ମାଗଣାରେ ମିଳୁଛି ପେଟ୍ରୋଲ୍

ଚେନ୍ନାଇ: ଭାରତରେ ପେଟ୍ରୋଲ ଦର ଆକାଶଛୁଆଁ ଥିଲା ବେଳେ ଏହାରି ଭିତରେ ଆସିଛି ଏକ ଖୁସି ଖବର। କିନ୍ତୁ ଏ ଖବରଟି ଆମ ରାଜ୍ୟ ଓଡ଼ିଶାରେ ନୁହଁ। ସୁଦୂର ତାମିଲନାଡୁରୁ ଆସିଛି ଏହି ଖୁସି ଖବର। ତାହେଲେ ମହଙ୍ଗା ମାଡ଼ ଭିତରେ ପେଷି ହେଉଥିବା ସାଧାରଣ ଲୋକଟିଏ ପାଇଁ କ’ଣ ସେହି ଖୁସି ଖବର। ଆସନ୍ତୁ ନଜର ପକାଇବା ପୂରା ଖବର ଉପରେ। ତାମିଲନାଡୁ ରାଜ୍ୟର କାଞ୍ଚିପୁରମ ଜିଲ୍ଲାରେ ଏକ ପ୍ରାଇଭେଟ୍ କମ୍ପାନୀ ମାଗଣାରେ ଦେଉଛି ୧ […]

petrol-pump

Ranjit Kumar Jena
  • Published: Saturday, 11 September 2021
  • , Updated: 11 September 2021, 09:21 PM IST

ଚେନ୍ନାଇ: ଭାରତରେ ପେଟ୍ରୋଲ ଦର ଆକାଶଛୁଆଁ ଥିଲା ବେଳେ ଏହାରି ଭିତରେ ଆସିଛି ଏକ ଖୁସି ଖବର। କିନ୍ତୁ ଏ ଖବରଟି ଆମ ରାଜ୍ୟ ଓଡ଼ିଶାରେ ନୁହଁ। ସୁଦୂର ତାମିଲନାଡୁରୁ ଆସିଛି ଏହି ଖୁସି ଖବର। ତାହେଲେ ମହଙ୍ଗା ମାଡ଼ ଭିତରେ ପେଷି ହେଉଥିବା ସାଧାରଣ ଲୋକଟିଏ ପାଇଁ କ’ଣ ସେହି ଖୁସି ଖବର। ଆସନ୍ତୁ ନଜର ପକାଇବା ପୂରା ଖବର ଉପରେ।

ତାମିଲନାଡୁ ରାଜ୍ୟର କାଞ୍ଚିପୁରମ ଜିଲ୍ଲାରେ ଏକ ପ୍ରାଇଭେଟ୍ କମ୍ପାନୀ ମାଗଣାରେ ଦେଉଛି ୧ ଲିଟର୍ ପେଟ୍ରୋଲ୍। ଏଥିପାଇଁ ଲୋକଙ୍କୁ ଦେବାକୁ ପଡ଼ିବ ଆଧାର ଓ ପ୍ୟାନ୍ କାର୍ଡର ସବିଶେଷ ତଥ୍ୟ। ଏହି ଖବର ପ୍ରସାରିତ ହେବା ପରେ ଉତ୍ତିରାମିରରେ ଥିବା ପେଟ୍ରୋଲ୍ ପମ୍ପରେ ପ୍ରବଳ ଭିଡ଼ ଦେଖିବାକୁ ମିଳିଥିଲା। ଲୋକମାନେ ଆଧାର ଓ ପ୍ୟାନ୍ କାର୍ଡର ଜେରକ୍ସ କପି ଧରି ମାଗଣା ପେଟ୍ରୋଲ୍ ଲିଟର୍ ନେବା ପାଇଁ ଦୀର୍ଘ ସମୟ ଧରି ଠିଆ ହୋଇଥିଲେ।

ଶ୍ରୀରାମ ଭେହିକଲ୍ କର୍ମସିଆଲ୍ ଫାଇନାନ୍ସ କମ୍ପାନୀ ଆଧାର ଓ ପ୍ୟାନ୍ ବଦଳରେ ଏପରି ଅଫର୍ ଦେଇଥିଲା। ଆଉ ଲୋକମାନେ ପୂରା ଘଟଣା ତର୍ଜମା ନକରି ଫାଇଦା ମଧ୍ୟ ଉଠାଇଥିଲେ। ତେବେ ଏଠି ପ୍ରଶ୍ନ ଉଠୁଛି, ସଂପୃକ୍ତ ଫାଇନାନ୍ସ କମ୍ପାନୀ କାହିଁକି ଏପରି ଅଫର୍ ଦେଲା? ଏହା ତାଙ୍କ କମ୍ପାନୀର ପ୍ରମୋସନ୍ ନା ଅନ୍ୟ କିଛି ଉଦ୍ଦେଶ୍ୟ, ତାହା ଏପର୍ଯ୍ୟନ୍ତ ଜଣାପଡ଼ିନାହିଁ।

ସୂଚନାରୁ ପ୍ରକାଶ, ସମଗ୍ର ଦେଶରେ ପେଟ୍ରୋଲ୍ ଦର ବଢ଼ୁଥିବା ବେଳେ ତାମିଲନାଡୁ ପ୍ରଥମଥର ଲାଗି ଲିଟର୍ ପିଛା ୩ ଟଙ୍କା ହ୍ରାସ କରିଥିଲା। ରାଜ୍ୟ ସରକାର ନିଜସ୍ୱ ଟିକସରୁ ଏହି ଦର କମାଇଥିଲା। ଏଥିପାଇଁ ରାଜ୍ୟ ବାର୍ଷିକ ୧୧୬୦ କୋଟି ଟଙ୍କାର କ୍ଷତି ସହିବ ବୋଲି ଅର୍ଥମନ୍ତ୍ରୀ ପଲାନିଭେଲ୍ ଥିଆଗା ରଞ୍ଜନ କହିଛନ୍ତି।

Related story