ଫୋର୍ବସ ଟପ୍‌ ୧୦୦ ଭାରତୀୟ ଧନୀଙ୍କ ମଧ୍ୟରେ ୬ ମହିଳା

ନୂଆଦିଲ୍ଲୀ: ଫୋର୍ବସ ତାଲିକାର ଟପ୍‌ ୧୦୦ ଧନୀ ଭାରତୀୟଙ୍କ ମଧ୍ୟରେ ରହିଛନ୍ତି ୬ ଜଣ ମହିଳା ଉଦ୍ୟୋଗୀ। ପୁରୁଷଙ୍କ ଭଳି ମହିଳା ଉଦ୍ୟୋଗୀଙ୍କ ସମ୍ପତ୍ତି ମଧ୍ୟ ମହାମାରୀ କରୋନା ସମୟରେ ବୃଦ୍ଧି ପାଇଛି। ଭାରତୀୟ ମହିଳା ଧନୀ ତାଲିକାର ୧ନଂ ସ୍ଥାନରେ ଓପି ଜିନ୍ଦଲ ଗ୍ରୁପ୍‌ର ସାବିତ୍ରୀ ଜିନ୍ଦଲ ରହିଛନ୍ତି। ତାଙ୍କ ମୋଟ ସମ୍ପତ୍ତିର ମୂଲ୍ୟ ୧୮ ବିଲିୟନ ଡଲାର ବା ପ୍ରାୟ ୧୩.୪୬ ଲକ୍ଷ କୋଟି। ଗୋଟିଏ ବର୍ଷ ମଧ୍ୟରେ ତାଙ୍କ ସମ୍ପତ୍ତି ୧୩ ବିଲିୟନ […]

Byju

Byju

Hemant Lenka
  • Published: Thursday, 07 October 2021
  • Updated: 07 October 2021, 03:07 PM IST

Sports

Latest News

ନୂଆଦିଲ୍ଲୀ: ଫୋର୍ବସ ତାଲିକାର ଟପ୍‌ ୧୦୦ ଧନୀ ଭାରତୀୟଙ୍କ ମଧ୍ୟରେ ରହିଛନ୍ତି ୬ ଜଣ ମହିଳା ଉଦ୍ୟୋଗୀ। ପୁରୁଷଙ୍କ ଭଳି ମହିଳା ଉଦ୍ୟୋଗୀଙ୍କ ସମ୍ପତ୍ତି ମଧ୍ୟ ମହାମାରୀ କରୋନା ସମୟରେ ବୃଦ୍ଧି ପାଇଛି। ଭାରତୀୟ ମହିଳା ଧନୀ ତାଲିକାର ୧ନଂ ସ୍ଥାନରେ ଓପି ଜିନ୍ଦଲ ଗ୍ରୁପ୍‌ର ସାବିତ୍ରୀ ଜିନ୍ଦଲ ରହିଛନ୍ତି।

ତାଙ୍କ ମୋଟ ସମ୍ପତ୍ତିର ମୂଲ୍ୟ ୧୮ ବିଲିୟନ ଡଲାର ବା ପ୍ରାୟ ୧୩.୪୬ ଲକ୍ଷ କୋଟି। ଗୋଟିଏ ବର୍ଷ ମଧ୍ୟରେ ତାଙ୍କ ସମ୍ପତ୍ତି ୧୩ ବିଲିୟନ ଡଲାର ବା ପ୍ରାୟ ୯.୭୨ ଲକ୍ଷ କୋଟି ଟଙ୍କା ବଢ଼ିଛି। ମୋଟ ଉପରେ ୭୧ ବର୍ଷୀୟ ସାବିତ୍ରୀ ଜିନ୍ଦଲ ଫୋର୍ବସ ଭାରତୀୟ ଧନୀ ତାଲିକାର ୭ନଂ ସ୍ଥାନରେ ରହିଛନ୍ତି।

[caption id="" align="aligncenter" width="783"]Savitri Jindal & family ସାବିତ୍ରୀ ଜିନ୍ଦଲ[/caption]

ଭାରତର ଦ୍ୱିତୀୟ ଧନୀ ମହିଳା ଉଦ୍ୟୋଗୀ ହେଲେ ହାଭେଲ୍ସର ବିନୋଦ ରାୟ ଗୁପ୍ତା। ସେ ତାଲିକାର ୨୪ତମ ସ୍ଥାନରେ ରହିଛନ୍ତି। ଚଳିତ ବର୍ଷ ତାଙ୍କ ସମ୍ପତ୍ତି ପ୍ରାୟ ୫.୬୮ ଲକ୍ଷ କୋଟି ଟଙ୍କା ରହିଛି। ତୃତୀୟ ସ୍ଥାନରେ ମୁମ୍ବାଇର ୟୁଏସ୍‌ଭି ପ୍ରାଇଭେଟ ଲିଃର ୪୩ ବର୍ଷୀୟ ଲୀନା ତିୱାରୀ ରହିଛନ୍ତି। ସେ ତାଲିକାର ୪୩ତମ ସ୍ଥାନରେ ଥିବା ବେଳେ ତାଙ୍କ ମୋଟ ସମ୍ପତ୍ତିର ପରିମାଣ ୩.୨୮ ଲକ୍ଷ କୋଟି।

ତାଲିକାର ୪୭ତମ ସ୍ଥାନରେ ରହିଥିବା ବାୟଜୁର ସହ ପ୍ରତିଷ୍ଠାତା ଦିବ୍ୟା ଗୋକୁଳନାଥଙ୍କ ସମ୍ପତ୍ତି ମଧ୍ୟ କରୋନା ସମୟରେ ବଢ଼ିଛି। କରୋନା ପାଇଁ ଲକଡାଉନ ଜାରି ହେବା ପରେ ବାୟଜୁ ପ୍ରତି ଲୋକଙ୍କ ଚାହିଦା ବଢ଼ିଥିଲା। ଫଳରେ ୩୫ ବର୍ଷୀୟ ଦିବ୍ୟାଙ୍କ ସମ୍ପତ୍ତିରେ ଅହେତୁକ ଅଭିବୃଦ୍ଧି ଘଟିଛି। ଗୋଟିଏ ବର୍ଷ ମଧ୍ୟରେ ଦିବ୍ୟାଙ୍କ ସମ୍ପତ୍ତି ପ୍ରାୟ ୭,୪୭୭ କୋଟି ଟଙ୍କା ବଢ଼ିଛି। ଫଳରେ ତାଙ୍କ ମୋଟ ସମ୍ପତ୍ତିର ପରିମାଣ ୩.୦୨ ଲକ୍ଷ କୋଟିରେ ପହଞ୍ଚି ଯାଇଛି।

[caption id="" align="aligncenter" width="1240"]Vinod Rai Gupta ବିନୋଦ ରାୟ ଗୁପ୍ତା[/caption]

ବାୟୋକନର କରିଣ ମଜୁମଦାର ଶଙ୍କ ସମ୍ପତ୍ତି ଗଲା ଗୋଟିଏ ବର୍ଷ ମଧ୍ୟରେ ହ୍ରାସ ପାଇଛି। ଫଳରେ ସେ ଭାରତୀୟ ମହିଳା ଧନୀ ତାଲିକାର ୫ମ ସ୍ଥାନରେ ରହିଛନ୍ତି। ୨୦୨୦ରେ ତାଙ୍କ ସମ୍ପତ୍ତିର ପରିମାଣ ୩.୪୩ ଲକ୍ଷ କୋଟି ଟଙ୍କା ଥିଲା। ହେଲେ ୨୦୨୧ରେ ଏହା ୨.୯୧ ଲକ୍ଷ କୋଟିକୁ ଖସି ଆସିଛି।

[caption id="" align="aligncenter" width="902"]Meet India's Top 20 Wealthiest Women Right Now In 2020 ଲୀନା ତିୱାରୀ[/caption]

ଟ୍ରାକ୍ଟର ଓ ଫାର୍ମ ଇକ୍ୟୁପମେଣ୍ଟ ଲିଃ(ଟିଏଏଫଇ)ର ମାଲିକ ମଲିକା ଶ୍ରୀନିବାସନ ୬ଷ୍ଠ ମହିଳା ଭାବେ ଫୋର୍ବସ ଟପ୍‌ ୧୦୦ ଭାରତୀୟ ଧନୀ ତାଲିକାରେ ରହିଛନ୍ତି। ସେ ମୋଟ ଉପରେ ୭୩ତମ ସ୍ଥାନରେ ଥିବା ବେଳେ ତାଙ୍କ ସମ୍ପତ୍ତିର ପରିମାଣ ୨.୧୬ ଲକ୍ଷ କୋଟି।

[caption id="" align="aligncenter" width="781"]Kiran Mazumdar-Shaw କିରଣ ମଜୁମଦାର ଶ’[/caption]

ଅନ୍ୟପକ୍ଷରେ ଭାରତର ସବୁଠାରୁ ଧନୀ ବ୍ୟକ୍ତି ହେଉଛନ୍ତି ରିଲାଏନ୍ସ ଇଣ୍ଡଷ୍ଟ୍ରୀର ଅଧ୍ୟକ୍ଷ ମୁକେଶ ଅମ୍ବାନୀ। ସେ କ୍ରମାଗତ ୧୪ତମ ବର୍ଷ ପାଇଁ ଫୋର୍ବସ ଟପ୍‌ ୧୦୦ ଧନୀ ବ୍ୟକ୍ତି ତାଲିକାର ୧ନଂ ସ୍ଥାନରେ ରହିଛନ୍ତି। ଗୋଟିଏ ବର୍ଷ ମଧ୍ୟରେ ତାଙ୍କ ସମ୍ପତ୍ତିର ମୂଲ୍ୟ ୪ ବିଲିୟନ ଡଲାର ବା ୨.୯୯ ଲକ୍ଷ କୋଟି ଟଙ୍କା ବଢ଼ିଛି।

[caption id="" align="aligncenter" width="902"]Mallika Srinivasan - Private sector executive named CPSE selection board  head - The Financial Express ମଲିକା ଶ୍ରୀନିବାସନ[/caption]

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos