ବେଙ୍ଗାଲୁରୁର ୬ ସ୍କୁଲକୁ ବୋମା ବିସ୍ଫୋରଣର ଧମକ

ବେଙ୍ଗାଲୁରୁ: କର୍ଣ୍ଣାଟକାର ବେଙ୍ଗାଲୁରୁରେ ଥିବା ୬ଟି ସ୍କୁଲକୁ ମିଳିଛି ବୋମା ବିସ୍ଫୋରଣର ଧମକ। ଏହି ଧମକ ପରେ ପୁଲିସ୍‌ ଓ ବୋମା ନିଷ୍କ୍ରିୟ ଟିମ୍‌ ସ୍କୁଲଗୁଡ଼ିକୁ ଯାଇ ସୁରକ୍ଷା ବ୍ୟବସ୍ଥା ଯାଞ୍ଚ କରିଛନ୍ତି। ତେବେ ଏଯାଏ କୌଣସି ସ୍କୁଲରୁ ବିସ୍ଫୋରକ ସାମଗ୍ରୀ ମିଳିନାହିଁ। କିନ୍ତୁ ଧମକ ପରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି। ପୁଲିସ୍‌ କହିଛି ଯେ ଧମକ ପରେ ସ୍କୁଲଗୁଡ଼ିକର କ୍ୟାମ୍ପସରେ ସୁରକ୍ଷାକର୍ମୀଙ୍କୁ ମୁତୟନ କରାଯାଇଛି। ଆମେ କୌଣସି ପ୍ରକାରର ରିସ୍କ ନେବାକୁ ଚାହୁଁନୁ। ସେହିପରି […]

Bomb

Bomb

Hemant Lenka
  • Published: Friday, 08 April 2022
  • Updated: 08 April 2022, 02:26 PM IST

ବେଙ୍ଗାଲୁରୁ: କର୍ଣ୍ଣାଟକାର ବେଙ୍ଗାଲୁରୁରେ ଥିବା ୬ଟି ସ୍କୁଲକୁ ମିଳିଛି ବୋମା ବିସ୍ଫୋରଣର ଧମକ। ଏହି ଧମକ ପରେ ପୁଲିସ୍‌ ଓ ବୋମା ନିଷ୍କ୍ରିୟ ଟିମ୍‌ ସ୍କୁଲଗୁଡ଼ିକୁ ଯାଇ ସୁରକ୍ଷା ବ୍ୟବସ୍ଥା ଯାଞ୍ଚ କରିଛନ୍ତି। ତେବେ ଏଯାଏ କୌଣସି ସ୍କୁଲରୁ ବିସ୍ଫୋରକ ସାମଗ୍ରୀ ମିଳିନାହିଁ। କିନ୍ତୁ ଧମକ ପରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି।

ପୁଲିସ୍‌ କହିଛି ଯେ ଧମକ ପରେ ସ୍କୁଲଗୁଡ଼ିକର କ୍ୟାମ୍ପସରେ ସୁରକ୍ଷାକର୍ମୀଙ୍କୁ ମୁତୟନ କରାଯାଇଛି। ଆମେ କୌଣସି ପ୍ରକାରର ରିସ୍କ ନେବାକୁ ଚାହୁଁନୁ। ସେହିପରି ସ୍କୁଲରୁ ପିଲାମାନଙ୍କୁ ମଧ୍ୟ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି। ଦିନ ପ୍ରାୟ ୧୧ଟା ବେଳେ ବୋମା ବିସ୍ଫୋରଣର ଧମକ ଇ-ମେଲ ଯୋଗେ ଆସିଥିଲା।

ଇ-ମେଲ ପଠାଇଥିବା ଦୁର୍ବୃତ୍ତ କ୍ୟାମ୍ପସରେ ବୋମା ଖଞ୍ଜା ଯାଇଥିବା କହିଥିଲା। ଇ-ମେଲରେ କୁହାଯାଇଛି, ଗୋଟିଏ ଶକ୍ତିଶାଳୀ ବୋମା ତୁମମାନଙ୍କ ସ୍କୁଲରେ ଖଞ୍ଜାଯାଇଛି। ଏହି ସତର୍କତାକୁ ତୁମେମାନେ ଜୋକ ଭାବେ ନିଅନାହିଁ। ଏହା ଆଦୌ ଜୋକ ନୁହେଁ। ତୁରନ୍ତ ପୁଲିସ୍‌କୁ ଫୋନ କର। ଯଦି ଅବହେଳା କରିବ, ତା’ହେଲେ ଶହଶହ ଲୋକ ଓ ପିଲାଙ୍କ ଜୀବନ ବିପଦରେ ପଡ଼ିବ। ବିଳମ୍ବ କରନି। ଏବେ ସବୁ କିଛି ତୁମମାନଙ୍କ ହାତରେ ରହିଛି ବୋଲି ଦୁର୍ବୃତ୍ତ ଜଣଙ୍କ ସ୍କୁଲଗୁଡ଼ିକୁ ଇ-ମେଲ କରିଥିଲା।

ଖବର ପାଇ ପୁଲିସ୍‌ ଭାରଥୁରରେ ଥିବା ଦିଲ୍ଲୀ ପବ୍ଲିକ ସ୍କୁଲ, ଗୋପାଲନ ଇଣ୍ଟରନ୍ୟାଶନାଲ ସ୍କୁଲ, ନ୍ୟୁ ଏକାଡେମୀ ସ୍କୁଲ, ସେଣ୍ଟ ଭିନସେଣ୍ଟ ପଲ ସ୍କୁଲ, ଗୋବିନ୍ଦପୁରାରେ ଥିବା ଇଣ୍ଡିଆନ ପବ୍ଲିକ ସ୍କୁଲ ଓ ଇଲେକ୍ଟ୍ରୋନିକ ସିଟିରେ ଥିବା ଇବେନେଜେର ଇଣ୍ଟରନ୍ୟାଶନାଲ ସ୍କୁଲରେ ପହଞ୍ଚି ଥିଲା। ବୋମା ନିଷ୍କ୍ରିୟ ଟିମ୍‌ ତନତନ କରି ସ୍କୁଲ କ୍ୟାମ୍ପସ ବିଭିନ୍ନ ସ୍ଥାନକୁ ଯାଞ୍ଚ କରିଥିଲେ ମଧ୍ୟ କୌଣସି ବିସ୍ଫୋରକ ସାମଗ୍ରୀ ପାଇନାହିଁ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos