୮ଥର ବିଧାୟକ ହୋଇଥିବା ହରବଂସ କପୁରଙ୍କ ଦେହାନ୍ତ

ଡେରାଡୁନ: ପୂର୍ବତନ ମନ୍ତ୍ରୀ ତଥା ୮ଥର ବିଧାୟକ ଭାବେ ନିର୍ବାଚିତ ହୋଇଥିବା ହରବଂସ କପୁରଙ୍କ ଆଜି ଦେହାନ୍ତ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୭୫ ବର୍ଷ ବୟସ ହୋଇଥିଲା। ତାଙ୍କ ମୃତ୍ୟୁର କାରଣ ଜଣାପଡ଼ି ନଥିଲେ ମଧ୍ୟ ହୃଦଘାତରେ ସେ ଶେଷନିଃଶ୍ୱାସ ତ୍ୟାଗ କରିଥିବା କୁହାଯାଉଛି। ବିଜେପିର ଏହି ଭେଟରାନ ନେତା ଜଣଙ୍କ ୨୦୦୭ରୁ ୨୦୧୨ ଯାଏ ଉତ୍ତରାଖଣ୍ଡ ବିଧାନସଭାର ବାଚସ୍ପତି ଭାବେ କାର୍ଯ୍ୟ କରିଥିଲେ। ସେହିପରି ସେ ଉଭୟ ଉତ୍ତର ପ୍ରଦେଶ ଓ ଉତ୍ତରାଖଣ୍ଡରେ ମନ୍ତ୍ରୀ […]

Harbans

Harbans

Hemant Lenka
  • Published: Monday, 13 December 2021
  • Updated: 13 December 2021, 12:25 PM IST

Sports

Latest News

ଡେରାଡୁନ: ପୂର୍ବତନ ମନ୍ତ୍ରୀ ତଥା ୮ଥର ବିଧାୟକ ଭାବେ ନିର୍ବାଚିତ ହୋଇଥିବା ହରବଂସ କପୁରଙ୍କ ଆଜି ଦେହାନ୍ତ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୭୫ ବର୍ଷ ବୟସ ହୋଇଥିଲା। ତାଙ୍କ ମୃତ୍ୟୁର କାରଣ ଜଣାପଡ଼ି ନଥିଲେ ମଧ୍ୟ ହୃଦଘାତରେ ସେ ଶେଷନିଃଶ୍ୱାସ ତ୍ୟାଗ କରିଥିବା କୁହାଯାଉଛି।

ବିଜେପିର ଏହି ଭେଟରାନ ନେତା ଜଣଙ୍କ ୨୦୦୭ରୁ ୨୦୧୨ ଯାଏ ଉତ୍ତରାଖଣ୍ଡ ବିଧାନସଭାର ବାଚସ୍ପତି ଭାବେ କାର୍ଯ୍ୟ କରିଥିଲେ। ସେହିପରି ସେ ଉଭୟ ଉତ୍ତର ପ୍ରଦେଶ ଓ ଉତ୍ତରାଖଣ୍ଡରେ ମନ୍ତ୍ରୀ ଭାବେ କାମ କରିବାର ସୁଯୋଗ ପାଇଥିଲେ। ଉତ୍ତର ପ୍ରଦେଶ ଠାରୁ ଅଲଗା ହୋଇ ଉତ୍ତରାଖଣ୍ଡ ଗଠନ ହୋଇଛି।

ଉତ୍ତରାଖଣ୍ଡ ଗଠନ ହେବା ପୂର୍ବରୁ ହରବଂସ କପୁର ଉତ୍ତର ପ୍ରଦେଶ ବିଧାନସଭାକୁ ୪ଥର ବିଧାୟକ ଭାବେ ନିର୍ବାଚିତ ହୋଇ ସାରିଥିଲେ। ଉତ୍ତରାଖଣ୍ଡ ଗଠନ ହେବା ପରେ ବି ତାଙ୍କର ବିଜୟ ଧାରା ଜାରି ରହିଥିଲା ଓ ସେ ଆଉ ୪ଥର ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ।

ହରବଂସ କପୁର ପ୍ରଥମଥର ପାଇଁ ୧୯୮୯ରେ ବିଧାୟକ ହୋଇଥିଲେ। ଏହାପରେ ସେ କ୍ରମାଗତ ଭାବେ ଜିତି ଚାଲିଛନ୍ତି। ୧୯୮୯ ପୂର୍ବରୁ ଅର୍ଥାତ ୧୯୮୫ରେ ହୋଇଥିବା ବିଧାନସଭା ନିର୍ବାଚନରେ ତାଙ୍କୁ ହାରିବାକୁ ପଡ଼ିଥିଲା। ଦୀର୍ଘ ୪ ଦଶନ୍ଧିରୁ ଅଧିକ ଦିନର ରାଜନୀତିକ କ୍ୟାରିୟର ମଧ୍ୟରେ ସେ ମାତ୍ର ଥରେ ହାରିଛନ୍ତି।

୧୯୯୧ ଜୁଲାଇ ୧୧ରୁ ୧୯୯୨ ଡିସେମ୍ବର ୬ ଯାଏ ସେ ଉତ୍ତର ପ୍ରଦେଶରେ ଗ୍ରାମୀଣ ବିକାଶ ମନ୍ତ୍ରୀ ଭାବେ କାମ କରିଥିଲେ। ଏହାପରେ ୨୦୦୧ରୁ ୨୦୦୨ ଯାଏ ଉତ୍ତରାଖଣ୍ଡରେ ସହରାଞ୍ଚଳ ବିକାଶ ମନ୍ତ୍ରୀ ଭାବେ ଦାୟିତ୍ୱ ସମ୍ପାଦନ କରିଥିଲେ। ଚଳିତ ବର୍ଷ ଡିସେମ୍ବର ୯ରୁ ଉତ୍ତରାଖଣ୍ଡ ବିଧାନସଭାର ଶୀତ କାଳୀନ ଅଧିବେଶନ ଆରମ୍ଭ ହୋଇଥିଲା। ହରବଂସ କପୁର ଅଧିବେଶରେ ଯୋଗ ମଧ୍ୟ ଦେଇଥିଲେ। କିନ୍ତୁ ଆଜି ହଠାତ୍ ସେ ନିଜ ବାସଭବନରେ ଶେଷନିଃଶ୍ୱାସ ତ୍ୟାଗ କରିଛନ୍ତି।

୧୯୪୬ ମସିହା ଜାନୁଆରୀ ୭ରେ ଜନ୍ମ ଗ୍ରହଣ କରିଥିବା ହରବଂସ କପୁର ନିଜର ସରଳ ଜୀବନ ଶୈଳୀ ପାଇଁ ବେଶ ପରିଚିତ ଥିଲେ। ବୟସ ୭୦ ଡେଇଁ ଥିଲେ ମଧ୍ୟ ସେ ନିଜେ ସ୍କୁଟର ଚଳାଇ ଲୋକଙ୍କ ପାଖରେ ପହଞ୍ଚୁଥିଲେ। ଆଜି ତାଙ୍କ ଦେହାନ୍ତରେ ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂହ ଧାମିଙ୍କ ସହ ବହୁ ବିଶିଷ୍ଟ ବ୍ୟକ୍ତି ଶୋକ ପ୍ରକାଶ କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story