ବାଇକ ଓ ଅଟୋ ଉପରେ ମାଡ଼ିଗଲା କାର୍‌, ଚାଲିଗଲା ୬ ଜଣଙ୍କ ଜୀବନ

ଆନନ୍ଦ(ଗୁଜରାଟ): ସିରିଜ୍ ଦୁର୍ଘଟଣା ଘଟାଇଛି ଦ୍ରୁତଗାମୀ ଏସୟୁଭି। କାରଟି ଗୋଟିଏ ଅଟୋ ଓ ବାଇକ ଉପରେ ମାଡ଼ି ଯିବାରୁ ୬ ଜଣଙ୍କ ଜୀବନ ଯାଇଛି। ମୃତକଙ୍କ ମଧ୍ୟରେ ୩ ଜଣ ମହିଳା ଅଛନ୍ତି। ଗୁଜରାଟର ଆନନ୍ଦରେ ଗୁରୁବାର ରାତିରେ ଏହି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଦୁର୍ଘଟଣା ଗ୍ରସ୍ତ ଏସ୍‌ୟୁଭିକୁ କଂଗ୍ରେସର ସୋଜିତ୍ର ବିଧାୟକ ପୁନାମଭାଇ ମାଧାଭାଇ ପାରମରଙ୍କ ଜ୍ୱାଇଁ ଖେତନ ପଢ଼ିହାରୀ ଚଳାଉଥିଲେ। ଏହି ଘଟଣାରେ ପୁଲିସ୍‌ ତାଙ୍କୁ ଗିରଫ କରିଛି। ଆନନ୍ଦ ସହର ଓ […]

accident

accident

Hemant Lenka
  • Published: Friday, 12 August 2022
  • Updated: 12 August 2022, 10:29 AM IST

Sports

Latest News

ଆନନ୍ଦ(ଗୁଜରାଟ): ସିରିଜ୍ ଦୁର୍ଘଟଣା ଘଟାଇଛି ଦ୍ରୁତଗାମୀ ଏସୟୁଭି। କାରଟି ଗୋଟିଏ ଅଟୋ ଓ ବାଇକ ଉପରେ ମାଡ଼ି ଯିବାରୁ ୬ ଜଣଙ୍କ ଜୀବନ ଯାଇଛି। ମୃତକଙ୍କ ମଧ୍ୟରେ ୩ ଜଣ ମହିଳା ଅଛନ୍ତି। ଗୁଜରାଟର ଆନନ୍ଦରେ ଗୁରୁବାର ରାତିରେ ଏହି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଦୁର୍ଘଟଣା ଗ୍ରସ୍ତ ଏସ୍‌ୟୁଭିକୁ କଂଗ୍ରେସର ସୋଜିତ୍ର ବିଧାୟକ ପୁନାମଭାଇ ମାଧାଭାଇ ପାରମରଙ୍କ ଜ୍ୱାଇଁ ଖେତନ ପଢ଼ିହାରୀ ଚଳାଉଥିଲେ। ଏହି ଘଟଣାରେ ପୁଲିସ୍‌ ତାଙ୍କୁ ଗିରଫ କରିଛି।

ଆନନ୍ଦ ସହର ଓ ତାରପୁରକୁ ସଂଯୋଗ କରୁଥିବା ରାଜ୍ୟ ରାଜପଥର ସୋଜିତ୍ରା ଗାଁ ନିକଟରେ ଏହି ଦୁର୍ଘଟଣା ଘଟିଛି। ଘଟଣା ବେଳେ କାର ଚାଳକ ଜଣଙ୍କୁ ନିଶାଷକ୍ତ ଅବସ୍ଥାରେ ରହିଥିଲେ। ଗୁଜରାଟରେ ମଦ ବ୍ୟାନ ଥିବା ବେଳେ ସେ କେଉଁ ନିଶା ଖାଇଥିଲେ, ତା’ର ମଧ୍ୟ ତଦନ୍ତ କରାଯାଉଛି। ଆନନ୍ଦ ଜିଲ୍ଲାର ଏଏସ୍‌ପି ଅଭିଷେକ ଗୁପ୍ତା କହିଛନ୍ତି, “ଗୋଟିଏ କାର, ବାଇକ ଓ ଅଟୋ ମଧ୍ୟରେ ଘଟିଥିବା ଦୁର୍ଘଟଣାରେ ୬ ଜଣଙ୍କ ଜୀବନ ଯାଇଛି। ଅଟୋରେ ଥିବା ୪ ଜଣ ଓ ବାଇକରେ ଥିବା ଦୁଇ ଜଣଙ୍କ ଘଟଣାସ୍ଥଳରେ ମୃତ୍ୟୁ ଘଟିଥିଲା। ଦୁର୍ଘଟଣାରେ କାର ଡ୍ରାଇଭର ଗୁରୁତର ଆହତ ହୋଇଛନ୍ତି। ତାଙ୍କୁ ଉଦ୍ଧାର କରାଯାଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଘଟଣାର ଏବେ ତଦନ୍ତ ଚାଲିଛି।”

ଗୁରୁବାର ରାତିରେ ଜିୟାବେନ ମିସ୍ତ୍ରୀ, ଜାହ୍ନବୀବେନ ମିସ୍ତ୍ରୀ ଓ ସେମାନଙ୍କ ମା’ ବୀଣାବେନ ମିସ୍ତ୍ରୀ ଗୋଟିଏ ଅଟୋରେ ଘରକୁ ଫେରୁଥିଲେ। ଏମାନେ ସମସ୍ତେ ରାକ୍ଷୀ ପୂର୍ଣ୍ଣିମା ପାଇଁ ନିଜ ସମ୍ପର୍କୀୟଙ୍କ ଘରକୁ ଯାଇଥିଲେ। ତେବେ ସେମାନେ ଘରକୁ ଫେରୁଥିବା ବେଳେ ହଠାତ୍‌ କିଆ ସେଲଟୋସ ଏସ୍‌ୟୁଭି ଅଟୋର ପଛ ପଟୁ ଧକ୍କା ଦେଇଥିଲା।

ଫଳରେ ଏହା ରାସ୍ତାରେ ଓଲଟି ପଡ଼ିଥିଲା। ଅଟୋକୁ ପିଟିବା ପରେ କାର୍‌ଟି ଭାରସାମ୍ୟ ହରାଇ ରାସ୍ତାରେ ଯାଉଥିବା ଗୋଟିଏ ବାଇକୁ ଧକ୍କା ଦେଇଥିଲେ। ବାଇକରେ ଯୋଗେଶ ଓ ସନ୍ଦୀପ ଯାଉଥିଲେ। ସେମାନେ ମଧ୍ୟ ରାସ୍ତା କଡ଼କୁ ଛିଟିକି ପଡ଼ିଥିଲେ। ଏହାପରେ କାର୍‌ଟି ବି ରାସ୍ତା କଡ଼କୁ ଖସି ପଡ଼ିଥିଲା। ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ ଘଟଣାସ୍ଥଳରେ କାର ଡ୍ରାଇଭରଙ୍କୁ ଛାଡ଼ି ଅଟୋ ଓ ବାଇକରେ ଥିବା ୬ ଜଣଙ୍କ ଜୀବନ ଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos