ଦୀପାବଳି ଯାଏ ୮୦ କୋଟି ଲୋକଙ୍କୁ ମାଗଣାରେ ମିଳିବ ରାସନ

ନୂଆଦିଲ୍ଲୀ: ଦେଶବାସୀଙ୍କୁ ସମ୍ବୋଧନ କରି ମାଗଣା ରାସନ ଯୋଗାଣ ସମ୍ପର୍କରେ ଘୋଷଣା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ସେ ଆଜି ମାଗଣା ଟିକା ସହ ମାଗଣା ରାସନ କଥା କହିଛନ୍ତି। କରୋନା ପାଇଁ ଲୋକଙ୍କ ଜୀବିକା ବିପନ୍ନ ହୋଇଥିବାରୁ ମାଗଣା ରାସନ ବ୍ୟବସ୍ଥା କରାଯାଇଛି। ଦୀପାବଳି ଯାଏ ଦେଶବାସୀଙ୍କୁ ମାଗଣା ରାସନ ଯୋଗାଇ ଦିଆଯିବ। ଏହି ଯୋଜନାରେ ପ୍ରାୟ ୮୦ କୋଟି ଭାରତୀୟ ମାଗଣା ରାସନ ପାଇବେ। ଗତବର୍ଷ କରୋନା ମହାମାରୀ ସମୟରେ ଆରମ୍ଭ ହୋଇଥିବା ପ୍ରଧାନମନ୍ତ୍ରୀ […]

Ration

Ration

Hemant Lenka
  • Published: Monday, 07 June 2021
  • Updated: 07 June 2021, 06:02 PM IST

Sports

Latest News

ନୂଆଦିଲ୍ଲୀ: ଦେଶବାସୀଙ୍କୁ ସମ୍ବୋଧନ କରି ମାଗଣା ରାସନ ଯୋଗାଣ ସମ୍ପର୍କରେ ଘୋଷଣା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ସେ ଆଜି ମାଗଣା ଟିକା ସହ ମାଗଣା ରାସନ କଥା କହିଛନ୍ତି। କରୋନା ପାଇଁ ଲୋକଙ୍କ ଜୀବିକା ବିପନ୍ନ ହୋଇଥିବାରୁ ମାଗଣା ରାସନ ବ୍ୟବସ୍ଥା କରାଯାଇଛି।

ଦୀପାବଳି ଯାଏ ଦେଶବାସୀଙ୍କୁ ମାଗଣା ରାସନ ଯୋଗାଇ ଦିଆଯିବ। ଏହି ଯୋଜନାରେ ପ୍ରାୟ ୮୦ କୋଟି ଭାରତୀୟ ମାଗଣା ରାସନ ପାଇବେ। ଗତବର୍ଷ କରୋନା ମହାମାରୀ ସମୟରେ ଆରମ୍ଭ ହୋଇଥିବା ପ୍ରଧାନମନ୍ତ୍ରୀ ଗିରବ କଲ୍ୟାଣ ଯୋଜନା ଆଧାରରେ ଏହି ସୁବିଧା ମିଳିବ।୨୦୨୦ରୁ ଲାଗୁ ହୋଇଥିବା ଏହି ଯୋଜନାକୁ ନଭେମ୍ବର ମାସ ଯାଏ ବୃଦ୍ଧି କରାଯାଇଛି।

ମୋଦି କହିଛନ୍ତି, ମହାମାରୀ ସମୟରେ ସରକାର ଗିରବଙ୍କ ସହ ଅଛନ୍ତି। ନଭେମ୍ବର ଯାଏ ୮୦ କୋଟି ଗରିବ ଲୋକଙ୍କୁ ମାଗଣାରେ ରାସନ ଯୋଗାଇ ଦିଆଯିବ।

ସରକାରଙ୍କ ଘୋଷଣା ଅନୁଯାୟୀ, ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନା ଅଧୀନରେ ଗରିବ ଲୋକଙ୍କୁ ୫ କେଜି ଚାଉଳ କିମ୍ବା ଗହମ ଓ ୧ କେଜି ଡାଲି ମିଳିବ। ଜାତୀୟ ଖାଦ୍ୟ ସୁରକ୍ଷା ଆଇନରେ ଅନ୍ତର୍ଭୁକ୍ତ ୮୦ କୋଟି ଲୋକ ଏହି ଯୋଜନା ଦ୍ୱାରା ଲାଭବାନ ହେବେ। ସମସ୍ତଙ୍କୁ ମାଗଣା ରାସନ ମିଳିବ। ସେହିପରି ଲୋକମାନେ ପୂର୍ବଭଳି ୫ କେଜି ଚାଉଳ, ଗହମ ଓ ଡାଲି ଯଥାକ୍ରମେ ୩, ୨ ଓ ୧ ଟଙ୍କାରେ ଅତିରିକ୍ତ ଭାବେ ମଧ୍ୟ କିଣିପାରିବେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos