ଦିନକରେ ୫୮ ହଜାର ଆକ୍ରାନ୍ତ, ୨୧ଶହ ଡେଇଁଲା ଓମିକ୍ରନ ସଂକ୍ରମିତଙ୍କ ସଂଖ୍ୟା

ନୂଆଦିଲ୍ଲୀ: ଦେଶରେ ମହାମାରୀ କରୋନାର ଦୈନିକ ସଂକ୍ରମଣ ହୁହୁ ହୋଇ ବଢ଼ିବାରେ ଲାଗିଛି। ଡିସେମ୍ବର ଶେଷ ସପ୍ତାହରୁ ସଂକ୍ରମଣ ବଢ଼ିବା ଆରମ୍ଭ ହୋଇଥିବା ବେଳେ ଆଜି ପ୍ରଥମଥର ପାଇଁ ଏହା ୬୦ ହଜାର ପାଖରେ ପହଞ୍ଚି ଯାଇଛି। ଦିନକରେ ୫୮ ହଜାର ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୫୩୪ ଜଣ ଏହି ପ୍ରାଣଘାତୀ ଭାଇରସ ପଞ୍ଝାରେ ପଡ଼ି ଜୀବନ ହରାଇଛନ୍ତି। ସେହିପରି ଦେଶରେ ଦୈନିକ ପଜିଟିଭିଟି ରେଟ୍‌ ମଧ୍ୟ ୪.୧୮%କୁ ବୃଦ୍ଧି ପାଇଛି। ଦୀର୍ଘଦିନ ପରେ ସକ୍ରିୟ […]

corona

corona

Hemant Lenka
  • Published: Wednesday, 05 January 2022
  • Updated: 05 January 2022, 10:04 AM IST

Sports

Latest News

ନୂଆଦିଲ୍ଲୀ: ଦେଶରେ ମହାମାରୀ କରୋନାର ଦୈନିକ ସଂକ୍ରମଣ ହୁହୁ ହୋଇ ବଢ଼ିବାରେ ଲାଗିଛି। ଡିସେମ୍ବର ଶେଷ ସପ୍ତାହରୁ ସଂକ୍ରମଣ ବଢ଼ିବା ଆରମ୍ଭ ହୋଇଥିବା ବେଳେ ଆଜି ପ୍ରଥମଥର ପାଇଁ ଏହା ୬୦ ହଜାର ପାଖରେ ପହଞ୍ଚି ଯାଇଛି। ଦିନକରେ ୫୮ ହଜାର ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୫୩୪ ଜଣ ଏହି ପ୍ରାଣଘାତୀ ଭାଇରସ ପଞ୍ଝାରେ ପଡ଼ି ଜୀବନ ହରାଇଛନ୍ତି।

ସେହିପରି ଦେଶରେ ଦୈନିକ ପଜିଟିଭିଟି ରେଟ୍‌ ମଧ୍ୟ ୪.୧୮%କୁ ବୃଦ୍ଧି ପାଇଛି। ଦୀର୍ଘଦିନ ପରେ ସକ୍ରିୟ ରୋଗୀଙ୍କ ସଂଖ୍ୟା ୨ ଲକ୍ଷ ପାର କରିଛି। ଦେଶରେ ଟିକାକରଣ ଠାରୁ ଆରମ୍ଭ କରି କଟକଣାକୁ କଡ଼ାକଡ଼ି କରାଯାଉଥିଲେ ମଧ୍ୟ ଦୈନିକ ସଂକ୍ରମଣ ବୃଦ୍ଧି ପାଇବା ସମସ୍ତଙ୍କ ଚିନ୍ତା ବଢ଼ାଇଛି।

ବିଶେଷ କରି ଓମିକ୍ରନ ଜନିତ ସଂକ୍ରମଣ ବଢ଼ୁଥିବାରୁ ସରକାରଙ୍କ ନିଦ ହଜିଗଲାଣି। ଦିନକରେ ସମଗ୍ର ଦେଶରୁ ଆଉ ୨୪୩ ଜଣ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ବର୍ତ୍ତମାନ ଦେଶରେ ଓମିକ୍ରନ ଜିନତ ସଂକ୍ରମିତଙ୍କ ସଂଖ୍ୟା ୨୧୩୫ରେ ପହଞ୍ଚିଛି। ମହାରାଷ୍ଟ୍ରରେ ସର୍ବାଧିକ ୬୫୩ ଜଣ ସଂକ୍ରମିତ ରହିଥିବା ବେଳେ ଦିଲ୍ଲୀରେ ଏହା ୪୬୪ ରହିଛି। ଗତକାଲି ଦେଶରେ ଓମିକ୍ରନ ଆକ୍ରାନ୍ତଙ୍କ ସଂଖ୍ୟା ୧୮୯୨ ଥିଲା।


ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ସୂଚନା ଅନୁଯାୟର, ୨୪ ଘଣ୍ଟାରେ ମୋଟ ୫୮,୦୯୭ ଜଣଙ୍କ ଟେଷ୍ଟ ରିପୋର୍ଟ ପଜିଟିଭ ଆସିଛି। ଗତକାଲି ଏହା ୩୭,୩୭୯ ରହିଥିଲା। ଏହାର ଅର୍ଥ ଗତକାଲି ତୁଳନାରେ ଆଜି ସଂକ୍ରମଣ ହାର ୫୫% ଅଧିକ। ମଙ୍ଗଳବାର ଅପେକ୍ଷା ବୁଧବାର ପ୍ରାୟ ୨୧ ହଜାର ଅଧିକ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ନୂଆ ଆକ୍ରାନ୍ତଙ୍କୁ ମିଶାଇ ମୋଟ ସଂକ୍ରମିତଙ୍କ ସଂଖ୍ୟା ୩,୫୦,୧୮,୩୫୮କୁ ବୃଦ୍ଧି ପାଇଛି। ଦେଶର ପଜିଟିଭିଟି ରେଟ ୪.୧୮%କୁ ବଢ଼ିଛି। ସେହିପରି ଦିନକରେ କରୋନା ଆଉ ୫୩୪ ଜଣଙ୍କ ଜୀବନ ନେଇଛି। ଏହାକୁ ମିଶାଇ ଦେଶରେ କରୋନା ଜନିତ ମୃତ୍ୟୁସଂଖ୍ୟା ୪,୮୨,୫୫୧ରେ ପହଞ୍ଚି ଯାଇଛି।

ମଙ୍ଗଳବାର ୧୫,୩୮୯ଜଣ ସୁସ୍ଥ ହେବାରୁ ମୋଟ ଆରୋଗ୍ୟଙ୍କ ସଂଖ୍ୟା ୩,୪୩,୨୧,୮୦୩ ହୋଇଛି। ଏବେ ସକ୍ରିୟ ରୋଗୀଙ୍କ ସଂଖ୍ୟା ୨,୧୪,୦୦୪ ରହିଛି। ଗତକାଲି ତୁଳନାରେ ସକ୍ରିୟ ରୋଗୀଙ୍କ ସଂଖ୍ୟାରେ ୪୨,୧୭୪ ବୃଦ୍ଧି ପାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos