ରାଷ୍ଟ୍ରପତି ନିର୍ବାଚନ: ଯଶୱନ୍ତ ସିହ୍ନାଙ୍କୁ ସମର୍ଥନ ଘୋଷଣା କଲା ଆପ୍‌

ନୂଆଦିଲ୍ଲୀ: ଆସନ୍ତା ୧୮ ତାରିଖରେ ଅନୁଷ୍ଠିତ ହେବ ରାଷ୍ଟ୍ରପତି ନିର୍ବାଚନ। ଏହି ନିର୍ବାଚନରେ ବିରୋଧର ମେଣ୍ଟର ପ୍ରାର୍ଥୀ ଯଶୱନ୍ତ ସିହ୍ନାଙ୍କୁ ସମର୍ଥନ କରିବ ଅରବିନ୍ଦ କେଜ୍ରିୱାଲଙ୍କ ଆମ ଆଦମୀ ପାର୍ଟି। ଆଜି ଆପ୍‌ ପକ୍ଷରୁ ବିଧିବଦ୍ଧ ଭାବେ ଏହି ଘୋଷଣା କରାଯାଇଛି। ଶ୍ରୀ ସିହ୍ନାଙ୍କ ଲଢ଼େଇ ଏନଡିଏ ପ୍ରାର୍ଥୀ ତଥା ଓଡ଼ିଆ ଝିଅ ଦ୍ରୌପଦୀ ମୁର୍ମୁଙ୍କ ସହ ହେବ। ମୁର୍ମୁଙ୍କ ସହ ଅନେକ ଅଣ ଏନଡିଏ ଦଳ ଥିବାରୁ ସେ ରାଷ୍ଟ୍ରପତି ନିର୍ବାଚନ ଜିତିବା ଏକ ପ୍ରକାରର […]

Yashwant-Sinha

Yashwant-Sinha

Hemant Lenka
  • Published: Saturday, 16 July 2022
  • Updated: 16 July 2022, 02:08 PM IST

Sports

Latest News

ନୂଆଦିଲ୍ଲୀ: ଆସନ୍ତା ୧୮ ତାରିଖରେ ଅନୁଷ୍ଠିତ ହେବ ରାଷ୍ଟ୍ରପତି ନିର୍ବାଚନ। ଏହି ନିର୍ବାଚନରେ ବିରୋଧର ମେଣ୍ଟର ପ୍ରାର୍ଥୀ ଯଶୱନ୍ତ ସିହ୍ନାଙ୍କୁ ସମର୍ଥନ କରିବ ଅରବିନ୍ଦ କେଜ୍ରିୱାଲଙ୍କ ଆମ ଆଦମୀ ପାର୍ଟି। ଆଜି ଆପ୍‌ ପକ୍ଷରୁ ବିଧିବଦ୍ଧ ଭାବେ ଏହି ଘୋଷଣା କରାଯାଇଛି। ଶ୍ରୀ ସିହ୍ନାଙ୍କ ଲଢ଼େଇ ଏନଡିଏ ପ୍ରାର୍ଥୀ ତଥା ଓଡ଼ିଆ ଝିଅ ଦ୍ରୌପଦୀ ମୁର୍ମୁଙ୍କ ସହ ହେବ। ମୁର୍ମୁଙ୍କ ସହ ଅନେକ ଅଣ ଏନଡିଏ ଦଳ ଥିବାରୁ ସେ ରାଷ୍ଟ୍ରପତି ନିର୍ବାଚନ ଜିତିବା ଏକ ପ୍ରକାରର ନିଶ୍ଚିତ ହୋଇଛି।

ଆପ ରାଷ୍ଟ୍ରପତି ନିର୍ବାଚନରେ ଯଶୱନ୍ତ ସିହ୍ନାଙ୍କୁ ସମର୍ଥନ କରିବ ବୋଲି ଦଳର ରାଜ୍ୟସଭା ସାଂସଦ ସଞ୍ଜୟ ରାଉତ ଘୋଷଣା କରିଛନ୍ତି। ସେ କହିଛନ୍ତି, “ଦ୍ରୌପଦୀ ମୁର୍ମୁଙ୍କ ପ୍ରତି ଆମର ସମ୍ମାନ ରହିଛି। ହେଲେ ଆମ ଦଳ ଯଶୱନ୍ତ ସିହ୍ନାଙ୍କୁ ସମର୍ଥନ କରିବାକୁ ନିଷ୍ପତ୍ତି ନେଇଛି।” ଆପ ଏକମାତ୍ର ଅଣ ବିଜେପି ଓ ଅଣ କଂଗ୍ରେସ ଦଳ ଯିଏ ଦିଲ୍ଲୀ ଏବଂ ପଞ୍ଜାବରେ ସରକାର ଗଠନ କରିଛି।

ଲୋକସଭାରେ ଆପ୍‌ର କୌଣସି ସାଂସଦ ନାହାନ୍ତି। କିନ୍ତୁ ଦଳ ପାଖରେ ୧୦ ଜଣ ରାଜ୍ୟସଭା ସାଂସଦ ରହିଛନ୍ତି। ଏମାନଙ୍କ ମଧ୍ୟରୁ ୩ ଜଣ ଦିଲ୍ଲୀରୁ ରାଜ୍ୟସଭାକୁ ଯାଇଛନ୍ତି। ସେହିପରି ଆପ୍‌ ପାଖରେ ମୋଟ ୧୫୬ ଜଣ ବିଧାୟକ ରହିଛନ୍ତି। ଦଳ ପଞ୍ଜାବରେ ୯୨ଟି ଆସନ ଜିତିଥିବା ବେଳେ ଦିଲ୍ଲୀରେ ୬୨ ଓ ଗୋଆରେ ୨ଟି ଆସନ ଦଖଲ କରିଥିଲା। ଯଶୱନ୍ତ ସିହ୍ନାଙ୍କ ପ୍ରାର୍ଥିତ୍ୱକୁ କଂଗ୍ରେସ ସମେତ, ଟିଏମସି, ଟିଆରଏସ୍‌ ଓ ସପା ଭଳି ଦଳ ସମର୍ଥନ କରିଛନ୍ତି।

ଅନ୍ୟପକ୍ଷରେ ଦ୍ରୌପଦୀ ମୁର୍ମୁ ନାମାଙ୍କନ ଦାଖଲ କରିବା ବେଳେ ତାଙ୍କ ସମର୍ଥନରେ ୫୦%ରୁ କମ ଭୋଟ ରହିଥିଲା। ହେଲେ ବିଜେଡି, ୱାଇଏସ୍‌ଆର କଂଗ୍ରେସ, ଜେଏମଏମ, ବିଏସ୍‌ପି, ଶିବସେନା, ଏଆଇଏଡିଏମକେ, ଅକାଳୀ, ଟିଡିପି, ଜେଡିୟୁ ଓ ଜେଡିଏସ ଭଳି ଦଳ ପକ୍ଷରୁ ତାଙ୍କ ପ୍ରାର୍ଥିତ୍ୱକୁ ସମର୍ଥନ କରାଯାଇଛି। ଏହାକୁ ମିଶାଇଲେ ତାଙ୍କ ସପକ୍ଷରେ ବର୍ତ୍ତମାନ ସୁଦ୍ଧା ୬୦%ରୁ ଅଧିକ ଭୋଟ ହୋଇ ସାରିଲାଣି।

ଯଦି ରାଷ୍ଟ୍ରପତି ନିର୍ବାଚନରେ ଶ୍ରୀମତୀ ମୁର୍ମୁ ଜିତନ୍ତି, ତା’ହେଲେ ସେ ପ୍ରଥମ ଆଦିବାସୀ ମହିଳା ଭାବେ ଦେଶର ସର୍ବୋଚ୍ଚ ପଦ ଅଧିକାର କରିବାର ଗୌରବ ହାସଲ କରିବେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story