଁରେ ସନ୍ଦିଗ୍ଧ ଗତିବିଧି ସମ୍ପର୍କରେ ପୁଲିସ୍‌ ବିଶେଷ ସୂତ୍ରରୁ ଖବର ପାଇଥିଲା। ଖବର ମିଳିବା ପରେ ଶନିବାର ସକାଳୁ ଆର୍ମି ଓ ଜମ୍ମୁ-କଶ୍ମୀର ପୁଲିସ୍‌ର ସ୍ୱତନ୍ତ୍ର ଫୋର୍ସ ସ୍ଥାନୀୟ ଅଞ୍ଚଳକୁ କର୍ଡନ କରି ସର୍ଚ୍ଚ ଅପରେସନ ଆରମ୍ଭ କରିଥିଲା। ଅପରେସନ ବେଳେ ରାସ୍ତା କଡ଼ରୁ ଗୋଟିଏ ସନ୍ଦିଗ୍ଧ ସାମଗ୍ରୀ ମିଳିଥିଲା।

ଯାଞ୍ଚ କରିବା ବେଳେ ଏହା ୫ କେଜି ଓଜନର ଆଇଇଡି ବୋଲି ସ୍ପଷ୍ଟ ହୋଇଥିଲା। କିଛି ସମୟ ପରେ ବୋମା ନିଷ୍କ୍ରିୟକାରୀ ଟିମ୍‌ ଘଟଣାସ୍ଥଳରେ ପହଞ୍ଚି ଆଇଇଡିକୁ ନିଜ ନିୟନ୍ତ୍ରଣକୁ ନେଇଥିଲା। ପରେ ଏସ୍‌ଓପି ଅନୁସାରେ ଗୋଟିଏ ସୁରକ୍ଷିତ ସ୍ଥାନରେ ଏହାକୁ ବିସ୍ଫୋରଣ କରି ନଷ୍ଟ କରାଯାଇଥିଲା ବୋଲି ପୁଲିସ୍‌ କହିଛି।

ଅନ୍ୟପକ୍ଷରେ ଏବେ ବି ସ୍ଥାନୀୟ ଅଞ୍ଚଳରେ ସର୍ଚ୍ଚ ଅପରେସନ ଜାରି ରହିଛି। ସେହିପରି ଆଇଇଡି କେମିତି ଓ କିଏ ଏଠାରେ ରଖିଥିଲା, ତା’ର ଅଧିକ ତଦନ୍ତ ପୁଲିସ୍‌ ଆରମ୍ଭ କରିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos