ମଲ୍‌ ଭିତରେ ଥିବା କୋଭିଡ୍‌ ହସ୍ପିଟାଲରେ ନିଆଁ: ୯କୁ ବଢ଼ିଲା ମୃତ୍ୟୁସଂଖ୍ୟା

ମୁମ୍ବାଇ: ମହାରାଷ୍ଟ୍ରର ମୁମ୍ବାଇରେ ଥିବା ଗୋଟିଏ କୋଭିଡ୍‌ ହସ୍ପିଟାଲରେ ଭୟଙ୍କର ଅଗ୍ନିକାଣ୍ଡ ଘଟଣାରେ ମୃତ୍ୟୁସଂଖ୍ୟା ୯କୁ ବୃଦ୍ଧି ପାଇଛି। ଭନଦୁପ ସ୍ଥିତ ଡ୍ରମ୍ସ ମଲ୍‌ର ତୃତୀୟ ମହଲାରେ ଥିବା ସନରାଇଜ୍‌ ହସ୍ପିଟାଲରେ ଗତକାଲି ବିଳମ୍ବିତ ରାତିରେ ନିଆଁ ଲାଗିଥିଲା। ଏବେ ବି ହସ୍ପିଟାଲରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି। ପ୍ରଥମେ ୨ ଜଣଙ୍କ ମୃତ୍ୟୁ ଘଟିଥିବା ଖବର ମିଳିଥିଲା। ହେଲେ ଏବେ ହସ୍ପିଟାଲରୁ ଆଉ ୭ ଜଣଙ୍କ ମୃତଦେହ ମିଳିଛି। ଫଳରେ ମୋଟ ମୃତ୍ୟୁସଂଖ୍ୟା ୯ରେ ପହଞ୍ଚିଛି। […]

Hospital

Hospital

Hemant Lenka
  • Published: Friday, 26 March 2021
  • Updated: 26 March 2021, 11:31 AM IST

Sports

Latest News

ମୁମ୍ବାଇ: ମହାରାଷ୍ଟ୍ରର ମୁମ୍ବାଇରେ ଥିବା ଗୋଟିଏ କୋଭିଡ୍‌ ହସ୍ପିଟାଲରେ ଭୟଙ୍କର ଅଗ୍ନିକାଣ୍ଡ ଘଟଣାରେ ମୃତ୍ୟୁସଂଖ୍ୟା ୯କୁ ବୃଦ୍ଧି ପାଇଛି। ଭନଦୁପ ସ୍ଥିତ ଡ୍ରମ୍ସ ମଲ୍‌ର ତୃତୀୟ ମହଲାରେ ଥିବା ସନରାଇଜ୍‌ ହସ୍ପିଟାଲରେ ଗତକାଲି ବିଳମ୍ବିତ ରାତିରେ ନିଆଁ ଲାଗିଥିଲା। ଏବେ ବି ହସ୍ପିଟାଲରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି। ପ୍ରଥମେ ୨ ଜଣଙ୍କ ମୃତ୍ୟୁ ଘଟିଥିବା ଖବର ମିଳିଥିଲା। ହେଲେ ଏବେ ହସ୍ପିଟାଲରୁ ଆଉ ୭ ଜଣଙ୍କ ମୃତଦେହ ମିଳିଛି। ଫଳରେ ମୋଟ ମୃତ୍ୟୁସଂଖ୍ୟା ୯ରେ ପହଞ୍ଚିଛି।

ଉଦ୍ଧାରକାରୀ ଦଳ ଅଗ୍ନିକାଣ୍ଡ ଯୋଗୁ ୯ ଜଣଙ୍କ ମୃତ୍ୟୁ ଘଟିଥିବା କହୁଥିଲେ ହେଁ ହସ୍ପିଟାଲ କିଛି ଅଲଗା କଥା କହିଛି। ନିଆଁ ଲାଗିବା ଯୋଗୁ ନୁହେଁ, ବରଂ କୋଭିଡ ଯୋଗୁ ୯ ଜଣଙ୍କ ମୃତ୍ୟୁ ଘଟିଥିବା ହସ୍ପିଟାଲ କର୍ତ୍ତୃପକ୍ଷ ସଫେଇ ଦେଇଛନ୍ତି।

ସୂଚନା ଅନୁସାରେ, ରାତି ପ୍ରାୟ ୧୨.୩୦ରେ ହସ୍ପିଟାଲରେ ନିଆଁ ଲାଗିଥିଲା। ଖବର ପାଇ ୨୩ଟି ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁଲିଭା କାର୍ଯ୍ୟରେ ଲାଗିଥିଲେ। ସକାଳ ୫.୩୦ ସୁଦ୍ଧା ୨ ଜଣଙ୍କ ମୃତ୍ୟୁ ଘଟିଥିବା କୁହାଯାଇଥିଲା। ହେଲେ ଏବେ ଅଗ୍ନିଶମ ବାହିନୀର ମୁଖ୍ୟ ଅଧିକାରୀ କହିଛନ୍ତି, ଡ୍ରିମ୍ସ ମଲ ଭିତରେ ଥିବା ସନରାଇଜ୍‌ ହସ୍ପିଟାଲରେ ମୋଟ ୭୬ ଜଣ ରୋଗୀ ରହିଥିଲେ।

ଆମେ ପ୍ରଥମେ ଦୁଇ ଜଣ କୋଭିଡ୍‌ ଆକ୍ରାନ୍ତଙ୍କ ମୃତଦେହ ଠାବ କରିଥିଲୁ। ଏବେ ଏହି ସଂଖ୍ୟା ୯କୁ ବୃଦ୍ଧି ପାଇଛି। ୭୬ ଜଣ ରୋଗୀଙ୍କ ମଧ୍ୟରୁ ୭୩ ଜଣ ହେଉଛନ୍ତି କୋଭିଡ୍‌ ଆକ୍ରାନ୍ତ। ହସ୍ପିଟାଲ ମଧ୍ୟରୁ ରୋଗୀଙ୍କୁ ଉଦ୍ଧାର କରି ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

ମୁମ୍ବାଇ ମେୟର କହିଛନ୍ତି, “ହସ୍ପିଟାଲରେ ନିଆଁ କେମିତି ଲାଗିଲା, ତାହା ଜଣାପଡ଼ିନି। ପ୍ରଥମଥର ପାଇଁ ମଲ୍‌ ଭିତରେ ହସ୍ପିଟାଲ ଥିବା ମୁଁ ଦେଖିବାକୁ ପାଇଛି। ହସ୍ପିଟାଲରେ ୭୦ରୁ ଅଧିକ ରୋଗୀ ଥିଲେ। କରୋନା ଆକ୍ରାନ୍ତମାନେ ମଧ୍ୟ ଏଠାରେ ଚିକିତ୍ସିତ ହେଉଥିଲେ। ସେମାନଙ୍କୁ ସ୍ଥାନୀୟ ଫୋରଟିସ୍‌ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos