ସୁଶାନ୍ତଙ୍କ ମୃତ୍ୟୁକୁ ନେଇ ମୁହଁ ଖୋଲିଲେ ଆଦିତ୍ୟ ଠାକରେ, କହିଲେ ମୋତେ…

ମୁମ୍ବାଇ: ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁ ନେଇ ମୁହଁ ଖୋଲିଛନ୍ତି ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ ପୁଅ ତଥା ମହାରାଷ୍ଟ୍ର ମନ୍ତ୍ରୀ ଆଦିତ୍ୟ ଠାକରେ। ସେ କହିଛନ୍ତି, ମୁଁ ସୁଶାନ୍ତଙ୍କ ମୃତ୍ୟୁ ଘଟଣାରେ ଆଦୌ ଜଡ଼ିତ ନାହିଁ। ବର୍ତ୍ତମାନ ପଙ୍କିଳ ରାଜନୀତି କରାଯାଉଛି। ମୁଁ ୩୪ ବର୍ଷୀୟ ସୁଶାନ୍ତଙ୍କ ମୃତ୍ୟୁ ଘଟଣାରେ ସଂପୃକ୍ତ ଥିବା ନେଇ ଯେଉଁ ଚର୍ଚ୍ଚା କରାଯାଉଛି, ତାହା ସଂପୂର୍ଣ୍ଣ ମିଛ।

ସୋଶାଲ ମିଡିଆରେ କିଛି ଲୋକ ଆଦିତ୍ୟ ଠାକରେ ଅଭିନେତା ସୁଶାନ୍ତଙ୍କ ମୃତ୍ୟୁ ସହ ଜଡ଼ିତ ବୋଲି ଅଭିଯୋଗ କରିଥିଲେ। ଏବେ ଆଦିତ୍ୟ ଟ୍ୱିଟ କରି ଏହାର ଜବାବ ରଖିଛନ୍ତି। ସେ କହିଛନ୍ତି, “କିଛି ଲୋକ ଅଯଥାରେ ସୁଶାନ୍ତଙ୍କ ମୃତ୍ୟୁକୁ ନେଇ ମୋତେ ଓ ଠାକରେ ପରିବାରକୁ ବଦନାମ କରିବାକୁ ଚେଷ୍ଟା କରୁଛନ୍ତି। ରାଜନୀତିରେ ବିଫଳ ହୋଇଥିବାରୁ କିଛି ଲୋକ ଏହାର ରାଗ ଶୁଝାଇବାକୁ ଏଭଳି କରୁଛନ୍ତି।

ମୃତ୍ୟୁକୁ ନେଇ ଏଭଳି ରାଜନୀତି କରିବା ମାନବିକତା ବିରୋଧୀ। ମୁଁ ଏହି ମାମଲା ସହ ଆଦୌ ଜଡ଼ିତ ନୁହେଁ। ବଲିଉଡ ମୁମ୍ବାଇର ଆଭ୍ୟନ୍ତରୀଣ ବ୍ୟାପାର ଓ ଏହା ଅନେକ ଲୋକଙ୍କୁ ନିଯୁକ୍ତି ଦେଇଛି। ମୋର ବଲିଉଡର ଅନେକ ଲୋକଙ୍କ ସହ ଭଲ ସମ୍ପର୍କ ରହିଛି। କିନ୍ତୁ ଏହା କୌଣସି ଅପରାଧ ନୁହେଁ।

ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁ ଦୁର୍ଭାଗ୍ୟଜନକ ଓ ଆଶ୍ଚର୍ଯ୍ୟଜନକ। ମୁମ୍ବାଇ ପୁଲିସ୍‌ର ତଦନ୍ତ ବିଶ୍ୱ ସ୍ତରରେ ପରିଚୟ ହାସଲ କରିଛି। କିନ୍ତୁ ଯେଉଁମାନଙ୍କର ଆଇନ ଉପରେ ଭରସା ନାହିଁ ସେମାନେ ଅଯଥା ଦ୍ୱନ୍ଦ୍ୱ ସୃଷ୍ଟି କରୁଛନ୍ତି। ମୁଁ ବାଲାସାହେବ ଠାକରେଙ୍କ ନାତି।

ମୁଁ ଏମିତି କିଛି କରିବି ନାହିଁ, ଯାହା ତାଙ୍କ ଛବିକୁ ଖରାପ କରିବ। ଯେଉଁମାନେ ଅଭିଯୋଗ ଆଣୁଛନ୍ତି ସେମାନେ ଆଗକୁ ଆସି ପ୍ରମାଣ ଉପସ୍ଥାପନ କରିବା ଦରକାର। କିନ୍ତୁ ସେମାନେ କେବଳ ଅଭିଯୋଗ ଆଣି ଯଦି ଠାକରେ ପରିବାର କିମ୍ବା ସରକାରଙ୍କୁ ବଦନାମ କରିବାକୁ ଚାହୁଁଛନ୍ତି, ସେମାନେ ସଂପୂର୍ଣ୍ଣ ଭୁଲ ଭାବୁଛନ୍ତି।”

ଆହୁରି ପଢ଼ନ୍ତୁ

ପର୍ଯ୍ୟଟକଙ୍କ ପାଇଁ ଆଜିଠୁ ଖୋଲିଲା ତାଜମହଲ

ସୁପର୍‌ ଓଭରରେ ବାଜି ମାରିନେଲା ଦିଲ୍ଲୀ କ୍ୟାପିଟାଲ୍ସ

ଆଜିଠୁ ଏହି ସବୁ ରାଜ୍ୟରେ ଖୋଲିବ ସ୍କୁଲ; ନିଜ ଇଚ୍ଛାରେ ଆସିବେ ପିଲା

ସୁଶାନ୍ତ ସିଂ ମୃତ୍ୟୁ ମାମଲା, ଜୟା ଓ ଶ୍ରୁତିଙ୍କୁ ସମନ୍ କଲା ଏନସିବି

ପାରମ୍ପରିକ ଠାରୁ ଅଲଗା ହେବ ଅଯୋଧ୍ୟାର ମସଜିଦ୍

୨୦୨୨ ସୁଦ୍ଧା ଅଭିବୃଦ୍ଧି ହାର ୧୯% ବଢ଼ିବ ବୋଲି ଆକଳନ କଲା କେନ୍ଦ୍ର

ଭାରତ ବିରୋଧରେ ୧୯୬୨ ନୀତି ଆପଣାଉଛି ଚୀନ୍!

ଡୋମିକିଲ ସାର୍ଟିଫିକେଟ ପାଇଁ ବଢ଼ୁଛି ଆବେଦନକାରୀଙ୍କ ସଂଖ୍ୟା

ପିଭିସି ପାଇପରେ ଡ୍ରଗ୍ସ ପଠାଇଥାନ୍ତା ପାକିସ୍ତାନ, ଯୋଜନା ପଣ୍ଡ କଲା ବିଏସଏଫ୍

ଦିଲ୍ଲୀ କ୍ୟାପିଟାଲ୍ସକୁ ଝଟକା: ଆହତ ଯୋଗୁ ବାଦ୍ ପଡ଼ିଲେ ଇଶାନ୍ତ ଶର୍ମା

କରୋନା ଲଢ଼େଇରେ ବିଜୟୀ ହେଲେ ଶତାୟୁ ମହିଳା

ରାଜ୍ୟସଭାରେ କୃଷି ବିଲ୍ ପାରିତ: ରୁଲ୍ ବୂୁକ୍ ଚିରିଲେ, ମାଇକ ଭାଙ୍ଗିଲେ ବିରୋଧୀ