ଭୟଙ୍କର ଡେଲ୍ଟା ଭାରିଏଣ୍ଟ! ଟିକା ନେବା ପରେ ବି ଲୋକଙ୍କୁ କରୁଛି ସଂକ୍ରମିତ

ନୂଆଦିଲ୍ଲୀ: ସମସ୍ତଙ୍କ ଚିନ୍ତା ବଢ଼ିବା ଭଳି ଖବର ସାମ୍ନାକୁ ଆସିଛି। ଟିକା ନେବା ପରେ ସଂକ୍ରମିତ ହେଉଥିବା ପ୍ରାୟ ୮୬% ଭାରତୀୟ କରୋନାର ଡେଲ୍ଟା ଭାରିଏଣ୍ଟ ଦ୍ୱାରା ‌ଆକ୍ରାନ୍ତ ହୋଇଛନ୍ତି। ଆଇସିଏମଆର ପକ୍ଷରୁ କରାଯାଇଥିବା ଗବେଷଣାରୁ ଏପରି ତଥ୍ୟ ସାମ୍ନାକୁ ଆସିଛି। ଏହି ଗବେଷଣା ରିପୋର୍ଟ ଆସିବା ପରେ ସମସ୍ତଙ୍କ ମନରେ ଛନକା ପଶିଛି। କରୋନା ଟିକାକୁ ମାତ ଦେବାରେ ଡେଲ୍ଟା ଭାରିଏଣ୍ଟ ସଫଳ ହେଉଥିବା ସମସ୍ତେ ଆଶଙ୍କା କରିବାରେ ଲାଗିଛନ୍ତି। ବ୍ରେକ୍‌ଥ୍ରୁ ସଂକ୍ରମଣ ବା ଟିକା […]

Vaccine

Vaccine

Hemant Lenka
  • Published: Friday, 16 July 2021
  • Updated: 16 July 2021, 04:31 PM IST

Sports

Latest News

ନୂଆଦିଲ୍ଲୀ: ସମସ୍ତଙ୍କ ଚିନ୍ତା ବଢ଼ିବା ଭଳି ଖବର ସାମ୍ନାକୁ ଆସିଛି। ଟିକା ନେବା ପରେ ସଂକ୍ରମିତ ହେଉଥିବା ପ୍ରାୟ ୮୬% ଭାରତୀୟ କରୋନାର ଡେଲ୍ଟା ଭାରିଏଣ୍ଟ ଦ୍ୱାରା ‌ଆକ୍ରାନ୍ତ ହୋଇଛନ୍ତି। ଆଇସିଏମଆର ପକ୍ଷରୁ କରାଯାଇଥିବା ଗବେଷଣାରୁ ଏପରି ତଥ୍ୟ ସାମ୍ନାକୁ ଆସିଛି।

ଏହି ଗବେଷଣା ରିପୋର୍ଟ ଆସିବା ପରେ ସମସ୍ତଙ୍କ ମନରେ ଛନକା ପଶିଛି। କରୋନା ଟିକାକୁ ମାତ ଦେବାରେ ଡେଲ୍ଟା ଭାରିଏଣ୍ଟ ସଫଳ ହେଉଥିବା ସମସ୍ତେ ଆଶଙ୍କା କରିବାରେ ଲାଗିଛନ୍ତି।

ବ୍ରେକ୍‌ଥ୍ରୁ ସଂକ୍ରମଣ ବା ଟିକା ନେବା ପରେ ସଂକ୍ରମଣ ହେଉଥିବା ଲୋକଙ୍କୁ ନେଇ ଆଇସିଏମଆର ଏହି ଗବେଷଣା କରିଥିଲା। ଏହି ସମୟରେ ଟିକା ନେଇ ସଂକ୍ରମିତ ହୋଇଥିବା ପ୍ରାୟ ୮୬% ଲୋକ ଡେଲ୍ଟା ଭାରିଏଣ୍ଟ ଯୋଗୁ ଆକ୍ରାନ୍ତ ହୋଇଥିବା ଜଣାପଡ଼ିଛି।
ତେବେ ମୃତ୍ୟୁହାର ଟିକା ନେଇଥିବା ଲୋକଙ୍କ କ୍ଷେତ୍ରରେ ବହୁତ କମ।

ଏହି କ୍ଲିନିକାଲ ଗବେଷଣା ପ୍ରାୟ ୬୭୭ ଜଣ ଲୋକଙ୍କୁ ନେଇ କରାଯାଇଥିଲା। ୬୭୭ ଜଣଙ୍କ ମଧ୍ୟରୁ ୭୧ ଜଣ କୋଭାକ୍ସିନ ଟିକା ନେଇଥିବା ବେଳେ ୬୦୪ ଜଣ କୋଭିସିଲ୍ଡ ଟିକା ନେଇଥିଲେ। ଦୁଇ ଜଣ ଚାଇନା ପ୍ରସ୍ତୁତ କରିଥିବା ସିନୋଫାର୍ମା ଟିକାର ଡୋଜ୍‌ ମଧ୍ୟ ନେଇଥିଲେ। ଟିକା ନେଇଥିବା ଲୋକଙ୍କ ମଧ୍ୟରୁ କରୋନାରେ ଆକ୍ରାନ୍ତ ହୋଇ ୩ ଜଣଙ୍କ ମୃତ୍ୟୁ ଘଟିଥିବା ଗବେଷଣାରୁ ଜଣାପଡ଼ିଛି।

ଗବେଷଣାର ବିସ୍ତୃତ ତଥ୍ୟ

୧-ଗବେଷଣା ବେଳେ ଆଇସିଏମଆର୍‌ର ବୈଜ୍ଞାନିକମାନେ କରୋନାରେ ଆକ୍ରାନ୍ତ ହୋଇଥିବା ଲୋକମାନେ ଟିକାର ପ୍ରଥମ କିମ୍ବା ଦ୍ୱିତୀୟ ଡୋଜ୍‌ ନେଇଛନ୍ତି କି ତା’ର ଯାଞ୍ଚ କରିଥିଲେ। ଏହାପରେ ସେମାନେ କରୋନାର କେଉଁ ଭାରିଏଣ୍ଟ ଦ୍ୱାରା ସଂକ୍ରମିତ ହୋଇଛନ୍ତି, ତା’ର ଯାଞ୍ଚ ଜେନୋମ ସିକ୍ୱେନ୍ସିଂ କରିଥିଲେ।

୨-ଟିକା ନେଇ ସଂକ୍ରମିତ ହୋଇଥିବା ଲୋକଙ୍କ ମଧ୍ୟରୁ ୮୬.୦୯% ଲୋକ କରୋନାର ଡେଲ୍ଟା ଭାରିଏଣ୍ଟ ବା B.1.617.2 ଦ୍ୱାରା ଆକ୍ରାନ୍ତ ହୋଇଥିବା ଜଣାପଡ଼ିଛି।

୩- ଏମାନଙ୍କ ମଧ୍ୟରୁ ୯.୮% ଲୋକଙ୍କ କରୋନାରେ ଆକ୍ରାନ୍ତ ହେବା ପରେ ହସ୍ପିଟାଲରେ ଭର୍ତ୍ତି ହେବାର ଆବଶ୍ୟକ ପଡ଼ିଥିଲା। ସେହିପରି ଟିକା ନେବା ପରେ ହେଉଥିବା ସଂକ୍ରମଣର ମୃତ୍ୟୁହାର ମାତ୍ର ୦.୪% ରହିଛି।

୪- ଗବେଷଣାରୁ ଗୋଟିଏ କଥା ସ୍ପଷ୍ଟ ହୋଇଛି ଯେ ଟିକା ଦ୍ୱାରା ହସ୍ପିଟାଲାଇଜେସନ ଓ ମୃତ୍ୟୁକୁ ରୋକା ଯାଇ ପାରୁଛି।

୫- ଗବେଷଣାରେ ସାମିଲ ହୋଇଥିବା ୬୭୭ ଜଣଙ୍କର ଆରଟିପିସିଆର ଟେଷ୍ଟ କରାଯାଇଥିଲା। ୧୭ଟି ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳରୁ ନମୁନା ସଂଗ୍ରହ କରାଯାଇଥିଲା।

୬-ଏମାନଙ୍କ ମଧ୍ୟରୁ ୭୧% ବା ୪୮୨ ଜଣଙ୍କ ଶରୀରରେ ଲକ୍ଷଣ ଦେଖା ଯାଇଥିବା ବେଳେ ୨୯% ଲୋକଙ୍କ ଶରୀରରେ ସାର୍ସ କୋଭ-୨ର କୌଣସି ଲକ୍ଷଣ ଦେଖାଯାଇ ନଥିଲା।

୭- ସଂକ୍ରମିତଙ୍କ ମଧ୍ୟରୁ ୬୯% ଲୋକ ଜ୍ୱର ଅନୁଭବ କରିଥିବା ବେଳେ ୫୬% ଲୋକଙ୍କ ଶରୀରରେ ମୁଣ୍ଡବିନ୍ଧା, ଯନ୍ତ୍ରଣା ଓ ନାକରେ ସମସ୍ୟା ସୃଷ୍ଟି ହୋଇଥିଲା। ସେହିପରି କଫ ୪୫%, ତଣ୍ଟି ଦରଜ ୩୭%, ସ୍ୱାଦ ହରାଇବା ୨୨%, ଝାଡ଼ା ୬%, ନିଃଶ୍ୱାସ ନେବାରେ କଷ୍ଟ ଅନୁଭବ କରୁଥିବା ଲୋକଙ୍କ ସଂଖ୍ୟା ୬% ଓ ମାତ୍ର ୧% ଲୋକଙ୍କ କ୍ଷେତ୍ରରେ ଅନ୍ୟ ଲକ୍ଷଣ ମାନ ଦେଖା ଯାଇଥିଲା।

୮-ଡେଲ୍ଟା ଭାରିଏଣ୍ଟ ସହ କାପ୍ପାରେ ମଧ୍ୟ ଟିକା ନେଇଥିବା ଲୋକ ସଂକ୍ରମିତ ହୋଇଛନ୍ତି।

୯-ଏହି ୬୭୭ ଜଣଙ୍କ ମଧ୍ୟରୁ ୮୫ ଜଣ ପ୍ରଥମ ଡୋଜ୍‌ ଓ ବାକି ଲୋକମାନେ ଦ୍ୱିତୀୟ ଡୋଜ୍‌ ଟିକା ନେଇଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos