୫ ବର୍ଷ ତଳେ ପତ୍ନୀଙ୍କୁ ହରାଇଥିଲେ, ୭୧ ବର୍ଷ ବୟସରେ ଦ୍ୱିତୀୟ ବିବାହ କଲେ

ନୂଆଦିଲ୍ଲୀ: ସୋଶାଲ ମିଡିଆରେ ଗୋଟିଏ ଫଟୋ ବେଶ ଭାଇରାଲ ହେବାରେ ଲାଗିଛି। ଜଣେ ୭୧ ବର୍ଷୀୟ ବ୍ୟକ୍ତି ଦ୍ୱିତୀୟ ବିବାହ କରି ପୁଣି ନିଜ ଜୀବନ ଆରମ୍ଭ କରିବାର ଦୃଶ୍ୟ ଏହି ଫଟୋରେ ରହିଛି। ବ୍ୟକ୍ତି ଜଣଙ୍କ ୫ ବର୍ଷ ତଳେ ତାଙ୍କ ପତ୍ନୀଙ୍କୁ ହରାଇଥିଲେ। ୫ ବର୍ଷ କାଳ ଏକାକୀ ରହିବା ପରେ ସେ ଆଉ ଜଣେ ବିଧାବାଙ୍କୁ ବିବାହ କରିବାକୁ ନିଷ୍ପତ୍ତି ନେଇଥିଲେ। ନିକଟରେ ଉଭୟଙ୍କ ବାହାଘର ହୋଇଛି। ଫଟୋରେ ମହିଳା ଜଣ ଶାଢ଼ୀ […]

remarries

remarries

Hemant Lenka
  • Published: Wednesday, 28 April 2021
  • Updated: 28 April 2021, 09:12 AM IST

Sports

Latest News

ନୂଆଦିଲ୍ଲୀ: ସୋଶାଲ ମିଡିଆରେ ଗୋଟିଏ ଫଟୋ ବେଶ ଭାଇରାଲ ହେବାରେ ଲାଗିଛି। ଜଣେ ୭୧ ବର୍ଷୀୟ ବ୍ୟକ୍ତି ଦ୍ୱିତୀୟ ବିବାହ କରି ପୁଣି ନିଜ ଜୀବନ ଆରମ୍ଭ କରିବାର ଦୃଶ୍ୟ ଏହି ଫଟୋରେ ରହିଛି। ବ୍ୟକ୍ତି ଜଣଙ୍କ ୫ ବର୍ଷ ତଳେ ତାଙ୍କ ପତ୍ନୀଙ୍କୁ ହରାଇଥିଲେ। ୫ ବର୍ଷ କାଳ ଏକାକୀ ରହିବା ପରେ ସେ ଆଉ ଜଣେ ବିଧାବାଙ୍କୁ ବିବାହ କରିବାକୁ ନିଷ୍ପତ୍ତି ନେଇଥିଲେ।

ନିକଟରେ ଉଭୟଙ୍କ ବାହାଘର ହୋଇଛି। ଫଟୋରେ ମହିଳା ଜଣ ଶାଢ଼ୀ ପିନ୍ଧି ଥିବା ବେଳେ ବ୍ୟକ୍ତି ଜଣଙ୍କ ସୁଟ ପିନ୍ଧିଛନ୍ତି। ଉଭୟଙ୍କ ହାତରେ ବରଣମାଳା ଓ ମୁହଁରେ ମାସ୍କ ମଧ୍ୟ ରହିଛି।

ଏହି ଫଟୋଟି ସାମ୍ନାକୁ ଆସିବା ପରେ ସମସ୍ତେ ଏହାକୁ ପସନ୍ଦ କରିବାରେ ଲାଗିଛନ୍ତି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ଏହି ଫଟୋକୁ ୭୧ ବର୍ଷୀୟ ବ୍ୟକ୍ତିଙ୍କ ଝିଅ ଟ୍ୱିଟର୍‌ରେ ପୋଷ୍ଟ କରିଛନ୍ତି। ସେ ପୂରା ଘଟଣା ସମ୍ପର୍କରେ ମଧ୍ୟ ସମସ୍ତଙ୍କୁ ସୂଚନା ଦେଇଛନ୍ତି। ଏହି ବ୍ୟକ୍ତିଙ୍କ ଝିଅଙ୍କ ନାଁ ହେଉଛି ଆଦିତି।

ଆଦିତି ଫଟୋ ଟ୍ୱିଟ କରି କହିଛନ୍ତି, “ଏହି ବ୍ୟକ୍ତି ଜଣଙ୍କ ହେଉଛନ୍ତି ମୋ ବାପା। ସେ ୭୧ ବର୍ଷ ବୟସରେ ପୁଣି ବିବାହ କରିଛନ୍ତି। ୫ ବର୍ଷ ହେଲା ସେ ଏକାକୀ ରହିବା ପରେ ଆଉ ଜଣେ ବିଧବାଙ୍କୁ ବିବାହ କରିଛନ୍ତି। ମୁଁ ସବୁବେଳେ ତାଙ୍କୁ ଦ୍ୱିତୀୟ ବିବାହ ପାଇଁ କହୁଥିଲି। କାରଣ କେହି ବି ଏକାକୀ ରହିବାକୁ ଚାହାନ୍ତି ନାହିଁ।

ଦୁନିଆରେ ଅନେକ ମହିଳା ଅଛନ୍ତି ଯେଉଁମାନେ ଦ୍ୱିତୀୟ ବାହାଘର ପାଇଁ ଟଙ୍କା ମାଗିଥିଲେ। ମୋ ବାପାଙ୍କୁ ଫସାଇବାକୁ ଚେଷ୍ଟା କରିଥିଲେ। ଏବେ ବି ଏ ସମାଜ ମୋ ବାପାଙ୍କ ଦ୍ୱିତୀୟ ବିବାହକୁ ଗ୍ରହଣ କରିବ କି ନାହିଁ ଆମେ ଜାଣିନୁ। ସେହିପରି ମୋ ବାପା ଓ ସେ ବାହା ହୋଇଥିବା ମହିଳା ପରସ୍ପରକୁ ଠିକ୍‌ ଭାବେ ଗ୍ରହଣ କରିବେ କି ନାହିଁ, ସେକଥା ମଧ୍ୟ ଆମେ ଜାଣିନାହୁଁ। ତଥାପି ଆମେ ଆଶା ନେଇ ଆଗକୁ ବଢ଼ୁଛୁ।”

ଏହି ଫଟୋକୁ ସୋଶାଲ ମିଡିଆ ବ୍ୟବହାରକାରୀ ପସନ୍ଦ କରିବା ସହ ନବଦମ୍ପତିଙ୍କୁ ଶୁଭେଚ୍ଛା ଜଣାଇବା ଆରମ୍ଭ କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos