କେଉଁ ଆସନରୁ ନିର୍ବାଚନ ଲଢ଼ିବେ ଯୋଗୀ ଆଦିତ୍ୟନାଥ?

ଲକ୍ଷ୍ନୌ: ଆସନ୍ତା ଫେବୃଆରୀ ୧୦ରୁ ୭ଟି ପର୍ଯ୍ୟାୟରେ ଉତ୍ତର ପ୍ରଦେଶ ବିଧାନସଭା ପାଇଁ ଭୋଟିଂ ଆରମ୍ଭ ହେବ। ଏଥିପାଇଁ ସବୁ ଦଳ ସେମାନଙ୍କ ପ୍ରାର୍ଥୀ ତାଲିକା ପ୍ରସ୍ତୁତ କରିବାରେ ଲାଗିଛନ୍ତି। ଏସବୁ ଭିତରେ ଚଳିତ ବିଧାନସଭା ନିର୍ବାଚନରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ କେଉଁ ଆସନରୁ ପ୍ରାର୍ଥୀ ହେବେ, ତା’କୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି। ୨୦୧୭ରେ ସେ ସିଧାସଳଖ ନିର୍ବାଚନ ଲଢ଼ି ନଥିଲେ। ରାଜ୍ୟ ବିଧାନ ପରିଷଦକୁ ନିର୍ବାଚିତ ହୋଇ ମୁଖ୍ୟମନ୍ତ୍ରୀ ପଦ ବଜାୟୀ ରଖିଥିଲେ। ହେଲେ […]

Yogi

Yogi

Hemant Lenka
  • Published: Wednesday, 12 January 2022
  • Updated: 12 January 2022, 08:24 PM IST

Sports

Latest News

ଲକ୍ଷ୍ନୌ: ଆସନ୍ତା ଫେବୃଆରୀ ୧୦ରୁ ୭ଟି ପର୍ଯ୍ୟାୟରେ ଉତ୍ତର ପ୍ରଦେଶ ବିଧାନସଭା ପାଇଁ ଭୋଟିଂ ଆରମ୍ଭ ହେବ। ଏଥିପାଇଁ ସବୁ ଦଳ ସେମାନଙ୍କ ପ୍ରାର୍ଥୀ ତାଲିକା ପ୍ରସ୍ତୁତ କରିବାରେ ଲାଗିଛନ୍ତି। ଏସବୁ ଭିତରେ ଚଳିତ ବିଧାନସଭା ନିର୍ବାଚନରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ କେଉଁ ଆସନରୁ ପ୍ରାର୍ଥୀ ହେବେ, ତା’କୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି।

୨୦୧୭ରେ ସେ ସିଧାସଳଖ ନିର୍ବାଚନ ଲଢ଼ି ନଥିଲେ। ରାଜ୍ୟ ବିଧାନ ପରିଷଦକୁ ନିର୍ବାଚିତ ହୋଇ ମୁଖ୍ୟମନ୍ତ୍ରୀ ପଦ ବଜାୟୀ ରଖିଥିଲେ। ହେଲେ ୨୦୨୨ରେ ସେ ନିର୍ବାଚନ ଲଢ଼ିବେ ବୋଲି ବିଜେପି ସୂତ୍ରରୁ ଜଣାପଡ଼ିଛି।

ମିଳିଥିବା ସୂଚନା ଅନୁଯାୟୀ, ଯୋଗୀଙ୍କୁ ବିଜେପି ଅଯୋଧ୍ୟାରୁ ପ୍ରାର୍ଥୀ କରିବାକୁ ଚିନ୍ତା କରୁଛି। ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ କାମ ଚାଲିଛି। ଏହା ଯୋଗୀଙ୍କୁ ନିର୍ବାଚନରେ ଫାଇଦା ଦେବ। ଅନେକ ସମୟରେ ଯୋଗୀ ଅଯୋଧ୍ୟା ଗସ୍ତ କରି ପ୍ରଚାର କରୁଛନ୍ତି। ତେଣୁ ବିଜେପି ହାଇକମାଣ୍ଡ ଯୋଗୀଙ୍କୁ ଅଯୋଧ୍ୟାରୁ ହିଁ ପ୍ରାର୍ଥୀ କରିବାକୁ ଲକ୍ଷ୍ୟ ରଖିଛନ୍ତି।

ପ୍ରାର୍ଥୀଙ୍କ ନାଁ ଚୂଡ଼ାନ୍ତ କରିବା ପାଇଁ ବିଜେପିର କୋର କମିଟି ବୈଠକ ଦିଲ୍ଲୀରେ ଅନୁଷ୍ଠିତ ହୋଇଥିଲା। ଏଥିରେ ଯୋଗୀ ମଧ୍ୟ ଯୋଗ ଦେଇଥିଲେ। ଏହି ସମୟରେ ବିଭିନ୍ନ ଆସନରେ ପ୍ରାର୍ଥୀ ହେବାକୁ ଥିବା ସମ୍ଭାବ୍ୟ ନେତାଙ୍କ ନାଁ ଉପରେ ଆଲୋଚନା ହୋଇଛି। ଏବେ ସବୁ କିଛି ବିଜେପି ନିର୍ବାଚନ କମିଟି ଉପରେ ନିର୍ଭର କରୁଛି। ଏହି କମିଟି ହିଁ ଚୂଡ଼ାନ୍ତ ପ୍ରାର୍ଥୀଙ୍କ ନାଁ ଉପରେ ମୋହର ମାରିବ।

ଯୋଗୀଙ୍କୁ ବିଜେପି ଅଯୋଧ୍ୟା କିମ୍ବା ମଥୁରାରୁ ପ୍ରାର୍ଥୀ କରିବାକୁ ଚିନ୍ତା କରୁଛି। ପୂର୍ବରୁ ସେ ଗୋରଖପୁର ଲୋକସଭା ଆସନରେ ଜିତିଥିଲେ। ହେଲେ ମୁଖ୍ୟମନ୍ତ୍ରୀ ହେବା ପରେ ସେ ଏହାକୁ ଛାଡ଼ିଥିଲେ।

ବିଜେପିର ବରିଷ୍ଠ ନେତା ହରନାଥ ଯାଦବ କିଛି ଦିନ ତଳେ ଦଳର ଅଧ୍ୟକ୍ଷ ଜେପି ନଡ୍ଡାଙ୍କୁ ଚିଠି ଲେଖିଥିଲେ। ଏଥିରେ ସେ ଯୋଗୀ ଆଦିତ୍ୟନାଥଙ୍କୁ ମଥୁରାରୁ ପ୍ରାର୍ଥୀ କରିବାକୁ ନିବେଦନ କରିଥିଲେ। ତେଣୁ ଏହା ଉପରେ ମଧ୍ୟ ଦଳୀୟ ହାଇକମାଣ୍ଡ ବିଚାର କରୁଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos