ମମତାଙ୍କ ସମାଲୋଚକରୁ ଟିଏମସି କ୍ୟାଡର, କେମିତି ଥିଲା ବାବୁଲଙ୍କ ରାଜନୀତିକ କ୍ୟାରିୟର

କୋଲକାତା: ଦିନ ଥଲା ପୂର୍ବତନ କେନ୍ଦ୍ରମନ୍ତ୍ରୀ ବାବୁଲ ସୁପ୍ରିୟୋ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ଜୋରଦାର ସମାଲୋଚନା କରୁଥିଲେ। ଏପରି କି ଟିଏମସିର ଗୁଣ୍ଡାମାନେ ମମତାଙ୍କ ନିର୍ଦ୍ଦେଶରେ ବିଜେପି ନେତା ଓ ତାଙ୍କ ଉପରେ ଆକ୍ରମଣ କରୁଥିବା ଅଭିଯୋଗ କରି ବାବୁଲ ରାଜନୀତିକ ତମ୍ବିତୋଫାନ ସୃଷ୍ଟି କରୁଥିଲେ। ହେଲେ ସମୟ ବଦଳିବା ସହ ବାବୁଲଙ୍କ ଦମ୍ଭ ମଧ୍ୟ ଭାଙ୍ଗିଛି। ପ୍ରଥମେ କେନ୍ଦ୍ରମନ୍ତ୍ରୀ ପଦରୁ ବିଦା ହେବା ପରେ ସେ ରାଜନୀତି କରିବେ ନାହିଁ ବୋଲି ବଡ଼ ଜୋରରେ […]

Babul

Babul

Hemant Lenka
  • Published: Saturday, 18 September 2021
  • Updated: 18 September 2021, 06:14 PM IST

Sports

Latest News

କୋଲକାତା: ଦିନ ଥଲା ପୂର୍ବତନ କେନ୍ଦ୍ରମନ୍ତ୍ରୀ ବାବୁଲ ସୁପ୍ରିୟୋ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ଜୋରଦାର ସମାଲୋଚନା କରୁଥିଲେ। ଏପରି କି ଟିଏମସିର ଗୁଣ୍ଡାମାନେ ମମତାଙ୍କ ନିର୍ଦ୍ଦେଶରେ ବିଜେପି ନେତା ଓ ତାଙ୍କ ଉପରେ ଆକ୍ରମଣ କରୁଥିବା ଅଭିଯୋଗ କରି ବାବୁଲ ରାଜନୀତିକ ତମ୍ବିତୋଫାନ ସୃଷ୍ଟି କରୁଥିଲେ।

ହେଲେ ସମୟ ବଦଳିବା ସହ ବାବୁଲଙ୍କ ଦମ୍ଭ ମଧ୍ୟ ଭାଙ୍ଗିଛି। ପ୍ରଥମେ କେନ୍ଦ୍ରମନ୍ତ୍ରୀ ପଦରୁ ବିଦା ହେବା ପରେ ସେ ରାଜନୀତି କରିବେ ନାହିଁ ବୋଲି ବଡ଼ ଜୋରରେ କହିଥିଲେ। କିନ୍ତୁ ଏବେ ସେ ଯେଉଁ ଟିଏମସିକୁ ସମାଲୋଚନା କରି ଗୁଣ୍ଡା ବାହିନୀ ବୋଲି କହୁଥିଲେ ଆଜି ସେହି ଦଳରେ ମିଶିଛନ୍ତି।

ମମତାଙ୍କ ପ୍ରତି ଲୋକଙ୍କ ଭଲ ପାଇବାକୁ ଦେଖି ସେ ଟିଏମସିର କ୍ୟାଡର ଭାବେ କାର୍ଯ୍ୟ କରିବାକୁ ଚାହୁଁଥିବା କହିଛନ୍ତି। ଏଥିସହ ବିଜେପି ପ୍ରତିଶୋଧର ରାଜନୀତି କରୁଥିବା ବାବୁଲ ପରୋକ୍ଷରେ ସୂଚାଇ ଦେଇଛନ୍ତି। ସେପ୍ଟେମ୍ବର ୩୦ରେ ଭବାନୀପୁର ଉପ ନିର୍ବାଚନ ପାଇଁ ଭୋଟିଂ ହେବ।

ଏଠାରେ ମମତା ନିଜେ ପ୍ରାର୍ଥୀ ହୋଇଛନ୍ତି। ହାଇଭୋଲଟେଜ ଲଢ଼େଇ ପୂର୍ବରୁ ବାବୁଲ ଟିଏମସିରେ ମିଶିବା ଦଳ ପାଇଁ ଆଶୀର୍ବାଦ ସଦୃଶ ହୋଇଛି। ଟିଏମସିରେ ଅନେକ ପ୍ରକାରର ସୁଯୋଗ ଥିବା ମଧ୍ୟ ବାବୁଲ କହିଛନ୍ତି।

ତେବେ ବାବୁଲଙ୍କ ରାଜନୀତିକ କ୍ୟାରିୟର କେମିତି ରହିଛି

ମାର୍ଚ୍ଚ ୨୦୧୪: କଣ୍ଠଶିଳ୍ପୀରୁ ରାଜନେତା ପାଲଟିଥିବା ବାବୁଲ ୨୦୧୪ ଲୋକସଭା ନିର୍ବାଚନର ଠିକ ପୂର୍ବରୁ ବିଜେପିରେ ମିଶିଥିଲେ। ତାଙ୍କୁ ଦଳ ୨୦୧୪ରେ ଆସନସୋଲ ଆସନରୁ ଲୋକସଭା ପ୍ରାର୍ଥୀ କରିଥିଲା। ଏଠାରେ ସେ ଟିଏମସି ହେଭିୱେଟ ଡୋଲ ସେନଙ୍କୁ ୬୦ ହଜାର ଭୋଟରେ ପରାସ୍ତ କରିଥିଲେ।

ବିଜୟ ପରେ କ’ଣ ହେଲା: ୨୦୧୪ ନିର୍ବାଚନରେ ବାବୁଲ ଦମଦାର ବିଜୟ ଲାଭ କରିଥିବାରୁ ତାଙ୍କୁ କେନ୍ଦ୍ରମନ୍ତ୍ରୀ କରାଯାଇଥିଲା। ସେ ନଗର ଉନ୍ନୟନ, ହାଉସିଂ ଓ ଗରିବୀ ଦୂରିକରଣର କେନ୍ଦ୍ର ରାଷ୍ଟ୍ରମନ୍ତ୍ରୀ ଭାବେ କାର୍ଯ୍ୟ ଆରମ୍ଭ କରିଥିଲେ। ମୋଦିଙ୍କ ମନ୍ତ୍ରିମଣ୍ଡଳରେ ବାବୁଲ ସବୁଠାରୁ କନିଷ୍ଠ ମନ୍ତ୍ରୀ ହେବାର ରେକର୍ଡ ସୃଷ୍ଟି କରିଥିଲେ।

୨୦୧୬: ହଠାତ୍‌ ବାବୁଲ ସୁପ୍ରିୟୋଙ୍କ ମନ୍ତ୍ରୀ ପଦ ବଦଳାଇ ଦିଆଯାଇଥିଲା। ତାଙ୍କୁ ଭାରୀ ଶିଳ୍ପ ଓ ପବ୍ଲିକ ଏଣ୍ଟ୍ରପ୍ରାଇଜେସ ବିଭାଗର କେନ୍ଦ୍ର ରାଷ୍ଟ୍ରମନ୍ତ୍ରୀ ଦାୟିତ୍ୱ ମିଳିଥିଲା।

୨୦୧୯ ନିର୍ବାଚନ: ୨୦୧୯ ସାଧାରଣ ନିର୍ବାଚନରେ ବାବୁଲ ଆସନସୋଲ ଆସନରେ ଜଣେ କଡ଼ା ପ୍ରତିଦ୍ୱନ୍ଦ୍ୱୀଙ୍କ ସମ୍ମୁଖୀନ ହୋଇଥିଲେ। ତାଙ୍କ ବିପକ୍ଷରେ ଟିଏମସି ଲୋକପ୍ରିୟ ଅଭିନେତ୍ରୀ ମୁନମୁନ ସେନଙ୍କୁ ପ୍ରାର୍ଥୀ କରିଥିଲେ। ମୁନମୁନ ବାଙ୍କୁରାରେ ୯ଥରର ବିଜୟୀ ହୋଇଥିବା ବାମପନ୍ଥୀ ନେତାଙ୍କୁ ୨୦୧୪ରେ ପରାସ୍ତ କରିଥିଲେ। ତେଣୁ ଆସନସୋଲରେ ବାବୁଲ କଡ଼ା ଚ୍ୟାଲେଞ୍ଜର ସମ୍ମୁଖୀନ ହେବେ ବୋଲି ଆଶା କରାଯାଉଥିଲା।

କିନ୍ତୁ ବାବୁଲ ତାଙ୍କୁ ବିଶାଳ ଭୋଟ ବ୍ୟବଧାନରେ ପରାସ୍ତ କରିଥିଲେ। ଏଥିସହ ବିଜେପି ବେଙ୍ଗଲରେ ରେକର୍ଡ ୧୮ଟି ଆସନ ମଧ୍ୟ ୨୦୧୯ରେ ଜିତିବାକୁ ସକ୍ଷମ ହୋଇଥିଲା।

୨୦୧୯ ମେ’: ମୋଦି ସରକାରଙ୍କ ୨.୦ ସରକାରେ ବାବୁଲଙ୍କୁ ପରିବେଶ, ଜଙ୍ଗଲ ଓ ଜଳବାୟୁ ପରିବର୍ତ୍ତନର ରାଷ୍ଟ୍ରମନ୍ତ୍ରୀ ଦାୟିତ୍ୱ ମିଳିଥିଲା।

୨୦୨୧ ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ: ବାବୁଲ ସାଂସଦ ହୋଇଥିଲେ ମଧ୍ୟ ତାଙ୍କୁ ବିଜେପି Tollygunge ଆସନକୁ ପ୍ରାର୍ଥୀ କରିଥିଲା। କିନ୍ତୁ ଏଠାରେ ତାଙ୍କୁ ପରାସ୍ତ ହେବାକୁ ପଡ଼ିଥିଲା। ବାବୁଲ କେବଳ ହାରି ନଥିଲେ ମମତା ବାନାର୍ଜୀ ମଧ୍ୟ ପୁଣିଥରେ ବେଙ୍ଗଲରେ କ୍ଷମତା ଦଖଲ କରିଥିଲେ।

୨୦୨୧ ଜୁଲାଇ ୭: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କ କ୍ୟାବିନେଟ ଅଦଳବଦଳ କରିଥିଲେ। ଏହି ସମୟରେ ବାବୁଲ ସୁପ୍ରିୟୋ ମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିବା କଥା ଫେସବୁକରେ ଘୋଷଣା କରିଥିଲେ।

୨୦୨୧ ଜୁଲାଇ ୩୧: ବାବୁଲ ସୁପ୍ରିୟୋ ସାଂସଦ ପଦରୁ ଇସ୍ତଫା ଦେବା କଥା କହିଥିଲେ। ଏଥିସହ ରାଜନୀତିରୁ ସନ୍ନ୍ୟାସ ମଧ୍ୟ ଘୋଷଣା କରିଥିଲେ।

୨୦୨୧ ସେପ୍ଟେମ୍ବର ୧୮: ନିଜ ରାଜନୀତିକ ସନ୍ନ୍ୟାସ ଘୋଷଣା ନିଷ୍ପତ୍ତିକୁ ପରିବର୍ତ୍ତନ କରି ବାବୁଲ ସୁପ୍ରିୟୋ ବିଧିବଦ୍ଧ ଭାବେ ମମତାଙ୍କ ଟିଏମସିରେ ଯୋଗଦେଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story