ରାଜଧାନୀରୁ ମିଳିଲା ୫୦ କେଜିର ହେରୋଇନ ଓ ୩୦ ଲକ୍ଷ ଟଙ୍କା
ନୂଆଦିଲ୍ଲୀ: ଦେଶର ରାଜଧାନୀ ଦିଲ୍ଲୀରୁ ମିଳିଛି ବିପୁଳ ପରିମାଣର ହେରୋଇନ ଓ ନଗଦ ଟଙ୍କା। ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ (ଏନସିବି) ଦିଲ୍ଲୀର ଶାହୀନ ବାଗରୁ ୫୦ କେଜି ଓଜନର ଦାମୀ ହେରୋଇନ, ୪୭ କେଜି ଓଜନର ଅନ୍ୟ ସନ୍ଦିଗ୍ଧ ଡ୍ରଗ୍ସ ଓ ନଗଦ ୩୦ ଲକ୍ଷ ଟଙ୍କା ଜବତ କରିବାରେ ସକ୍ଷମ ହୋଇଛି। ଶାହୀନ ବାଗର ଜାମିଆ ନଗରରୁ ଏତେ ପରିମାଣର ଜିନିଷ ଜବତ ହୋଇଥିବା ଏନସିବି ଆଜି ସୂଚନା ଦେଇଛି। ଏହି ଘଟଣାରେ ଜଣଙ୍କୁ ଗିରଫ ମଧ୍ୟ କରାଯାଇଛି।
ମିଳିଥିବା ସୂଚନା ଅନୁଯାୟୀ, ପୂରା ଅପରେସନ ବୁଧବାର ରାତିରେ କରାଯାଇଥିଲା। ରେଡ୍ ବେଳେ ଏକାଧିକ କାନ୍ଧ ଗଳା ବ୍ୟାଗ, ଝୋଟ ଅଖା ଓ ଇ-କର୍ମସ ଲୋଗ ଥିବା କିଛି ପ୍ୟାକେଟ ଜବତ କରାଯାଇଥିଲା। ଏଗୁଡ଼ିକ ମଧ୍ୟରୁ ହେରୋଇନ ଏବଂ ନଗଦ ଟଙ୍କା ମିଳିଛି। ଘଟଣା ପଛରେ ଥିବା ଭାରତ-ଆଫଗାନିସ୍ତାନ ନିଶାବେପାରୀ ଗ୍ୟାଙ୍ଗର ହାତ ରହିଛି। ଏହାକୁ ପର୍ଦ୍ଦାଫାସ କରାଯାଇଛି। ହେଲେ ଘଟଣାର ଅଧିକ ତଦନ୍ତ ଜାରି ରହିଥିବା ଏନସିବି କହିଛି।
#WATCH | NCB Delhi zone seized 50 kg high-quality heroin, 47 kg suspected narcotics, 30 lakhs drug money in cash counting machines and other incriminating materials from a residential premise in Jamia Nagar, Shaheen Bagh, yesterday, April 27: Sanjay Singh, DDG, Operations, NCB pic.twitter.com/PAGlvOz80X
— ANI (@ANI) April 28, 2022
ବୁଧବାର ଏନସିବି ଓ ଗୁଜରାଟ ଏଟିଏସ ମିଳିତ ଭାବେ ଅପରେସନ କରି ଉତ୍ତର ପ୍ରଦେଶର ମୁଜାଫରନଗର ଜିଲ୍ଲାରୁ ୩୫ କେଜି ଓଜନର ହେରୋଇନ ଜବତ କରିଥିଲେ। ଗୋଟିଏ ବିବୃତିରେ ଏନସିବି କହିଛି ଯେ ଗୁଜରାଟ ଏଟିଏସ୍କୁ ପ୍ରଥମେ ଡ୍ରଗ୍ସ ସିଣ୍ଡିକେଟ ସମ୍ପର୍କରେ ସୂଚନା ମିଳିଥିଲା। ଏହାପରେ ଦୁଇ ଏଜେନ୍ସି ମିଳିତ ଭାବେ ଦିଲ୍ଲୀରେ ରହୁଥିବା ୨ ଜଣ ମୁଜାଫରନଗର ବାସିନ୍ଦାଙ୍କୁ ଟ୍ରାକ୍ କରିଥିଲେ। ଏହି ସମୟରେ ସେମାନଙ୍କ ଗାଡ଼ିରୁ ୧ କେଜି ଓଜନର ହେରାଇନ ଜବତ ହୋଇଥିଲା। ଏହି ରେଡ୍ ପରେ ମୁଜାଫରଗନରରେ ଥିବା ଗୋଟିଏ ଷ୍ଟୋର ହାଉସରୁ ୩୪ କେଜି ଓଜନର ହେରୋଇନ ଓ ୨.୭୫ କେଜି ଓଜନର ଡ୍ରଗ୍ସ ତିଆରି ପାଇଁ ବ୍ୟବହୃତ ହେଉଥିବା କେମିକାଲ ଜବତ କରାଯାଇଥିଲା।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।