ଗାଈ ପେଟରୁ ବାହାରିଲା ୭୧ କେଜିର କଣ୍ଟା ଓ ପ୍ଲାଷ୍ଟିକ, ଛୁଆ ସହ ଆଖି ବୁଜିଲା ମା’

ଫରିଦାବାଦ: ହରିଆଣାର ଫରିଦାବାଦ ଠାରେ ଗୋଟିଏ ଗର୍ଭବତୀ ଗାଈର ପେଟରୁ ଡାକ୍ତରମାନେ ସହ ୭୧ କେଜି ଓଜନର ପ୍ଲାଷ୍ଟିକ, ଲୁହା କଣ୍ଟା ଓ ଅନ୍ୟାନ୍ୟ ବର୍ଜ୍ୟବସ୍ତୁ ବାହାର କରିଛନ୍ତି। ହେଲେ ଏହି ବର୍ଜ୍ୟବସ୍ତୁ ପେଟରେ ଦୀର୍ଘ ଦିନ ଧରି ରହିଥିବାରୁ ଗାଈ ଓ ତା’ ପଟେରେ ଥିବା ଛୁଆଟି ଯନ୍ତ୍ରଣା ସହି ନ ପାରି ପ୍ରାଣ ହରାଇଛନ୍ତି। ଏହି ଘଟଣା ଦେଶର ପ୍ରଦୂଷଣ ଓ ବୁଲା ଗାଈଙ୍କ ସମସ୍ୟାକୁ ପୁଣି ଲୋକ ଲୋଚନକୁ ଆଣିଛି। ଭାରତର ବିଭିନ୍ନ […]

cow

cow

Hemant Lenka
  • Published: Thursday, 04 March 2021
  • Updated: 04 March 2021, 06:49 PM IST

Sports

Latest News

ଫରିଦାବାଦ: ହରିଆଣାର ଫରିଦାବାଦ ଠାରେ ଗୋଟିଏ ଗର୍ଭବତୀ ଗାଈର ପେଟରୁ ଡାକ୍ତରମାନେ ସହ ୭୧ କେଜି ଓଜନର ପ୍ଲାଷ୍ଟିକ, ଲୁହା କଣ୍ଟା ଓ ଅନ୍ୟାନ୍ୟ ବର୍ଜ୍ୟବସ୍ତୁ ବାହାର କରିଛନ୍ତି। ହେଲେ ଏହି ବର୍ଜ୍ୟବସ୍ତୁ ପେଟରେ ଦୀର୍ଘ ଦିନ ଧରି ରହିଥିବାରୁ ଗାଈ ଓ ତା’ ପଟେରେ ଥିବା ଛୁଆଟି ଯନ୍ତ୍ରଣା ସହି ନ ପାରି ପ୍ରାଣ ହରାଇଛନ୍ତି। ଏହି ଘଟଣା ଦେଶର ପ୍ରଦୂଷଣ ଓ ବୁଲା ଗାଈଙ୍କ ସମସ୍ୟାକୁ ପୁଣି ଲୋକ ଲୋଚନକୁ ଆଣିଛି।

ଭାରତର ବିଭିନ୍ନ ସହରରେ ପ୍ରାୟ ୫ ନିୟୁତ ଗାଈ ବୁଲୁଛନ୍ତି। ସେମାନେ ରାସ୍ତା କଡ଼ରେ ପଡ଼ୁଥିବା ପ୍ଲାଷ୍ଟିକ ଠାରୁ ଆରମ୍ଭ କରି ଅନ୍ୟ ବର୍ଜ୍ୟବସ୍ତୁକୁ ଖାଉଛନ୍ତି। ଫରିଦାବାଦରେ ମଧ୍ୟ ଏମିତି ଅନେକ ଗାଈ ବୁଲୁଛନ୍ତି। ଫେବୃଆରୀ ତୃତୀୟ ସପ୍ତାହରେ ଫରିଦାବାଦରେ ଗୋଟିଏ ଗାଈ ସଡ଼କ ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲା।

ତା’କୁ People For Animals Trust Faridabadର ସଦସ୍ୟମାନେ ଉଦ୍ଧାର କରିଥିଲେ। ଗାଈଟିକୁ ଡାକ୍ତରଙ୍କ ପାଖକୁ ମଧ୍ୟ ନିଆଯାଇଥିଲା। ଏହି ସମୟରେ ଗାଈଟି ଗର୍ଭବତୀ ଥିବା ଜଣାପଡ଼ିବା ସହ ସେ ଚାଲିବା ବେଳେ କଷ୍ଟ ଅନୁଭବ କରୁଥିବା ଦେଖିବାକୁ ମିଳିଥିଲା।

ଫେବୃଆରୀ ୨୧ ତାରିଖରେ ଡାକ୍ତରମାନେ ୪ ଘଣ୍ଟା ଧରି ଗାଈଟିର ଅପରେସନ କରିଥିଲେ। ଏହି ସମୟରେ ତା’ ପେଟରୁ ଲୁହାର କଣ୍ଟା, ପ୍ଲାଷ୍ଟିକ, ମାର୍ବଲ୍ସ ଓ ଅନ୍ୟାନ୍ୟ ବର୍ଜ୍ୟବସ୍ତୁ ଠାବ କରାଯାଇଥିଲା। ଏଥିସହ ସମୟ ପୂର୍ବରୁ ତା’ ପେଟ୍‌ରୁ ଡାକ୍ତରମାନେ ଅସ୍ତ୍ରୋପଚାର ଦ୍ୱାରା ଛୁଆଟିକୁ ବାହାର କରିବାକୁ ଚେଷ୍ଟା କରିଥିଲେ। କିନ୍ତୁ ଅଳିଆ ଆବର୍ଜନା ଗାଈଟି ପେଟରେ ଭର୍ତ୍ତି ହୋଇ ରହିଥିବାରୁ ଛୁଆଟି ବଢ଼ିବାକୁ ଏହା ମଧ୍ୟରେ ଉପଯୁକ୍ତ ସ୍ଥାନ ପାଇ ନଥିଲା। ଏହି କାରଣରୁ ପେଟ ଭିତରେ ହିଁ ସେ ଆଖି ବୁଜି ଦେଇଥିଲା। ଅସ୍ତ୍ରୋପଚାରର ୩ ଦିନ ପରେ ମା’ ଗାଈଟି ମଧ୍ୟ ପ୍ରାଣ ହରାଇଥିଲା।

ଟ୍ରଷ୍ଟର ସଭାପତି ରବି ଦୁବେ କହିଛନ୍ତି, ମୋ ୧୩ ବର୍ଷ କ୍ୟାରିୟର ମଧ୍ୟରେ ମୁଁ କୌଣସି ଗାଈ ପେଟରୁ ଏତେ ପରିମାଣର ବର୍ଜ୍ୟବସ୍ତୁ ଉଦ୍ଧାର ହୋଇଥିବା କେବେ ହେଲେ ଦେଖି ନଥିଲି। ପୂରା ଶକ୍ତି ଲଗାଇ ଗାଈର ପେଟରୁ ଡାକ୍ତର ଓ ଆମ ସଦସ୍ୟମାନେ ଅଳିଆ ଗୁଡ଼ିକୁ ବାହର କରିଥିଲୁ।

ଏହାପୂର୍ବରୁ ଗୋଟିଏ ଗାଈର ପେଟ‌ରୁ ୫୦ କେଜି ଓଜନର ବର୍ଜ୍ୟବସ୍ତୁ ଠାବ କରାଯାଇଥିଲା। ଆମ ମାନଙ୍କ ଯୋଗୁ ଗାଈମାନଙ୍କ ଜୀବନ ଏବେ ବିପଦରେ ପଡ଼ିଛି। ତଥାପି କେହି ଏଥିପ୍ରତି ଯତ୍ନବାନ ହେଉନାହାନ୍ତି। ଦେଶର ପ୍ରତିଟି କୋଣର ପ୍ରତିଟି ସହରରେ ସେମାନେ ବର୍ଜ୍ୟବସ୍ତୁ ଖାଉଛନ୍ତି ବୋଲି ସେ କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos