ପଞ୍ଜାବରେ କିଏ ହେବେ ଆପ୍‌ର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ?

ଅମୃତସର: ଆସନ୍ତା ଫେବୃଆରୀ ୨୦ରେ ପଞ୍ଜାବ ବିଧାନସଭା ନିର୍ବାଚନ ପାଇଁ ଭୋଟ ପଡ଼ିବ। କଂଗ୍ରେସକୁ କ୍ଷମତାରୁ ହଟାଇ ଆମ ଆଦମୀ ପାର୍ଟି(ଆପ୍‌) ରାଜ୍ୟରେ ଶାସନ ଦଖଲ କରିବାକୁ ଫୁଲଦମରେ ଲାଗି ପଡ଼ିଛି। ଦଳର ଆବାହକ ତଥା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଘନଘନ ପଞ୍ଜାବ ଗସ୍ତରେ ଯାଇ ପ୍ରଚାର ବି କରୁଛନ୍ତି। ହେଲେ ଏଯାଏ ପଞ୍ଜାବରେ ଆପ୍‌ର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ କିଏ ହେବେ, ତା’କୁ ନେଇ ସସପେନ୍ସ ଜାରି ରହିଛି। ଲୋକଙ୍କ ମତାମତ ପରେ କେଜ୍ରିୱାଲ ତାଙ୍କ […]

aap

aap

Hemant Lenka
  • Published: Monday, 17 January 2022
  • Updated: 17 January 2022, 08:25 PM IST

ଅମୃତସର: ଆସନ୍ତା ଫେବୃଆରୀ ୨୦ରେ ପଞ୍ଜାବ ବିଧାନସଭା ନିର୍ବାଚନ ପାଇଁ ଭୋଟ ପଡ଼ିବ। କଂଗ୍ରେସକୁ କ୍ଷମତାରୁ ହଟାଇ ଆମ ଆଦମୀ ପାର୍ଟି(ଆପ୍‌) ରାଜ୍ୟରେ ଶାସନ ଦଖଲ କରିବାକୁ ଫୁଲଦମରେ ଲାଗି ପଡ଼ିଛି। ଦଳର ଆବାହକ ତଥା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଘନଘନ ପଞ୍ଜାବ ଗସ୍ତରେ ଯାଇ ପ୍ରଚାର ବି କରୁଛନ୍ତି।

ହେଲେ ଏଯାଏ ପଞ୍ଜାବରେ ଆପ୍‌ର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ କିଏ ହେବେ, ତା’କୁ ନେଇ ସସପେନ୍ସ ଜାରି ରହିଛି। ଲୋକଙ୍କ ମତାମତ ପରେ କେଜ୍ରିୱାଲ ତାଙ୍କ ଦଳର ମୁଖ୍ୟମନ୍ତ୍ରୀ ଘୋଷଣା କରିବେ ବୋଲି କହିଥିଲେ। ଏଥିପାଇଁ ଗୋଟିଏ ନମ୍ବର ମଧ୍ୟ ଜାରି କରାଯାଇଥିଲା।

ଦଳୀୟ ସୂଚନା ଅନୁଯାୟୀ, ପ୍ରାୟ ୨୦ ଲକ୍ଷ ଲୋକ ସେମାନଙ୍କ ପସନ୍ଦର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀଙ୍କ ନାଁ ଆପ୍‌ ପାଖକୁ ପଠାଇଛନ୍ତି। ଏହାକୁ ଆଧାର କରି ଆସନ୍ତାକାଲି କେଜ୍ରିୱାଲ ପଞ୍ଜାବ ପାଇଁ ଦଳୀୟ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀଙ୍କ ନାଁ ଘୋଷଣା କରିପାରନ୍ତି। କାରଣ କାଲି କେଜ୍ରିୱାଲ ପଞ୍ଜାବରେ ପ୍ରଚାର ପାଇଁ ଯାଉଛନ୍ତି।

ଏହି ସମୟରେ ସେ ସାମ୍ବାଦିକ ସମ୍ମିଳନୀ କରି ମୁଖ୍ୟମନ୍ତ୍ରୀ ପ୍ରାର୍ଥୀଙ୍କ ନାଁ ଘୋଷଣା କରିବେ। ଆପ୍‌ ପକ୍ଷରୁ ଆସନ୍ତାକାଲି ଦିନ ୧୨ଟାରେ ମୋହାଲି ଠାରେ ସାମ୍ବାଦିକ ସମ୍ମିଳନୀ ଡକା ଯାଇଛି।

ଏବେ ପଞ୍ଜାବରେ ମୁଖ୍ୟ ବିରୋଧୀ ଦଳ ଭାବେ କାର୍ଯ୍ୟ କରୁଥିବା ଆପ୍‌ ୨୦୧୭ ବିଧାନସଭା ନିର୍ବାଚନରେ ୧୭ଟି ଆସନ ଦଖଲ କରିଥିଲା। ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ସମ୍ପର୍କରେ ଆପ୍‌ ନେତା ହରପାଲ ସିଂହ ଚୀମା କହିଛନ୍ତି, “୯୬ ଘଣ୍ଟା ମଧ୍ୟରେ ଦଳ ପାଖକୁ ପ୍ରାୟ ୨୦ ଲକ୍ଷ ଲୋକଙ୍କ ମେସେଜ ଆସିଛି। ଏହା ମଧ୍ୟରୁ ପ୍ରାୟ ୬.୫ ଲକ୍ଷ ଲୋକ ହ୍ୱାଟସଆପ, ୨.୨୫ ଲକ୍ଷ ଲୋକ ଏସଏମଏସ୍‌ ଓ ୮ ଲକ୍ଷରୁ ଅଧିକ ଲୋକ ଭୟସ କଲ୍‌ ମାଧ୍ୟମରେ କାହାକୁ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ କରାଯିବ, ସେ ବିଷୟରେ ନିଜର ମତାମତ ରଖିଛନ୍ତି। ଏହାକୁ ଆଧାର କରି ଆପ୍‌ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀଙ୍କ ନାଁ ଘୋଷଣା କରିବ।”

ଅନ୍ୟପକ୍ଷରେ ପଞ୍ଜାବର ଆପ୍‌ ମୁଖ୍ୟ ତଥା ଲୋକସଭା ସାଂସଦ ଭଗବନ୍ତ ସିଂହ ମାନ୍ନ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ହେବା ଦୌଡ଼ରେ ସବୁଠାରୁ ଆଗରେ ଅଛନ୍ତି। ଏହାବାଦ ଆଉ କିଛି ନେତାଙ୍କ ନାଁ ମଧ୍ୟ ଚର୍ଚ୍ଚା ହେଉଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos