କୋଭାକ୍ସିନ ଟିକାର ୫% ରୟାଲିଟି ନେବ ଆଇସିଏମଆର, ଉଠିଲା ପ୍ରଶ୍ନ

ନୂଆଦିଲ୍ଲୀ: ଭାରତ ବାୟୋଟେକ ପ୍ରସ୍ତୁତ କରିଥିବା କରୋନା ଟିକା କୋଭାକ୍ସିନର ମୋଟ ବିକ୍ରି ଉପରେ ୫% ରୟାଲିଟି ନେବ ଆଇସିଏମଆର। ଆଇସିଏମଆରକୁ କମ୍ପାନୀର ଏପରି ୫% ରୟାଲିଟି ମିଳିବା ଘଟଣା ସାମ୍ନାକୁ ଆସିବା ପରେ ପ୍ରଶ୍ନ ଉଠିବା ଆରମ୍ଭ ହୋଇଛି। ସେମାନେ ଏହି ଅର୍ଥ କେଉଁ ଭତ୍ତିରେ ଓ କାହିଁକି ୬ ମାସକୁ ଥରେ ଭାରତ ବାୟୋଟେକ ଦେବ ବୋଲି ପ୍ରଶ୍ନ କରିଛନ୍ତି। ଜୁଲାଇ ମାସରେ ସରକାର କୋଭାକ୍ସିନର ଡୋଜ୍‌ ପିଛା ଦାମରେ ସଂଶୋଧନ କରି ଏହାକୁ […]

Covaxin

Covaxin

Hemant Lenka
  • Published: Monday, 02 August 2021
  • Updated: 02 August 2021, 04:00 PM IST

Sports

Latest News

ନୂଆଦିଲ୍ଲୀ: ଭାରତ ବାୟୋଟେକ ପ୍ରସ୍ତୁତ କରିଥିବା କରୋନା ଟିକା କୋଭାକ୍ସିନର ମୋଟ ବିକ୍ରି ଉପରେ ୫% ରୟାଲିଟି ନେବ ଆଇସିଏମଆର। ଆଇସିଏମଆରକୁ କମ୍ପାନୀର ଏପରି ୫% ରୟାଲିଟି ମିଳିବା ଘଟଣା ସାମ୍ନାକୁ ଆସିବା ପରେ ପ୍ରଶ୍ନ ଉଠିବା ଆରମ୍ଭ ହୋଇଛି।

ସେମାନେ ଏହି ଅର୍ଥ କେଉଁ ଭତ୍ତିରେ ଓ କାହିଁକି ୬ ମାସକୁ ଥରେ ଭାରତ ବାୟୋଟେକ ଦେବ ବୋଲି ପ୍ରଶ୍ନ କରିଛନ୍ତି। ଜୁଲାଇ ମାସରେ ସରକାର କୋଭାକ୍ସିନର ଡୋଜ୍‌ ପିଛା ଦାମରେ ସଂଶୋଧନ କରି ଏହାକୁ ୨୨୫ ଟଙ୍କା ରଖିଥିବା ବେଳେ ଘରୋଇ ମାର୍କେଟ ଏହା ଡୋଜ୍‌ ପିଛା ୧୪୧୦ ଟଙ୍କା ରହିଛି। ଭାରତରେ ଏଯାଏ ବ୍ୟବହୃତ ହେଉଥିବା କରୋନା ଟିକା ମଧ୍ୟରୁ କୋଭାକ୍ସିନ ସବୁଠାରୁ ମହଙ୍ଗା।

ସ୍ୱାସ୍ଥ୍ୟ ରାଷ୍ଟ୍ରମନ୍ତ୍ରୀ ଭାରତୀ ପ୍ରବୀଣ ପାୱାର ସଂସଦକୁ କହିଛନ୍ତି ଯେ ରୟାଲିଟି କ୍ଲଜ ଦୁଇ ପକ୍ଷ (ଭାରତ ବାୟୋଟେକ ଓ ଆଇସିଏମଆର) ଚୁକ୍ତି କରିବା ବେଳେ ସେଥିରେ ଉଲ୍ଲେଖ କରାଯାଇଥିଲା। ଉଭୟ ମିଳିତ ଭାବେ କୋଭାକ୍ସିନକୁ ବିକଶିତ କରିଛନ୍ତି।

କୋୱିନର ତଥ୍ୟ ଅନୁଯାୟୀ, ଏଯାଏ ଦେଶରେ ୪୫ କୋଟିରୁ ଅଧିକ ଲୋକଙ୍କୁ ଟିକା ଦିଆଯାଇଥିବା ବେଳେ କୋଭାକ୍ସିନ ନେଇଥିବା ହିତାଧିକାରୀଙ୍କ ସଂଖ୍ୟା ମାତ୍ର ୫ କୋଟିରୁ ସାମାନ୍ୟ ଅଧିକ। କେନ୍ଦ୍ର ସରକାର କୋଭାକ୍ସିନର କ୍ଲିନିକାଲ ଟ୍ରାଏଲ ପାଇଁ ୩୫ କୋଟି ଟଙ୍କା ଖର୍ଚ୍ଚ କରିଥିବା ସୁପ୍ରିମକୋର୍ଟଙ୍କୁ ଅବଗତ କରାଇଛନ୍ତି।

ବିଶେଷଜ୍ଞମାନେ କହିଛନ୍ତି, ଭାରତ ବାୟୋଟେକ କୋଭାକ୍ସିନକୁ ବିକଶିତ କରିବା ପାଇଁ କେତେ ଟଙ୍କା ଖର୍ଚ୍ଚ କରିଛି, ତା’ର ଯାଞ୍ଚ ସରକାର କରିବା କଥା। ଯଦି ଆଇସିଏମଆର ୩୫ କୋଟି ନିବେଶ କରି ୫% ରୟାଲିଟି ପାଇପାରୁଛି, ତା’ହେଲେ କ’ଣ ଭାରତ ବାୟୋଟେକ ଟିକା ପାଇଁ ୬୫୦ କୋଟିରୁ ଅଧିକ ଟଙ୍କା ଖର୍ଚ୍ଚ କରିଛି କି? କ’ଣ ସରକାର ଏହାକୁ ଯାଞ୍ଚ କରିବେ କି ବୋଲି ସେମାନେ ପ୍ରଶ୍ନ କରିଛନ୍ତି।

ଜନସ୍ୱାସ୍ଥ୍ୟ ଅଭିଯାନର ଅମୂଲ୍ୟ ନିଧି ଅଭିଯୋଗ କରିଛନ୍ତି ଯେ “ସରକାର ଓ କମ୍ପାନୀ ମଧ୍ୟରେ ଲାଭ ହାସଲ କରିବାକୁ ଏକ ମଧୁଚନ୍ଦ୍ରିକା ସ୍ଥାପନ ହୋଇଛି। ଆଇସିଏମଆରକୁ ୫% ରୟାଲିଟି ଦେବା ବଦଳରେ କେନ୍ଦ୍ର ସରକାର କୋଭାକ୍ସିନର ବୈଷୟିକ ଜ୍ଞାନକୌଶଳ ଓ ଲାଇସେନ୍ସ ନିଜ ପାଖରେ ରଖିବା ଦରକାର।

ଏଗୁଡ଼ିକୁ କେବଳ ସରକାରଙ୍କ ଦ୍ୱାରା ପରିଚାଳିତ କମ୍ପାନୀକୁ ନୁହେଁ ବରଂ ଅନ୍ୟ ସମସ୍ତ ଟିକା ଉତ୍ପାଦନକାରୀ କମ୍ପାନୀକୁ ଦେବା ଉଚିତ। ଏହାଦ୍ୱାରା ଟିକାର ଉତ୍ପାଦନ ଅଧିକରୁ ଅଧିକ ହୋଇପାରିବ।”

ରୋହିତ ଜୈନ ନାମକ ଜଣେ ଡାକ୍ତର କହିଛନ୍ତି, ମହାମାରୀ ସମୟରେ ଆଇସିଏମଆର ଭଳି ସରକାରୀ ସଂସ୍ଥାକୁ ୫% ଲାଭ ଦେବା ବଦଳରେ ସରକାର ଟିକାର ଦାମ କମ୍ କରିପାରିବେ। ଟିକାର ଦାମ ୫% ହ୍ରାସ ପାଇଲେ, ଲୋକମାନଙ୍କ ପାଇଁ ଏହା ମଙ୍ଗଳ ହେବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos