କାହିଁକି ଫଡନାଭିସଙ୍କ ବଦଳରେ ଏକନାଥ ସିନ୍ଦେଙ୍କୁ ମୁଖ୍ୟମନ୍ତ୍ରୀ କଲା ବିଜେପି?

ମୁମ୍ବାଇ: ସମସ୍ତେ ଜାଣିଥିଲେ ଯେ ଉଦ୍ଧବ ଠାକରେ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିବାରୁ ବିଜେପି ରାଜ୍ୟରେ ସରକାର ଗଠନ କରିବ। ଏଥିସହ ବିଜେପି ନେତା ଦେବେନ୍ଦ୍ର ଫଡନାଭିସ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ। କାରଣ ବିଜେପି ପାଖରେ ୧୦୬ ବିଧାୟକ ରହିଛନ୍ତି। ଏଥିସହ ଶିବସେନାର ବିଦ୍ରୋହୀ ବିଧାୟକ ଏକନାଥ ସିନ୍ଦେ ମହାରାଷ୍ଟ୍ରର ଉପ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ। ହେଲେ ଆଜି ରାଜ୍ୟପାଳଙ୍କୁ ଭେଟିବା ପରେ ଫଡନାଭିସ ସମସ୍ତଙ୍କୁ ଆଶ୍ଚର୍ଯ୍ୟ ଚକିତ କରିବା ଭଳି କଥା ଘୋଷଣା […]

Balasaheb

Balasaheb

Hemant Lenka
  • Published: Thursday, 30 June 2022
  • Updated: 30 June 2022, 08:42 PM IST

Sports

Latest News

ମୁମ୍ବାଇ: ସମସ୍ତେ ଜାଣିଥିଲେ ଯେ ଉଦ୍ଧବ ଠାକରେ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିବାରୁ ବିଜେପି ରାଜ୍ୟରେ ସରକାର ଗଠନ କରିବ। ଏଥିସହ ବିଜେପି ନେତା ଦେବେନ୍ଦ୍ର ଫଡନାଭିସ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ। କାରଣ ବିଜେପି ପାଖରେ ୧୦୬ ବିଧାୟକ ରହିଛନ୍ତି। ଏଥିସହ ଶିବସେନାର ବିଦ୍ରୋହୀ ବିଧାୟକ ଏକନାଥ ସିନ୍ଦେ ମହାରାଷ୍ଟ୍ରର ଉପ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ।

ହେଲେ ଆଜି ରାଜ୍ୟପାଳଙ୍କୁ ଭେଟିବା ପରେ ଫଡନାଭିସ ସମସ୍ତଙ୍କୁ ଆଶ୍ଚର୍ଯ୍ୟ ଚକିତ କରିବା ଭଳି କଥା ଘୋଷଣା କରିଥିଲେ। ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ଭାବେ ଏକନାଥ ସିନ୍ଦେ ଶପଥ ନେବେ। ତାଙ୍କୁ ବିଜେପି ସମର୍ଥନ କରିବ। ଏହାପରେ ସିନ୍ଦେ ମୁଖ୍ୟମନ୍ତ୍ରୀ ଓ ଫଡନାଭିସ ଉପ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି।

କିନ୍ତୁ ଏତେ ସଂଖ୍ୟକ ବିଧାୟକଙ୍କ ସମର୍ଥନ ସତ୍ତ୍ୱେ କାହିଁକି ଫଡନାଭିସଙ୍କ ବଦଳରେ ସିନ୍ଦେଙ୍କୁ ବାଛିଲା ବିଜେପି?

୧- ୨୦୧୯ ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ବେଳେ ବିଜେପି ଓ ଶିବସେନା ଏକାଠି ଲଢ଼ିଥିଲେ। ହେଲେ ରେଜଲ୍ଟ ପରେ ମୁଖ୍ୟମନ୍ତ୍ରୀ ପଦକୁ ନେଇ ଦୁଇ ଦଳ ମଧ୍ୟରେ ଟଣାଓଟରା ହୋଇଥିଲା। ବିବାଦ ଯୋଗୁ ମେଣ୍ଟ ଭାଙ୍ଗିଥିଲା। ଏହାକୁ ନେଇ ଛକାପଞ୍ଝା ଚାଲିଥିବା ବେଳେ ଭୋର ସମୟରେ ଏନସିପିର ଅଜିତ ପାୱାରଙ୍କୁ ଧରି ଫଡନାଭିସ ତରବରିଆ ଭାବେ ମୁଖ୍ୟମନ୍ତ୍ରୀ ପଦର ଶପଥ ନେଇଥିଲେ।

ହେଲେ ମଧ୍ୟାହ୍ନ ବେଳକୁ ଅଜିତ ପାୱାର ସମର୍ଥନ ପ୍ରତ୍ୟାହାର କରି ନେବାରୁ ଫଡନାଭିସ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ। ଫଡନାଭିସଙ୍କ ଏପରି ତରବରିଆ ଶପଥ ପାଠ ସମସ୍ତଙ୍କ ମନରେ ବିଜେପି କ୍ଷମତା ଲୋଭି ବୋଲି ଗୋଟିଏ ଧାରଣା ସୃଷ୍ଟି କରିଥିଲା। ତେଣୁ ଏବେ ସିନ୍ଦେଙ୍କୁ ମୁଖ୍ୟମନ୍ତ୍ରୀ ପଦ ଦେଇ ବିଜେପି କେବେ ହେଲେ କ୍ଷମତା ପଛରେ ଦୌଡ଼େ ନାହିଁ ବୋଲି ଦଳ ଗୋଟିଏ ଧାରଣ ସୃଷ୍ଟି କରିଛି।

୨-ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବା ବେଳେ ଉଦ୍ଧବ ଠାକରେ କହିଥିଲେ ଯେ ବିଜେପି ତାଙ୍କୁ ପଛପଟୁ ଛୁରୀ ମାରିଛି। ଏଥିସହ ସେ କହିଥିଲେ ଯେ ବିଜେପି ବାଲାସାହେବ ଠାକରେଙ୍କ ପୁଅଙ୍କୁ କ୍ଷମତାଚ୍ୟୁତ କରିଛି। ଉଦ୍ଧବ ଠାକରେଙ୍କ ଏପରି ବୟାନ ଲୋକଙ୍କୁ ଭାବବିହ୍ୱଳ କରିଥିଲା ଓ ପରବର୍ତ୍ତୀ ଅବସ୍ଥାରେ ତାଙ୍କୁ ରାଜନୀତିକ ଫାଇଦାର ଦେବାର ସମ୍ଭାବନା ରହିଛି। କିନ୍ତୁ ବିଜେପି ଜଣେ ଶିବ ସୈନିକ(ସିନ୍ଦେ)ଙ୍କୁ ମୁଖ୍ୟମନ୍ତ୍ରୀ ପଦରେ ବସାଇ ଉଦ୍ଧବଙ୍କୁ ନେଇ ଲୋକଙ୍କ ମନରେ ସୃଷ୍ଟି ହୋଇଥିବା ଧାରଣାକୁ ବଦଳାଇବାକୁ ଚେଷ୍ଟା କରିଛି।

୩-ବିଜେପି ଏକନାଥ ସିନ୍ଦେଙ୍କୁ ମୁଖ୍ୟମନ୍ତ୍ରୀ କରି ଦଳ ସବୁବେଳେ ଶିବସେନା ପ୍ରତିଷ୍ଠାତା ବାଲାସାହେବ ଠାକରେଙ୍କ ଲିଗାସିକୁ ଆଗକୁ ନେବାକୁ ଚାହୁଁଥିବା ଗୋଟିଏ ବାର୍ତ୍ତା ଦେଇଛି। ଆଜି ଏକନାଥ ସିନ୍ଦେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ବୋଲି ଘୋଷଣା କରିବା ପୂର୍ବରୁ ଦେବେନ୍ଦ୍ର ଫଡନାଭିସକ ବାରମ୍ବାର ଶିବ ସୈନିକ ଓ ବାଲାସାହେବ ଠାକରେଙ୍କ ନାଁ ନେଇଥିଲେ। ସେ କହିଥିଲେ ସବୁକିଛି ପରେ ଜଣେ ଶିବ ସୈନିକ ହିଁ ମୁଖ୍ୟମନ୍ତ୍ରୀ ଚୌକରେ ବସୁଛନ୍ତି। ବାଲାସାହେବଙ୍କ ସ୍ୱପ୍ନ ଏବେ ବି ପୂର୍ଣ୍ଣ ହୋଇ ରହିଛି।

୪- ଶିବସେନା ବିଧାୟକଙ୍କ ବିଦ୍ରୋହ ଯୋଗୁ ପୂରା ମହାରାଷ୍ଟ୍ରରେ ଏବେ ଗୋଟିଏ ପ୍ରଶ୍ନ ସୃଷ୍ଟି ହୋଇଛି ଯେ ପ୍ରକୃତ ଶିବସେନା ଗୋଷ୍ଠୀ କିଏ? ଏହି ପ୍ରଶ୍ନ ଏବେ ବେଶ କିଛି ଦିନ ଜାରି ରହିବ। କିନ୍ତୁ ଏକନାଥ ସିନ୍ଦେଙ୍କୁ ମୁଖ୍ୟମନ୍ତ୍ରୀ କରି ବିଜେପି ସମସ୍ତଙ୍କୁ ଜଣାଇବାକୁ ଚାହୁଁଛି ଯେ ବାଲାସାହେବଙ୍କ ଆଦର୍ଶରେ ପରିଚାଳିତ ପ୍ରକୃତ ଶିବସେନାକୁ ଦଳ ଗୁରୁତ୍ୱ ଦେଇଛି। ଏହା ୨୦୨୪ ନିର୍ବାଚନରେ ଦଳକୁ ଫାଇଦା ଦେବ। କାରଣ ସିନ୍ଦେ ଆରମ୍ଭରୁ ବାଲାସାହେବଙ୍କ ଲିଗାସିକୁ ଆଗକୁ ନେବା କଥା କହି ମହା ବିକାଶ ଅଘାଡ଼ି ସରକାର ବିରୋଧରେ ବିଦ୍ରୋହ କରିଥିବା କହି ଆସିଛନ୍ତି।

୫-ଏକନାଥ ସିନ୍ଦେଙ୍କ ସମର୍ଥନରେ ପ୍ରାୟ ୫୦ ଜଣ ବିଧାୟକ ଏବେ ରହିଛନ୍ତି। ହେଲେ ଯେଉଁ ବିଧାୟକମାନେ ନିଜ ଦଳର ମୁଖିଆଙ୍କୁ ବିରୋଧ କରି ସରକାର ଭାଙ୍ଗିଦେଲେ, ସେମାନେ ପରବର୍ତ୍ତୀ ସମୟରେ ବି ନିଜ ଆଭିମୁଖ୍ୟ ବଦଳାଇବାର ଆଶଙ୍କା ରହିଛି। କିନ୍ତୁ ନିଜ ଦଳର ନେତା ସିନ୍ଦେଙ୍କୁ ମୁଖ୍ୟମନ୍ତ୍ରୀ କରାଯାଉଥିବାରୁ ସେମାନେ ଖୋଲାଖୋଲି ବିଦ୍ରୋହ କରିବା ପୂର୍ବରୁ ସାମାନ୍ୟ ପଛଘୁଞ୍ଚା ଦେବେ।

କାରଣ ସେମାନେ ବିଜେପି ନେତୃତ୍ୱାଧୀନ ନୁହେଁ ବରଂ ସିନ୍ଦେ ସରକାରାର ଅଂଶ ବିଶେଷ ବୋଲି ବିଦ୍ରୋହ କରିବା ପୂର୍ବରୁ ଭାବିବେ। ଏହାଦ୍ୱାରା ସମସ୍ତ ସିନ୍ଦେ ସମର୍ଥକ ବିଧାୟକ ସବୁବେଳେ ଏକାଠି ହୋଇ ରହିବାର ଅଧିକ ଚାନ୍ସ ରହିବ। ଏଥିସହ ବିଜେପି ପାଖରେ ୧୦୬ ବିଧାୟକ ଥିଲେ ମଧ୍ୟ ଦଳ ମୁଖ୍ୟମନ୍ତ୍ରୀ ଚୌକିରେ ବସିଲା ନାହିଁ। ଏକଥା ମଧ୍ୟ ଶିବସେନାର ବିଦ୍ରୋହୀ ବିଧାୟକମାନେ ବିଦ୍ରୋହ ଘୋଷଣା କରିବା ପୂର୍ବରୁ ଚିନ୍ତା କରିବେ। ଏସବୁ କଥାକୁ ଦୃଷ୍ଟିରେ ରଖି ବିଜେପି ସିନ୍ଦେଙ୍କୁ ମୁଖ୍ୟମନ୍ତ୍ରୀ କରିଥିବା କୁହାଯାଉଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story