୮୬% କମିଲାଣି କରୋନା କେସ୍‌, ତଥାପି ବିପଦ ଟଳିନି

ନୂଆଦିଲ୍ଲୀ: ଦେଶରେ ମହାମାରୀ କରୋନାର ପ୍ରକୋପ ଆଶାତୀତ ଭାବେ ହ୍ରାସ ପାଇଛି। ଦ୍ୱିତୀୟ ଲହର ତା’ର ସର୍ବୋଚ୍ଚ ଗତି ଦେଖାଇବା ଦିନ ଠାରୁ ଇତି ମଧ୍ୟରେ ସଂକ୍ରମଣ ପ୍ରାୟ ୮୬% ହ୍ରାସ ପାଇଲାଣି। କିନ୍ତୁ ଏବେ ବି ବିପଦ ଟଳିନି। ଲୋକମାନେ କେବେ ହେଲେ ବେପରୁଆ ହୁଅନ୍ତୁ ନାହିଁ ବୋଲି ଆଜି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। ଆଜି ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ଯୁଗ୍ମ ସଚିବ ଲବ ଅଗ୍ରୱାଲ […]

Corona1

Corona1

Hemant Lenka
  • Published: Friday, 02 July 2021
  • Updated: 02 July 2021, 08:46 PM IST

ନୂଆଦିଲ୍ଲୀ: ଦେଶରେ ମହାମାରୀ କରୋନାର ପ୍ରକୋପ ଆଶାତୀତ ଭାବେ ହ୍ରାସ ପାଇଛି। ଦ୍ୱିତୀୟ ଲହର ତା’ର ସର୍ବୋଚ୍ଚ ଗତି ଦେଖାଇବା ଦିନ ଠାରୁ ଇତି ମଧ୍ୟରେ ସଂକ୍ରମଣ ପ୍ରାୟ ୮୬% ହ୍ରାସ ପାଇଲାଣି। କିନ୍ତୁ ଏବେ ବି ବିପଦ ଟଳିନି। ଲୋକମାନେ କେବେ ହେଲେ ବେପରୁଆ ହୁଅନ୍ତୁ ନାହିଁ ବୋଲି ଆଜି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି।

ଆଜି ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ଯୁଗ୍ମ ସଚିବ ଲବ ଅଗ୍ରୱାଲ କହିଛନ୍ତି, ନିୟମିତ କ୍ଲିନିକାଲ ମ୍ୟାନେଜମେଣ୍ଟ ଉପରେ ଫୋକସ କରାଯାଉଛି। ମେ’ ୩ରେ ଦେଶରେ ଆରୋଗ୍ୟ ହାର ୮୧.୧% ରହିଥିବା ବେଳେ ଏବେ ଏହା ୯୭%ରେ ପହଞ୍ଚି ଗଲାଣି।

ଜୁନ୍‌ ୨୩ରୁ ଜୁନ୍‌ ୨୯ ମଧ୍ୟରେ ଦେଶର ୭୧ଟି ଜିଲ୍ଲାରେ କୋଭିଡ ପଜିଟିଭିଟି ରେଟ ୧୦% ଉପରେ ରହିଛି। ଜୁନ୍‌ ୩୦ ସୁଦ୍ଧା ୧୨ଟି ରାଜ୍ୟରୁ ୫୬ଟି ଡେଲ୍ଟା ପ୍ଲସ କେସ୍‌ ସାମ୍ନାକୁ ଆସିଛି। ସେ ଟିକାକରଣ ଓ କୋଭିଡ ପ୍ରୋଟକଲ ମାନିବାକୁ ଗୁରୁତ୍ୱ ଦେବା ସହ ଦ୍ୱିତୀୟ ଲହରର ବିପଦ ଏଯାଏ ଟଳି ନଥିବା କହିଛନ୍ତି।

ଦେଶରେ ଚାଲିଥିବା ଟିକାକରଣ ସମ୍ପର୍କରେ ସୂଚନା ଦେଇ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ କହିଛି ଯେ ଜୁନ୍‌ ୨୧ରୁ ଦୈନିକ ହାରାହାରି ୫୦ ଲକ୍ଷ ଡୋଜ୍‌ ଟିକାକରଣ ହେଉଛି। ନରୱେର ଜନସଂଖ୍ୟା ଯେତିକି ପ୍ରତିଦିନ ଆମ ଦେଶରେ ସେତିକି ଡୋଜ୍‌ ଟିକାକରଣ ହେଉଛି। ଆଜିର ଦିନରେ ୩୪ କୋଟିରୁ ଅଧିକ ଡୋଜ୍‌ର ଟିକାକରଣ ଶେଷ ହେଲାଣି।

ଏହା ଆମେରିକା ମୋଟ ଜନସଂଖ୍ୟା ସହ ସାମନ। ଦେଶର ପ୍ରାୟ ୮୦% ସ୍ୱାସ୍ଥ୍ୟକର୍ମୀ ଓ ୯୦% ସମ୍ମୁଖ ଯୋଦ୍ଧାର ଟିକାର ଉଭୟ ଡୋଜ୍‌ ନେଇସାରିଲେଣି ବୋଲି ସରକାର କହିଛନ୍ତି। ଦେଶର ଟିକାକର ଅଭାବ ପ୍ରଶ୍ନର ଉତ୍ତର ଦେଇ ଶ୍ରୀ ଅଗ୍ରୱାଲ କହିଛନ୍ତି, ଆମେ ମାରାଥନରେ ଦୌଡ଼ୁଛେ। ଏହା ୧୦୦ ମିଟିର ରେସ୍‌ ନୁହେଁ। ତେଣୁ ଆମକୁ ଆମ ଉତ୍ପାଦନ ସଂସ୍ଥାଗୁଡ଼ିକ କ୍ଷମତାକୁ ବୁଝିବାକୁ ପଡ଼ିବ। ଆମେ ରାଜ୍ୟଗୁଡ଼ିକ ସହ ସମନ୍ୱୟ ରକ୍ଷା କରିବ ସବୁ କିଛି କରୁଛୁ। ଆଗକୁ ମଧ୍ୟ ଏହା ଜାରି ରହିବ ବୋଲି ସେ କହିଛନ୍ତି।

ସାମ୍ବାଦିକ ସମ୍ମିଳନୀରେ ଉପସ୍ଥିତ ଥିବା ନୀତି ଆୟୋଗ ସଦସ୍ୟ ଡା ଭିକେ ପଲ କହିଛନ୍ତି, ଯଦି ଆପଣମାନେ ଦୈନନ୍ଦିନ କାର୍ଯ୍ୟକ୍ରମ ଦେଖିବେ, ତା’ହେଲେ ଭାରତ ସରକାର ଟିକା ଉତ୍ପାଦନକାରୀ ସଂସ୍ଥାଗୁଡ଼ିକ ସହ ଯୋଗାଯୋଗରେ ରହିଛନ୍ତି। ଯେତେବେଳେ ଟିକା ଉତ୍ପାଦନ ହେଉଛି, ଏହାର ୭୫% କିଣା ଯାଇ ରାଜ୍ୟଗୁଡ଼ିକୁ ମାଗଣାରେ ଦିଆଯାଉଛି।

ଦ୍ୱିତୀୟ ସ୍ତରୀୟ ଯୋଜନା ରାଜ୍ୟଗୁଡ଼ିକ କରିବା ଦରକାର। ଆପଣ ଯଦି ଆଗାମୀ ୧୫ ଦିନର କଥା ଦେଖିବେ, ତା’ହେଲେ ଆମେ ରାଜ୍ୟଗୁଡ଼ିକ ସହ କଥା ହୋଇ ଟିକାର ଉପଲବ୍ଧତା ଅନୁଯାୟୀ ସବୁ ପ୍ରକାରର ବ୍ୟବସ୍ଥା କରିଛୁ। ଏହା ଏକ ନିୟମିତ କାର୍ଯ୍ୟ, ଯାହା ରାଜ୍ୟଗୁଡ଼ିକ ସହ କରାଯାଉଛି।

ଆମେ ବର୍ତ୍ତମାନ ଜନସନ ଆଣ୍ଡ ଜନସନ ସହ ସିଙ୍ଗଲ ଡୋଜ୍‌ ଟିକା ସମ୍ପର୍କରେ ଆଲୋଚନା କରୁଛୁ। ସେମାନଙ୍କର ଟିକା ଭାରତ ବାହାରେ ଉତ୍ପାଦନ ହେଉଛି। ଯୋଜନା ଅନୁସାରେ ଜନସନ ଆଣ୍ଡ ଜନସନ ଟିକାକୁ ହାଇଦ୍ରାବାଦର ବାୟୋ-ଇରେ କରିବାକୁ ଲକ୍ଷ୍ୟ ରଖାଯାଇଛି ବୋଲି ସେ କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos