ନୂଆ ଟ୍ୱିଷ୍ଟ: ଅଖିଲେଶଙ୍କ ସହ ମେଣ୍ଟ କରିବେନି ଆଜାଦ

ଲକ୍ଷ୍ନୌ: ଶେଷ ମୁହୂର୍ତ୍ତରେ ବିରୋଧୀ ମେଣ୍ଟରେ ନୂଆ ଟ୍ୱିଷ୍ଟ ଦେଖିବାକୁ ମିଳିଛି। ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନ ବେଳେ ଅଖିଲେଶ ଯାଦବ ଓ ଭୀମ ଆର୍ମି ମୁଖ୍ୟ ଚନ୍ଦ୍ରଶେଖର ଆଜାଦ ମେଣ୍ଟ କରିବେ ବୋଲି ଖବର ପ୍ରକାଶ ପାଇଥିଲା। ହେଲେ ଏବେ ମେଣ୍ଟରେ ଫାଟ ଦେଖିବାକୁ ମିଳିଛି। ନିଜେ ଆଜାଦ ସାମ୍ବାଦିକ ସମ୍ମିଳନୀ କରି ତାଙ୍କ ଦଳ ସମାଜବାଦୀ ପାର୍ଟିର ମେଣ୍ଟରେ ସାମିଲ ହେଉ ନଥିବା ସ୍ପଷ୍ଟ କରିଛନ୍ତି। ଏଥିସହ ଅଖିଲେଶ ଦଳିତମାନଙ୍କୁ ନିଜ ସହ ସାମିଲ […]

azad

azad

Hemant Lenka
  • Published: Saturday, 15 January 2022
  • Updated: 15 January 2022, 11:43 AM IST

Sports

Latest News

ଲକ୍ଷ୍ନୌ: ଶେଷ ମୁହୂର୍ତ୍ତରେ ବିରୋଧୀ ମେଣ୍ଟରେ ନୂଆ ଟ୍ୱିଷ୍ଟ ଦେଖିବାକୁ ମିଳିଛି। ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନ ବେଳେ ଅଖିଲେଶ ଯାଦବ ଓ ଭୀମ ଆର୍ମି ମୁଖ୍ୟ ଚନ୍ଦ୍ରଶେଖର ଆଜାଦ ମେଣ୍ଟ କରିବେ ବୋଲି ଖବର ପ୍ରକାଶ ପାଇଥିଲା। ହେଲେ ଏବେ ମେଣ୍ଟରେ ଫାଟ ଦେଖିବାକୁ ମିଳିଛି।

ନିଜେ ଆଜାଦ ସାମ୍ବାଦିକ ସମ୍ମିଳନୀ କରି ତାଙ୍କ ଦଳ ସମାଜବାଦୀ ପାର୍ଟିର ମେଣ୍ଟରେ ସାମିଲ ହେଉ ନଥିବା ସ୍ପଷ୍ଟ କରିଛନ୍ତି। ଏଥିସହ ଅଖିଲେଶ ଦଳିତମାନଙ୍କୁ ନିଜ ସହ ସାମିଲ କରିବାକୁ ଚାହୁଁ ନଥିବା ଶ୍ରୀ ଆଜାଦ ଅଭିଯୋଗ କରିଛନ୍ତି।

କିଛି ଘଣ୍ଟା ପୂର୍ବରୁ ଚନ୍ଦ୍ରଶେଖରଙ୍କ ଆଜାଦ ସମାଜ ପାର୍ଟି ଓ ଅଖିଲେଶଙ୍କ ସମାଜବାଦୀ ପାର୍ଟି ମେଣ୍ଟ କରିବେ ବୋଲି ସୂଚନା ମିଳିଥିଲା। ମେଣ୍ଟ ପାଇଁ ସବୁ ପ୍ରକାରର ଡିଲ୍‌ ଶେଷ ହୋଇଥିବା ନିଜେ ଆଜାଦ କହିଥିଲେ। ଏଥିସହ ଦିନ ୧୨.୩୦ରେ ସାମ୍ବାଦିକ ସମ୍ମିଳନୀ ହେବ ବୋଲି କୁହାଯାଇଥିଲା। ହେଲେ ଏହା ପୂର୍ବରୁ ପୂରା ଘଟଣାରେ ଟ୍ୱିଷ୍ଟ ଆସିଛି। ସପା ମେଣ୍ଟରେ ଆଜାଦ ସାମିଲ ହେଉ ନଥିବା କହିଛନ୍ତି।

ସେ କହିଛନ୍ତି, “୬ ମାସ ହେଲାଣି ମୁଁ ବହୁଜନ ସାମଜକୁ ଏକାଠି କରି ଅଖିଲେଶ ଯାଦବଙ୍କ ସହ ମିଟିଂ କରିଥିଲି। ଦୁଇ ଦିନ ହେଲା ଅଖିଲେଶଙ୍କୁ ଦେଖା କରିବାକୁ ମୁଁ ଲକ୍ଷ୍ନୌରେ ଅଛି। ଅଖିଲେଶ ଯାଦବଙ୍କ ଉପରେ ମୁଁ ମେଣ୍ଟର ସବୁ ଦାୟିତ୍ୱ ଛାଡ଼ିଥିଲି। ସେ ମୋତେ ଫୋନ ନ କରି ଅପମାନିତ କରିଛନ୍ତି।

ଆମ ନେତାମାନେ ସମାଜବାଦୀ ପାର୍ଟିରେ ଯୋଗଦେବେ ବୋଲି ମୋ ଲୋକମାନେ ଭୟ କରୁଛନ୍ତି। ଅଖିଲେଶ ଯାଦବ ଦଳିତଙ୍କୁ ଚାହୁଁ ନାହାନ୍ତି। ସେ କେବଳ ଦଳିତ ଭୋଟ ବ୍ୟାଙ୍କ ଚାହୁଁଛନ୍ତି। ଅଖିଲେଶ ଯାଦବ ସାମାଜିକ ନ୍ୟାୟର ଅର୍ଥକୁ ବୁଝନ୍ତି ନାହିଁ। ଦଳିତଙ୍କ ପ୍ରସଙ୍ଗରେ ସେ ନୀରବ।

ବହୁଜନ ସମାଜକୁ ଅଖିଲେଶ ନିରାଶ କରିଛନ୍ତି। ମେଣ୍ଟ ପାଇଁ ମୁଁ ଚେଷ୍ଟା କରିଥିଲି। ହେଲେ ଶେଷ ମୁହୂର୍ତ୍ତରେ ଏହା ସମ୍ଭବ ହୋଇପାରିନି। ବିଜେପିକୁ ରୋକିବା ପାଇଁ ମୁଁ ବିଏସପି ଓ ସପା ସହ ହାତ ମିଳାଇବାକୁ ଚେଷ୍ଟା କରିଥିଲି। ଅଖିଲେଶ ଯାଦବଙ୍କୁ ମୁଁ ବଡ଼ ଭାଇ ଭାବେ ବିବେଚନା କରୁଥିଲି।”

ସାମାଜିକ ନ୍ୟାୟ ପାଇଁ ଆଜାଦ ଲଢ଼େଇ ଜାରି ରଖିବେ। ଏଥିପାଇଁ ସେ ବିରୋଧୀଙ୍କୁ ଏକାଠି କରିବି ନହେଲେ ଏକାକୀ ଲଢ଼ିବି ବୋଲି କହିଛନ୍ତି।

ଉତ୍ତର ପ୍ରଦେଶ ନିର୍ବାଚନ ପାଇଁ ପୂର୍ବରୁ ସମାଜବାଦୀ ପାର୍ଟି ସୁହେଲଦେବ ଭାରତୀୟ ସମାଜ ପାର୍ଟି, ଶରଦ ପାୱାରଙ୍କ ଏନସିପି, ଆରଏଲଡ, ଜନୱାଦି ପାର୍ଟି(ସୋସିଆଲିଷ୍ଟ), ଆପନା ଦଳ(କ୍ରିଷ୍ଣା ପଟେଲ), ପ୍ରଗତିଶୀଳ ସମାଜବାଦୀ ପାର୍ଟି-ଲୋହିଆ ଓ ମହାନ ଦଳ ସହ ମେଣ୍ଟ କରି ସାରିଛି। ଏବେ ଆଜାଦଙ୍କ ଦଳ ଏଥିରେ ସାମିଲ ହେବାକୁ ଯାଉଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story