ପ୍ରବଳ ବର୍ଷା ପରେ ଭୟଙ୍କର ସ୍ଥିତି: ୯ ମୃତ, ୭ ଜଣଙ୍କ ପତ୍ତା ମିଳୁନି

ଚଣ୍ଡିଗଡ଼: ପ୍ରକୃତର ତାଣ୍ଡବ ରୂପ ଦେଶର ବିଭିନ୍ନ ରାଜ୍ୟରେ ଦେଖିବାକୁ ମିଳିଛି। ପ୍ରବଳ ବର୍ଷା ଯୋଗୁ ସୃଷ୍ଟି ହେଉଥିବା ବନ୍ୟା ଓ ଭୂସ୍ଖଳନ ଲୋକଙ୍କ ଜୀବନ ନେବାରେ ଲାଗିଛି। ମହାରାଷ୍ଟ୍ରରେ ବନ୍ୟା ସ୍ଥିତି ଜଟିଳ ଥିବା ବେଳେ ୨୦୦ରୁ ଅଧିକ ଲୋକ ପ୍ରାଣ ହରାଇଲେଣି।  ଜମ୍ମୁ-କଶ୍ମୀରରେ ଆଜି ବାଦଳ ଫଟା ବର୍ଷା ସାଂଘାତିକ ଅବସ୍ଥା ସୃଷ୍ଟି କରିବା ସହ ୭ ଜଣଙ୍କ ଜୀବନ ନେଇଛି। ଏସବୁ ଭିତରେ ହିମାଚଳ ପ୍ରଦେଶରେ ପ୍ରବଳ ବର୍ଷା ପରେ ଫ୍ଲାଶଫ୍ଲଡ ବା […]

Floods

Floods

Hemant Lenka
  • Published: Wednesday, 28 July 2021
  • Updated: 28 July 2021, 06:33 PM IST

Sports

Latest News

ଚଣ୍ଡିଗଡ଼: ପ୍ରକୃତର ତାଣ୍ଡବ ରୂପ ଦେଶର ବିଭିନ୍ନ ରାଜ୍ୟରେ ଦେଖିବାକୁ ମିଳିଛି। ପ୍ରବଳ ବର୍ଷା ଯୋଗୁ ସୃଷ୍ଟି ହେଉଥିବା ବନ୍ୟା ଓ ଭୂସ୍ଖଳନ ଲୋକଙ୍କ ଜୀବନ ନେବାରେ ଲାଗିଛି। ମହାରାଷ୍ଟ୍ରରେ ବନ୍ୟା ସ୍ଥିତି ଜଟିଳ ଥିବା ବେଳେ ୨୦୦ରୁ ଅଧିକ ଲୋକ ପ୍ରାଣ ହରାଇଲେଣି।  ଜମ୍ମୁ-କଶ୍ମୀରରେ ଆଜି ବାଦଳ ଫଟା ବର୍ଷା ସାଂଘାତିକ ଅବସ୍ଥା ସୃଷ୍ଟି କରିବା ସହ ୭ ଜଣଙ୍କ ଜୀବନ ନେଇଛି। ଏସବୁ ଭିତରେ ହିମାଚଳ ପ୍ରଦେଶରେ ପ୍ରବଳ ବର୍ଷା ପରେ ଫ୍ଲାଶଫ୍ଲଡ ବା ଅଚାନକ ବନ୍ୟା ପାଣି ମାଡ଼ି ଆସିବାରୁ ୯ ଜଣଙ୍କ ମୃତ୍ୟୁ ଘଟିଛି। ସେହିପରି ୭ ଜଣ ଲୋକ ନିଖୋଜ ହୋଇଯାଇଛନ୍ତି। ଏମାନଙ୍କ ମଧ୍ୟରେ କିଛି ପର୍ଯ୍ୟଟକ ମଧ୍ୟ ରହିଥିବା ଜଣାପଡ଼ିଛି।

ସରକାରୀ ସୂତ୍ରରୁ ମିଳିଥିବା ଖବର ଅନୁଯାୟୀ, ବର୍ଷା ଜନିତ ଅଘଟଣରେ ଲାହାଉଲ ଓ ସ୍ପିଟି ଜିଲ୍ଲାରେ ୭ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଚାମ୍ବା ଜିଲ୍ଲାରେ ୨ ଜଣ ପ୍ରାଣ ହରାଇଛନ୍ତି। କୁଲ୍ଲୁ ଜିଲ୍ଲାରେ ଫ୍ଲାଶଫ୍ଲଡ ଓ ଭୂସ୍ଖଳନ ପରେ ୪ ଜଣ ନିଖୋଜ ହୋଇ ଯାଇଛନ୍ତି। ଏହି ନିଖୋଜ ଲୋକଙ୍କ ମଧ୍ୟରେ ଦିଲ୍ଲୀର ଜଣେ ପର୍ଯ୍ୟଟକ ରହିଥିବା ଖବର ମିଳିଛି। ଲାହାଉଲ ଓ ସ୍ପିଟି ଜିଲ୍ଲାରେ ମଧ୍ୟ ୩ ଜଣ ନିଖୋଜ ହୋଇଯାଇଛନ୍ତି। ଭୂସ୍ଖଳନ ଯୋଗୁ କିଛି ଲୋକ ମାଟି ତଳେ ଫସି ରହିଛନ୍ତି। ସେମାନଙ୍କୁ ଉଦ୍ଧାର କରିବା ପାଇଁ ଏନଡିଆରଏଫ ଟିମ୍ ନିୟୋଜିତ ହୋଇଛନ୍ତି।

ଏନଡିଆରଏଫ ନିର୍ଦ୍ଦେଶକ ଏସଏନ୍ ପ୍ରଧାନ କହିଛନ୍ତି, ଆମେ ଲାହାଉଲ ଓ ସ୍ପିଟିରେ ଘଟିଥିବା ଅଘଟଣରେ ଫସି ଥିବା ଲୋକଙ୍କୁ ଉଦ୍ଧାର କରିବା ଚେଷ୍ଟା କରୁଛୁ। ଜଳବାୟୁ ପରିବର୍ତ୍ତନ ଯୋଗୁ ଏପରି ପ୍ରାକୃତିକ ବିପର୍ଯ୍ୟୟ ଘଟଣା ଘଟିବାରେ ଲାଗିଛି। ବର୍ଷା ଯୋଗୁ ଭାଘା ନଦୀର ଜଳ ସ୍ତର ବୃଦ୍ଧି ପାଉଥିବାରୁ ଲାହାଉଲ ଓ ସ୍ପିଟି ଜିଲ୍ଲାରେ ଥିବା ଦାରଚା ଗାଁର ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି।

ପ୍ରବଳ ବର୍ଷା ଯୋଗୁ ଦେଖାଯାଇଥିବା ଫ୍ଲାଶଫ୍ଲଡ ପରେ ଭୂସ୍ଖଳନ ଘଟିଛି। ଏଥିପାଇଁ ଅନେକ ବ୍ରିଜ୍, ରାଜପଥ ଓ ଲିଙ୍କ ରୋଡ କ୍ଷତିଗ୍ରସ୍ତ ହୋଇଛି। ଏକାଧିକ ଅଞ୍ଚଳରେ ଟ୍ରାଫିକ ସମସ୍ୟା ଦେଖାଦେଇଛି। ସ୍ଥିତିକୁ ଦେଖି ମନାଲୀ–ଲେହ ଓ ଗ୍ରାମଫୁ-କାଜା ଜାତୀୟ ରାଜପଥକୁ ବନ୍ଦ କରି ଦିଆଯାଇଛି।

ଭୂସ୍ଖଳନ ପରେ କାଲକା-ଶିମଲା ଜାତୀୟ ରାଜପଥ ଓ ଚଣ୍ଡିଗଡ଼-ମନାଲୀ ମଧ୍ୟରେ ଯୋଗାଯୋଗ ବିଚ୍ଛିନ୍ନ ହୋଇଯାଇଛି। ଶିମଲା ଓ ମଣ୍ଡି ଜିଲ୍ଲାରେ ଭୂସ୍ଖଳନ ଯୋଗୁ ଅନେକ ଗାଡ଼ିରେ ମାଟିରେ ପୋତି ହୋଇଯାଇଛି। ହିମାଚଳ ପ୍ରଦେଶ ଦେଇ ଯାଇଥିବା ବଡ଼ବଡ଼ ନଦୀ ଓ ଏହାର ଶାଖା ଗୁଡ଼ିକ ପ୍ରବଳ ବର୍ଷା ଯୋଗୁ ଫୁଲିବାରେ ଲାଗିଛନ୍ତି। ଏହାକୁ ନେଇ ଲୋକଙ୍କ ମନରେ ଭୟର ବାତାରବରଣ ସୃଷ୍ଟି ହୋଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos