କଂଗ୍ରେସ ସଭାପତି ନିର୍ବାଚନ: ଭୋଟର ତାଲିକା ସାର୍ବଜନୀନ ପାଇଁ ଦଳୀୟ ସାଂସଦଙ୍କ ଦାବି

ନୂଆଦିଲ୍ଲୀ: କଂଗ୍ରେସ ସଭାପତି ନିର୍ବାଚନରେ କେଉଁମାନେ ଭୋଟ ଦେଇପାରିବେ, ତା’ର ତାଲିକା ସାର୍ବଜନୀନ କରିବାକୁ ଦଳର ୫ ଜଣ ସାଂସଦ ଦାବି କରିଛନ୍ତି। ପିସିସି ପ୍ରତିନିଧିମାନଙ୍କୁ ନେଇ ତିଆରି ହୋଇଥିବା ଭୋଟର ତାଲିକାକୁ ସମସ୍ତ ମତଦାତା ଓ ପ୍ରାର୍ଥୀ ହେଉଥିବା ନେତାମାନଙ୍କୁ ଯୋଗାଇ ଦେବା ସପକ୍ଷରେ ଏହି ସାଂସଦମାନେ ମତ ରଖିଛନ୍ତି। ଏଆଇସିସିର କେନ୍ଦ୍ରୀୟ ମୁଖ୍ୟ ନିର୍ବାଚନ ଅଧିକାରୀ ମଧୁସୁଦନ ମସ୍ତ୍ରୀଙ୍କୁ ଲେଖାଯାଇଥିବା ଚିଠିରେ ୫ ଜଣ ସାଂସଦ କହିଛନ୍ତି, ଭୋଟର ତାଲିକା ସାର୍ବଜନୀନ ନ କଲେ […]

congress

congress

Hemant Lenka
  • Published: Saturday, 10 September 2022
  • Updated: 10 September 2022, 06:33 PM IST

Sports

Latest News

ନୂଆଦିଲ୍ଲୀ: କଂଗ୍ରେସ ସଭାପତି ନିର୍ବାଚନରେ କେଉଁମାନେ ଭୋଟ ଦେଇପାରିବେ, ତା’ର ତାଲିକା ସାର୍ବଜନୀନ କରିବାକୁ ଦଳର ୫ ଜଣ ସାଂସଦ ଦାବି କରିଛନ୍ତି। ପିସିସି ପ୍ରତିନିଧିମାନଙ୍କୁ ନେଇ ତିଆରି ହୋଇଥିବା ଭୋଟର ତାଲିକାକୁ ସମସ୍ତ ମତଦାତା ଓ ପ୍ରାର୍ଥୀ ହେଉଥିବା ନେତାମାନଙ୍କୁ ଯୋଗାଇ ଦେବା ସପକ୍ଷରେ ଏହି ସାଂସଦମାନେ ମତ ରଖିଛନ୍ତି।

ଏଆଇସିସିର କେନ୍ଦ୍ରୀୟ ମୁଖ୍ୟ ନିର୍ବାଚନ ଅଧିକାରୀ ମଧୁସୁଦନ ମସ୍ତ୍ରୀଙ୍କୁ ଲେଖାଯାଇଥିବା ଚିଠିରେ ୫ ଜଣ ସାଂସଦ କହିଛନ୍ତି, ଭୋଟର ତାଲିକା ସାର୍ବଜନୀନ ନ କଲେ ନିର୍ବାଚନ ପ୍ରକ୍ରିୟାର ନିରପେକ୍ଷତା ଓ ସ୍ୱଚ୍ଛତା ଉପରେ ପ୍ରଶ୍ନ ଉଠିପାରେ। ଏହାକୁ ନେଇ ସମସ୍ତେ ଚିନ୍ତା ପ୍ରକଟ କରୁଛନ୍ତି। ସେପ୍ଟେମ୍ବର ୬ରେ ଲେଖାଯାଇଥିବା ଚିଠିରେ କଂଗ୍ରେସ ସାଂସଦ ଶଶି ଥରୁର, ମନୀଷ ତିୱାରୀ, କାର୍ତ୍ତି ଚିଦାମ୍ବରମ, ପ୍ରଦ୍ୟୁତ ବୋରଦୋଲଇ ଓ ଅବଦୁଲ ଖଲିକଙ୍କ ଦସ୍ତଖତ ରହିଛି।

ସେମାନେ ଚିଠିରେ କହିଛନ୍ତି, “କେନ୍ଦ୍ରୀୟ ନିର୍ବାଚନ ଅଧିକାରୀ ଭୋଟର ତାଲିକା ସାର୍ବଜନୀନ କରିବାରେ ଯଦି କୌଣସି ସମସ୍ୟା ଥିବା ଚିନ୍ତା କରୁଛନ୍ତି, ତେବେ ସିଇଏ ଏମିତି ଏକ ସୁରକ୍ଷିତ ବ୍ୟବସ୍ଥା କରନ୍ତୁ ଯାହା ଦ୍ୱାରା ପୂରା ଭୋଟର ତାଲିକା ସମସ୍ତ ମତଦାତା ଓ ପ୍ରାର୍ଥୀମାନଙ୍କ ପାଖରେ ପହଞ୍ଚି ପାରିବ। ମତଦାତା ଓ ପ୍ରାର୍ଥୀମାନଙ୍କ ପକ୍ଷେ ୨୮ ପ୍ରଦେଶ କଂଗ୍ରେସ କମିଟି(ପିସିସି) ଓ ୯ କେନ୍ଦ୍ର ଶାସିତ ଅଞ୍ଚଳକୁ ଯାଇ ଭୋଟର ତାଲିକା ଯାଞ୍ଚ କରିବା ସମ୍ଭବପର ନୁହେଁ। କେଉଁମାନେ ପ୍ରାର୍ଥୀଙ୍କୁ ଚୟନ କରିପାରିବେ ଓ କେଉଁମାନେ ଭୋଟ ଦେଇପାରିବେ, ତା’ର ତାଲିକା ପ୍ରକାଶ କରାଯିବା ଦରକାର।”

ଏହାପୂର୍ବରୁ ଥରୁର ଓ ବୋରଦୋଲଇ ପୃଥକ ପୃଥକ ଭାବେ ଶ୍ରୀ ମିସ୍ତ୍ରୀଙ୍କୁ ଚିଠି ଲେଖି ସମାନ ଦାବି କରିଥିଲେ। ସେହିପରି ତିୱାରୀ ଓ ଚିଦାମ୍ବରମ ଗଣମାଧ୍ୟମ ଆଗରେ ଭୋଟର ତାଲିକା ସାର୍ବଜନୀନ ସପକ୍ଷରେ ମତ ରଖିଥିଲେ।

ଅନ୍ୟପକ୍ଷରେ ସିଇଏ ମିସ୍ତ୍ରୀ କଂଗ୍ରେସ ସଭାପତି ନିର୍ବାଚନ ନିରପେକ୍ଷ ଓ ସ୍ୱଚ୍ଛ ରହିବ ବୋଲି କହିଛନ୍ତି। ତାଙ୍କ କହିବା କଥା କଂଗ୍ରେସର ସମ୍ବିଧାନ ଅନୁସାରେ ନିର୍ବାଚନ ହେବ। ଭୋଟର ତାଲିକା ସାର୍ବଜନୀନ କରାଯାଇ ପାରିବ ନାହିଁ। କିନ୍ତୁ ଭୋଟ କେଉଁମାନେ ଦେଇ ପାରିବେ, ତା’ର ତାଲିକା ପ୍ରାର୍ଥୀଙ୍କୁ ଉପଯୁକ୍ତ ସମୟରେ ଯୋଗାଇ ଦିଆଯିବ ବୋଲି ସେ କହିଛନ୍ତି।

ସୂଚନାଯୋଗ୍ୟ, ଅକ୍ଟୋବର ୧୭ରେ କଂଗ୍ରେସ ସଭାପତି ନିର୍ବାଚନ ପାଇଁ ଭୋଟ ଗ୍ରହଣ ହେବ। ଏହାର ଦୁଇ ଦିନ ପରେ ଗଣତି ସହ ରେଜଲ୍ଟ ପ୍ରକାଶ ପାଇବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story