୭୪ ବର୍ଷ ବୟସରେ ୯୩ ଥର ପାଇଁ ନିର୍ବାଚନ ଲଢ଼ିବାକୁ ଯାଉଛନ୍ତି ଏହି ବ୍ୟକ୍ତି

ଲକ୍ଷ୍ନୌ: ଶୀର୍ଷକ ପଢ଼ି ଆପଣ ନିଶ୍ଚିତ ଆଶ୍ଚର୍ଯ୍ୟ ହେଉଥିବେ। କେମିତି ଜଣେ ବ୍ୟକ୍ତି ୯୩ଥର ପାଇଁ ନିର୍ବାଚନ ଲଢ଼ିବାକୁ ଯାଉଛନ୍ତି? କିନ୍ତୁ ପ୍ରକୃତରେ ଉତ୍ତର ପ୍ରଦେଶରୁ ଏଭଳି ଘଟଣା ସାମ୍ନାକୁ ଆସିଛି। ଏଠାରେ ରହୁଥିବା ହାସୁନ ରାମ ଆମ୍ବେଦକରୀ ନାମକ ୭୪ ବର୍ଷୀୟ ବୃଦ୍ଧ ଏଯାଏ ୯୨ ଥର ନିର୍ବାଚନ ଲଢ଼ି ହାରି ସାରିଛନ୍ତି।  ଏବେ ସେ ନିଜର ଭାଗ୍ୟକୁ ୯୩ ଥର ପାଇଁ ଉତ୍ତର ପ୍ରଦେଶ ପଞ୍ଚାୟତ ନିର୍ବାଚନରେ ପରୀକ୍ଷା କରିବାକୁ ଯାଉଛନ୍ତି। ଆଗ୍ରାର ରାଜ […]

Hasnu-Ram-Ambedkari

Hasnu-Ram-Ambedkari

Hemant Lenka
  • Published: Monday, 05 April 2021
  • Updated: 05 April 2021, 07:00 PM IST

Sports

Latest News

ଲକ୍ଷ୍ନୌ: ଶୀର୍ଷକ ପଢ଼ି ଆପଣ ନିଶ୍ଚିତ ଆଶ୍ଚର୍ଯ୍ୟ ହେଉଥିବେ। କେମିତି ଜଣେ ବ୍ୟକ୍ତି ୯୩ଥର ପାଇଁ ନିର୍ବାଚନ ଲଢ଼ିବାକୁ ଯାଉଛନ୍ତି? କିନ୍ତୁ ପ୍ରକୃତରେ ଉତ୍ତର ପ୍ରଦେଶରୁ ଏଭଳି ଘଟଣା ସାମ୍ନାକୁ ଆସିଛି। ଏଠାରେ ରହୁଥିବା ହାସୁନ ରାମ ଆମ୍ବେଦକରୀ ନାମକ ୭୪ ବର୍ଷୀୟ ବୃଦ୍ଧ ଏଯାଏ ୯୨ ଥର ନିର୍ବାଚନ ଲଢ଼ି ହାରି ସାରିଛନ୍ତି।  ଏବେ ସେ ନିଜର ଭାଗ୍ୟକୁ ୯୩ ଥର ପାଇଁ ଉତ୍ତର ପ୍ରଦେଶ ପଞ୍ଚାୟତ ନିର୍ବାଚନରେ ପରୀକ୍ଷା କରିବାକୁ ଯାଉଛନ୍ତି।

ଆଗ୍ରାର ରାଜ ନଗର ନଗଲା ଦୁଲେ ଖାନରେ ରହୁଥିବା ହାସୁନ ରାମ ସବୁବେଳେ ନିଜକୁ ଡ. ବି.ଆର. ଆମ୍ବେଦକରଙ୍କ ଅନୁଗାମୀ ବୋଲି ଦାବି କରନ୍ତି। ଏଥିପାଇଁ ସେ ନିଜ ନାଁରେ ଆମ୍ବେଦକରୀ ଯୋଡ଼ିଛନ୍ତି। ସେ ୧୯୮୪ରୁ ପ୍ରତିଟି ନିର୍ବାଚନ ଲଢ଼ୁଛନ୍ତି। ସେ ପ୍ରତ୍ୟେକ ଥର ହାରୁଥିଲେ ହେଁ ବିଧାନସଭା ଠାରୁ ଆରମ୍ଭ କରି ଲୋକସଭା ନିର୍ବାଚନ ବେଳେ ନାମାଙ୍କନ ଦାଖଲ କରିବାକୁ ଭୁଲନ୍ତି ନାହିଁ। ଏପରି କି ସେ ଭାରତର ରାଷ୍ଟ୍ରପତି ହେବା ପାଇଁ ମଧ୍ୟ ନାମାଙ୍କନ ଦାଖଲ କରିଥିଲେ। ଅବଶ୍ୟ ଏହା ଖାରଜ ହୋଇଯାଇଥିଲା।

୨୦୧୯ ଲୋକସଭା ନିର୍ବାଚନ ବେଳେ ସେ ଫତେପୁର ସିକ୍ରି ଆସନରୁ ପ୍ରାର୍ଥୀ ହୋଇଥିଲେ। ତାଙ୍କ ସପକ୍ଷରେ ମାତ୍ର ୪୨୦୦ ଖଣ୍ଡ ଭୋଟ ପଡ଼ିଥିଲା। ଚଳିତ ବର୍ଷ ସେ ପଞ୍ଚାୟତ ନିର୍ବାଚନ ଲଢ଼ିବାକୁ ନିଷ୍ପତ୍ତି ନେଇଛନ୍ତି। ଏହା ତାଙ୍କର ୯୩ତମ ନିର୍ବାଚନ ହେବ।

ସେ କହିଛନ୍ତି, “ଜିଲ୍ଲା ପଞ୍ଚାୟତର ୩୧ ନଂ ୱାର୍ଡରେ ନିର୍ବାଚନ ଲଢ଼ିବାକୁ ମୁଁ ନିଷ୍ପତ୍ତି ନେଇଛି। ଯଦି ୨୦୨୨ରେ ମୁଁ ବଞ୍ଚିଥିବି, ତା’ହେଲେ ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନ ମଧ୍ୟ ଲଢ଼ିବି।” ସେ କାହିଁକି ପ୍ରତିଟି ନିର୍ବାଚନ ଲଢ଼ୁଛନ୍ତି ବୋଲି ପ୍ରଶ୍ନର ଉତ୍ତରେ କହିଛନ୍ତି ଯେ “ମୁଁ ସାମଜର ସେବା କରିବାକୁ ଚାହେଁ। ମୁଁ ଲୋକଙ୍କୁ ସାହାଯ୍ୟ କରିବାକୁ ଚାହୁଁଥିବାରୁ ନିର୍ବାଚନ ଲଢ଼ୁଛି।

ମୁଁ ମନେରଗା କର୍ମୀ ଭାବେ କାର୍ଯ୍ୟ କରେ। ଏହାର ଅଧା ଅର୍ଥକୁ ସାମାଜିକ ସେବାରେ ଖର୍ଚ୍ଚ କରେ। ମୁଁ ପ୍ରତିଟି ନିର୍ବାଚନ ହାରୁଥିବାରୁ ଲୋକଙ୍କ ସହ ତୃଣମୂଳ ସ୍ତରରେ ରହିପାରୁଛି। ନିର୍ବାଚନ ଜିତିଥିଲେ ବୋଧେ ଲୋକଙ୍କ ସହ ମିଶିବାର ଅଧିକ ସୁଯୋଗ ମିଳି ନଥାଆନ୍ତା।”

ହାସୁନ ରାମଙ୍କ ବାରମ୍ବାର ନିର୍ବାଚନ ଲଢ଼ିବାର ପ୍ରଭାବ ତାଙ୍କ ପତ୍ନୀ ସୁରମା ଦେବୀଙ୍କ ଉପରେ ମଧ୍ୟ ପଡ଼ିଛି। ସେ ବି ଚଳିତ ବର୍ଷ ନଗଲା ଦୁଲେ ଖାନରୁ ପ୍ରଧାନୀ ପଦ ପାଇଁ ନାମାଙ୍କନ ଦାଖଲ କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story