ଲଗାଣ ବର୍ଷାରେ ଭୁଶୁଡ଼ିଲା କାନ୍ଥ, ଚାଲିଗଲା ୯ ଜୀବନ

ଲକ୍ଷ୍ନୌ: ଉତ୍ତର ପ୍ରଦେଶର ଲକ୍ଷ୍ନୌ ଅନ୍ତର୍ଗତ ଦିଲକୁଶା ଅଞ୍ଚଳରେ ଲଗାଣ ବର୍ଷା ଯୋଗୁ ଆଜି ବଡ଼ ଅଘଟଣ ଘଟିଛି। ଅବିଶ୍ରାନ୍ତ ବର୍ଷା ଯୋଗୁ କାନ୍ଥ ଭୁଶୁଡ଼ି ପଡ଼ିବାରୁ ୯ ଜଣଙ୍କ ଜୀବନ ଯାଇଛି। ସେହିପରି ୨ ଜଣ ଗୁରୁତର ଆହତ ହୋଇଛନ୍ତି। ମୃତକଙ୍କ ମଧ୍ୟରେ ଏକାଧିକ ମହିଳା ଓ ଶିଶୁ ରହିଥିବା ଜଣାପଡ଼ିଛି। ଖବର ପାଇ ପୁଲିସ୍‌ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲା। ଦୀର୍ଘ ସମୟର ଛାନଭିନ ପରେ ଉଦ୍ଧାର କାର୍ଯ୍ୟ ପ୍ରାୟ ୯ଟା […]

rain

rain

Hemant Lenka
  • Published: Friday, 16 September 2022
  • Updated: 16 September 2022, 09:24 AM IST

Sports

Latest News

ଲକ୍ଷ୍ନୌ: ଉତ୍ତର ପ୍ରଦେଶର ଲକ୍ଷ୍ନୌ ଅନ୍ତର୍ଗତ ଦିଲକୁଶା ଅଞ୍ଚଳରେ ଲଗାଣ ବର୍ଷା ଯୋଗୁ ଆଜି ବଡ଼ ଅଘଟଣ ଘଟିଛି। ଅବିଶ୍ରାନ୍ତ ବର୍ଷା ଯୋଗୁ କାନ୍ଥ ଭୁଶୁଡ଼ି ପଡ଼ିବାରୁ ୯ ଜଣଙ୍କ ଜୀବନ ଯାଇଛି। ସେହିପରି ୨ ଜଣ ଗୁରୁତର ଆହତ ହୋଇଛନ୍ତି। ମୃତକଙ୍କ ମଧ୍ୟରେ ଏକାଧିକ ମହିଳା ଓ ଶିଶୁ ରହିଥିବା ଜଣାପଡ଼ିଛି।

ଖବର ପାଇ ପୁଲିସ୍‌ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲା। ଦୀର୍ଘ ସମୟର ଛାନଭିନ ପରେ ଉଦ୍ଧାର କାର୍ଯ୍ୟ ପ୍ରାୟ ୯ଟା ବେଳକୁ ଶେଷ ହୋଇଥିବା ପୁଲିସ୍‌ କହିଛି। ଉତ୍ତର ପ୍ରଦେଶର ବିଭିନ୍ନ ସ୍ଥାନରେ ଗତ ୨୪ ଘଣ୍ଟା ହେଲା ଲଗାଣ ବର୍ଷା ଲାଗି ରହିଛି। ଏଥିଯୋଗୁ ତଳିଆ ଅଞ୍ଚଳରେ ବନ୍ୟା ପରିସ୍ଥିତି ଦେଖାଯାଇଛି।

ଏସବୁ ଭିତରେ ଆଜି ସକାଳୁ ଲୋକମାନେ ଆଶ୍ରୟ ନେଇଥିବା ଗୋଟିଏ ଘରର ବିରାଟ କାନ୍ଥ ଭୁଶୁଡ଼ି ପଡ଼ିଥିଲା। ଯୁଗ୍ମ କମିଶନର ଅଫ ପୁଲିସ୍‌(ଆଇନ ଶୃଙ୍ଖଳା) ପୀୟୂଷ ମୋରଡିଆ କହିଛନ୍ତି, “ଦିଲକୁଶା ଅଞ୍ଚଳରେ ଥିବା ଗୋଟିଏ ଆର୍ମି ଏନକ୍ଲେଭ ବାହାରେ କିଛି ଶ୍ରମିକ ମାଟି ଘର ମଧ୍ୟରେ ରହୁଥିଲେ। ତେବେ ରାତି ସାରା ବର୍ଷା ଲାଗି ରହିବାରୁ ଆର୍ମି ଏନକ୍ଲେଭର ବାଉଣ୍ଡରୀ କାନ୍ଥ ହଠାତ୍‌ ଭୁଶୁଡ଼ି ପଡ଼ିଥିଲା। ଏହା ଶ୍ରମିକମାନେ ରହୁଥିବା ଘର ଉପରେ ପଡ଼ି ଯିବାରୁ ଏହା ତଳେ ପ୍ରାୟ ୧୧ ଜଣ ଲୋକ ଚାପି ହୋଇଯାଇଥିଲେ।

ଖବର ପାଇ ଆମେ ରାତି ପ୍ରାୟ ୩ଟା ବେଳେ ଘଟଣାସ୍ଥଳରେ ପହଞ୍ଚିଥିଲୁ। ଧ୍ୱଂସାବଶେଷ ତଳୁ ୯ ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଥିବା ବେଳେ ୨ ଜଣଙ୍କୁ ସୁରକ୍ଷିତ ବାହାର କରାଯାଇଛି। ସୁରକ୍ଷିତ ଉଦ୍ଧାର ହୋଇଥିବା ୨ ଜଣଙ୍କୁ ସିଭିଲ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଏବେ ସେମାନେ ବିପଦ ମୁକ୍ତ ରହିଥିବା ଡାକ୍ତରମାନେ କହିଥିବା ମୋରଡିଆ ସୂଚନା ଦେଇଛନ୍ତି।

ଘଟଣାରେ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଗଭୀର ଶୋକ ପ୍ରକାଶ କରିଛନ୍ତି। ସେ ମୃତକଙ୍କ ପରିବାର ଲୋକଙ୍କ ପାଇଁ ୪ ଲକ୍ଷ ଓ ଆହତଙ୍କ ପାଇଁ ୨ ଲକ୍ଷ ଟଙ୍କା ଲେଖାଏ ଆର୍ଥିକ ଅନୁଦାନ ଘୋଷଣା କରିଛନ୍ତି।

ଅନ୍ୟପକ୍ଷରେ ଲଗାଣ ବର୍ଷା ଯୋଗୁ ଆଜି ଭୋର ୪ଟାରେ ହଠାତ୍‌ ଗୋଟିଏ ନୋଟିସ୍‌ ଜାରି କରାଯାଇ ରାଜ୍ୟରେ ଥିବା ସ୍କୁଲଗୁଡ଼ିକୁ ଛୁଟି ଘୋଷଣା କରାଯାଇଛି। ଆଜି ଉତ୍ତର ପ୍ରଦେଶର ବିଭିନ୍ନ ରାଜ୍ୟରେ ପ୍ରବଳରୁ ଅତି ପ୍ରବଳ ବର୍ଷାର ମଧ୍ୟ ଆଶଙ୍କା ଥିବା ପାଣିପାଗ ବିଭାଗ କହିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story