ଫୋନ ପେ ୱାଲେଟରୁ ଲୁଟି ନେଲେ ୫୨ ହଜାର, ଜାଣନ୍ତୁ କେମିତି

ନୂଆଦିଲ୍ଲୀ: ଆଜିକାଲି ସମସ୍ତେ ଡିଜିଟାଲ ପେମେଣ୍ଟକୁ ଅଧିକ ଗୁରୁତ୍ୱ ଦେଉଛନ୍ତି। ଏହିକ୍ରମରେ ଅଧିକାଂଶ ଲୋକ ଗୁଗଲ ପେ’ କିମ୍ବା ଫୋନ ପେ’ର ବ୍ୟବହାର କରି ଆର୍ଥିକ ନେଣଦେଣ କରୁଛନ୍ତି। କିନ୍ତୁ ଏହି ଫୋନ ପେ’ ୱାଲେଟ ଜରିଆରେ ଜଣେ ବ୍ୟକ୍ତିଙ୍କ ଆକାଉଣ୍ଟରୁ ୫୨ ହଜାରରୁ ଅଧିକ ଟଙ୍କା ଲୁଟ ହୋଇ ଯାଇଛି। ଦେଶର ରାଜଧାନୀ ଦିଲ୍ଲୀର ବୁରାରୀ ଅଞ୍ଚଳରେ ଏପରି ଘଟଣା ଘଟିଛି। ଲୁଟ ଘଟଣାରେ ପୁଲିସ୍‌ ୨ ଜଣଙ୍କୁ ଗିରଫ କରିବା ପରେ ଫୋନ ପେ’ […]

Phone-pay

Phone-pay

Hemant Lenka
  • Published: Saturday, 13 November 2021
  • Updated: 13 November 2021, 03:59 PM IST

ନୂଆଦିଲ୍ଲୀ: ଆଜିକାଲି ସମସ୍ତେ ଡିଜିଟାଲ ପେମେଣ୍ଟକୁ ଅଧିକ ଗୁରୁତ୍ୱ ଦେଉଛନ୍ତି। ଏହିକ୍ରମରେ ଅଧିକାଂଶ ଲୋକ ଗୁଗଲ ପେ’ କିମ୍ବା ଫୋନ ପେ’ର ବ୍ୟବହାର କରି ଆର୍ଥିକ ନେଣଦେଣ କରୁଛନ୍ତି। କିନ୍ତୁ ଏହି ଫୋନ ପେ’ ୱାଲେଟ ଜରିଆରେ ଜଣେ ବ୍ୟକ୍ତିଙ୍କ ଆକାଉଣ୍ଟରୁ ୫୨ ହଜାରରୁ ଅଧିକ ଟଙ୍କା ଲୁଟ ହୋଇ ଯାଇଛି।

ଦେଶର ରାଜଧାନୀ ଦିଲ୍ଲୀର ବୁରାରୀ ଅଞ୍ଚଳରେ ଏପରି ଘଟଣା ଘଟିଛି। ଲୁଟ ଘଟଣାରେ ପୁଲିସ୍‌ ୨ ଜଣଙ୍କୁ ଗିରଫ କରିବା ପରେ ଫୋନ ପେ’ ୱାଲେଟରୁ ସେମାନେ କେମିତି ଲୁଟ କରିଥିଲେ, ତା’ର ଖୁଲାସା ହୋଇଛି।

ଗିରଫ ଦୁଇ ବ୍ୟକ୍ତି ହେଲେ ମୁକୁନ୍ଦପୁରର ୪୦ ବର୍ଷୀୟ ସଞ୍ଜୟ ଓ ବୁରାରୀର ୨୪ ବର୍ଷୀୟ ରାହୁଲ ଦାସ। ନଭେମ୍ବର ୩ରେ ସନ୍ଦୀପ ଶର୍ମା ନାମକ ଜଣେ ବ୍ୟକ୍ତି ତାଙ୍କ ଫୋନ ହଜି ଯାଇଥିବା ସମ୍ପର୍କରେ ରିପୋର୍ଟ କରିଥିଲେ। ନଭେମ୍ବର ୫ରେ ସେ ଆଉ ଗୋଟିଏ ନୂଆ ଫୋନ ଆଣିଥିଲେ ଓ ସିମ ପକାଇ ଏହାକୁ ଆକ୍ଟିଭ କରିଥିଲେ।

ଏହି ସମୟରେ ସେ ଦେଖିବାକୁ ପାଇଥିଲେ ଯେ ତାଙ୍କର ଫୋନ ପେ’ ୱାଲେଟ ସକ୍ରିୟ ରହିଛି ଓ ତାଙ୍କ ଆକାଉଣ୍ଟରୁ କେହି ୫୨,୮୬୦ ଟଙ୍କା ଉଠାଇଛି। ଏ ସମ୍ପର୍କରେ ସନ୍ଦୀପ ଜାଣିବା ପରେ ତାଙ୍କ ଅକଲ ଗୁଡ଼ୁମ ହୋଇ ଯାଇଥିଲା। ତେବେ ସେ ବିଳମ୍ବ ନ କରି ତୁରନ୍ତ ବୁରାରୀ ଥାନାରେ ପହଞ୍ଚି ଏ ସମ୍ପର୍କରେ ଲିଖିତ ଅଭିଯୋଗ କରିଥିଲେ।

ତଦନ୍ତ ବେଳେ ପୁଲିସ୍‌ ଫୋନ ପେ’ର ରେକର୍ଡକୁ ଯାଞ୍ଚ କରିଥିଲା। ସନ୍ଦୀପଙ୍କ ଆକାଉଣ୍ଟରୁ ଟଙ୍କା ପାଇଥିବା ବ୍ୟକ୍ତିଙ୍କୁ ଚିହ୍ନଟ କରି ତାଙ୍କ ପାଖରେ ପହଞ୍ଚିଥିଲା। ଶେଷରେ ନଭେମ୍ବର ୬ରେ ପୁଲିସ୍‌ ବୁରାରୀରୁ ସଞ୍ଜୟ ଓ ରାହୁଲଙ୍କୁ ଗିରଫ କରିଥିଲା।

ପୁଲିସ୍‌ କହିଛି, ହଜିଥିବା ଫୋନକୁ ରାହୁଲ ହିଁ ପାଇଥିଲେ। ସେ ଟେକ୍ନିକାଲ ଜ୍ଞାନ ରଖିଥିବାରୁ ତୁରନ୍ତ ଫୋନକୁ ଅନଲକ କରିଥିଲେ ଓ ଇ-ୱାଲେଟ ଆପ୍‌ ବ୍ୟବହାର କରିବାକୁ ସମସ୍ତ ସିକ୍ୟୁରିଟି କୋଡ୍‌କୁ ରି-ସେଟ୍‌ କରି ଦେଇଥିଲେ।

ପାସୱାର୍ଡ ସେଟ କରିବା ପରେ ରାହୁଲ ପାନ ଦୋକାନ କରିଥିବା ସଞ୍ଜୟଙ୍କୁ ୬ଟି ଦଫାରେ ମୋଟ ୫୨,୮୬୦ ଟଙ୍କା ପଠାଇଥିଲେ। ଏହା ମଧ୍ୟରୁ ସଞ୍ଜୟ କିଛି ଟଙ୍କା ରଖିଥିଲେ ଓ ବାକି ଅର୍ଥକୁ ରାହୁଲଙ୍କୁ ଦେଇଥିଲେ। ପୁଲିସ୍‌ ରାହୁଲଙ୍କ ଠାରୁ ସନ୍ଦୀପ ଶର୍ମାଙ୍କ ଫୋନ ସହ ୨୦ ହଜାର ଟଙ୍କାର ଆଉ ଏକ ମୋବାଇଲ ଜବତ କରିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story