୨ ନୁହେଁ, ୧୦ ମିଟର ଯାଏ ପବନରେ ଭାସିପାରେ କରୋନା ଭାଇରସ

ନୂଆଦିଲ୍ଲୀ: ଦୋ ଗଜ କି ଦୂରୀ ମାସ୍କ ହୈ ଜରୁରୀ ନାରା ଆଉ କାମ ଦେଲା ଭଳି ଲାଗୁନି। କାରଣ ଏରୋସୋଲ୍ ବା ନାକରୁ ବାହାରୁଥିବା ଜଳ କଣିକାରେ ଥିବା କରୋନା ଭୂତାଣୁ ପବନରେ ୧୦ ମିଟର ଯାଏ ପହଁରିପାରୁଛି। ଏହା ପବନରେ ଭାସି ଲୋକଙ୍କୁ ସଂକ୍ରମଣ କରିବାର କ୍ଷମତା ରଖିଛି ବୋଲି ଆଜି ଭାରତ ସରକାରଙ୍କ ପକ୍ଷରୁ ସତର୍କ କରାଯାଇଛି। ଏଥିସହ ସରକାରଙ୍କ ପକ୍ଷରୁ ଇଜି ଟୁ ଫଲୋ ଗାଇଡଲାଇନ ବା ସହଜରେ ଅନୁସରଣ କରାଯାଇପାରୁଥିବା […]

mask awarness

mask awarness

Hemant Lenka
  • Published: Thursday, 20 May 2021
  • Updated: 20 May 2021, 02:10 PM IST

Sports

Latest News

ନୂଆଦିଲ୍ଲୀ: ଦୋ ଗଜ କି ଦୂରୀ ମାସ୍କ ହୈ ଜରୁରୀ ନାରା ଆଉ କାମ ଦେଲା ଭଳି ଲାଗୁନି। କାରଣ ଏରୋସୋଲ୍ ବା ନାକରୁ ବାହାରୁଥିବା ଜଳ କଣିକାରେ ଥିବା କରୋନା ଭୂତାଣୁ ପବନରେ ୧୦ ମିଟର ଯାଏ ପହଁରିପାରୁଛି। ଏହା ପବନରେ ଭାସି ଲୋକଙ୍କୁ ସଂକ୍ରମଣ କରିବାର କ୍ଷମତା ରଖିଛି ବୋଲି ଆଜି ଭାରତ ସରକାରଙ୍କ ପକ୍ଷରୁ ସତର୍କ କରାଯାଇଛି।

ଏଥିସହ ସରକାରଙ୍କ ପକ୍ଷରୁ ଇଜି ଟୁ ଫଲୋ ଗାଇଡଲାଇନ ବା ସହଜରେ ଅନୁସରଣ କରାଯାଇପାରୁଥିବା ନିର୍ଦ୍ଦେଶାବଳି ମଧ୍ୟ ଜାରି କରାଯାଇଛି। ଏଥିରେ କରୋନାରୁ ବର୍ତ୍ତିବା ପାଇଁ ଡବଲ ମାସ୍କ, ସାମାଜିକ ଦୂରତା ଓ ଠିକ୍‌ ଭାବେ ଭେଣ୍ଟିଲେସନ ସୁବିଧା ଥିବା ସ୍ଥାନ ଉପରେ ଗୁରୁତ୍ୱ ଦେବାକୁ କୁହାଯାଇଛି।

ଭାରତ ସରକାରଙ୍କ ମୁଖ୍ୟ ବୈଜ୍ଞାନିକ ପରାମର୍ଶଦାତା କେ ବିଜୟ ରାଘବନ କହିଛନ୍ତି ଯେ, ଠିକ୍‌ ଭାବେ ବାୟୁ ଚଳାଚଳ କରିପାରୁଥିବା ସ୍ଥାନ ଦ୍ୱାରା ଆମେ କରୋନା ସଂକ୍ରଣକୁ ରୋକିପାରିବା। କବାଟ ଓ ଝରକା ବନ୍ଦ କରି ଏସି ନ ଚଳାଇବାକୁ ସେ ସତର୍କ କରାଇଛନ୍ତି। ଏହାଦ୍ୱାରା ସଂକ୍ରମଣ ବୃଦ୍ଧି ପାଇବାର ଆଶଙ୍କା ରହିଛି।

ସେ କହିଛନ୍ତି, ସବୁବେଳେ ମନେ ରଖିବା ଦରକାର ଯେ ଲକ୍ଷଣ ନଥିବା ଲୋକମାନେ ମଧ୍ୟ ଭାଇରସକୁ ସଂକ୍ରମଣ କରାଇ ପାରନ୍ତି। ନାକ ଓ ପାଟିରୁ ବାହାରୁଥିବା ଜଳବିନ୍ଦୁ (ଡ୍ରପଲେଟ୍‌) ସାମାନ୍ୟ ଓଜନ ହୋଇଥିବାରୁ ଏହା ୨ ମିଟିରରୁ ଅଧିକ ବାଟ ଯାଇପାରେନି। କିନ୍ତୁ ନାକ ଓ ପାଟିରୁ ବାହାରୁ ଥିବା ଜଳକଣିକା (ଏରୋସୋଲ୍‌) ହାଲୁକା ହୋଇଥିବାରୁ ଏହା ୧୦ ମିଟିର ଯାଏ ଯାଇପାରିବ। ତେଣୁ ସମସ୍ତଙ୍କୁ କରୋନା ପାଇଁ ଜାରି କଟକଣାକୁ ମାନିବାକୁ ପଡ଼ିବ।

କେନ୍ଦ୍ର ସରକାର "Stop the Transmission, Crush the Pandemic" ନାଁରେ ଦସ୍ତାବିଜ୍‌ ଜାରି କରି ଲୋକଙ୍କୁ ପୂର୍ବାପେକ୍ଷା ଅଧିକ ସତର୍କ ରହିବାକୁ ପରାମର୍ଶ ଦେଇଛନ୍ତି। ଏହି ଦସ୍ତାବିଜରେ କୁହାଯାଇଛି, କରୋନା ଭାଇରସ୍ ସଂକ୍ରମଣ ମୁଖ୍ୟତଃ ଲାଳ ଓ ନାକ ମାଧ୍ୟମରେ ହୋଇଥାଏ। ଜଣେ ସଂକ୍ରମିତଙ୍କ ନାକ ଓ ପାଟିରୁ ବାହାରୁ ଥିବା ଜଳ ବିନ୍ଦୁ ଓ ଜଳ କଣା ହିଁ ସଂକ୍ରମଣ ବ୍ୟାପିବାର ମୁଖ୍ୟ କାରଣ।

ଜଳବିନ୍ଦୁ ଗୁଡ଼ିକ ବିଭିନ୍ନ ସ୍ଥାନରେ ପଡ଼ି ଦୀର୍ଘ ସମୟ ସକ୍ରିୟ ରହିଥାଏ। ତେଣୁ କବାଟର ହ୍ୟାଣ୍ଡେଲ, ଲାଇଟ ସୁଇଚ୍, ଟେବୁଲ, ଚେୟାର ଓ ଚଟାଣକୁ ବାରମ୍ବାର ପୋଛିବା ଉଚିତ। ବ୍ଲିଚିଂ କିମ୍ବା ଫିନାଇଲ ଦ୍ୱାରା ଏଗୁଡ଼ିକ ସଫା କରାଯାଇ ପାରିବ। ମାସ୍କ, ସାମାଜିକ ଦୂରତା, ପରିଚ୍ଛନ୍ନତା ଓ ଉପଯୁକ୍ତ ଭେଣ୍ଟିଲେସନ୍ କରୋନା ଭାଇରସ୍ ସହିତ ଲଢ଼େଇ ପାଇଁ ବେଶ ପ୍ରଭାବଶାଳୀ ପଦ୍ଧତି।

ଦସ୍ତାବିଜ୍‌ରେ ଆହୁରି କୁହାଯାଇଛି, ଲୋକମାନେ ଏବେ ଡବଲ୍ ମାସ୍କ କିମ୍ବା N95 ମାସ୍କ ପିନ୍ଧିବା ଉଚିତ୍। ଏହା ସର୍ବାଧିକ ସୁରକ୍ଷା ଦେଇଥାଏ। ଡବଲ ମାସ୍କ ବେଳେ ପ୍ରଥମେ ଗୋଟିଏ ସର୍ଜିକାଲ ମାସ୍କ ପିନ୍ଧନ୍ତୁ ଓ ଏହାପରେ ମୁହଁ-ନାକକୁ ସଂପୂର୍ଣ୍ଣ ଘୋଡ଼ାଇ ରଖୁଥିବା କପଡ଼ା ମାସ୍କ ପିନ୍ଧନ୍ତୁ।

ଯଦି କାହା ପାଖରେ ସର୍ଜିକାଲ ମାସ୍କ ନାହିଁ, ତା’ହେଲେ ସେମାନେ ଦୁଇଟି କଟନ ମାସ୍କ ପିନ୍ଧି ପାରିବେ। ସର୍ଜିକାଲ୍ ମାସ୍କକୁ କେବଳ ଥରେ ବ୍ୟବହାର କରାଯିବା ଉଚିତ୍। କିନ୍ତୁ ଆପଣ ଏହାକୁ ଡବଲିଂ ବେଳେ ପିନ୍ଧୁଥିବାରୁ ୫ ଥର ବ୍ୟବହାର କରିପାରିବେ। ହେଲେ ଥରେ ବ୍ୟବହାର କରିବା ପରେ ଉକ୍ତ ମାସ୍କକୁ ଗୋଟିଏ ଶୁଖିଲା ସ୍ଥାନରେ ୭ ଦିନ ରଖିବା ଉଚିତ। ବିଶେଷ କରି ସୂର୍ଯ୍ୟ କିରଣରେ ଏହାକୁ ରଖି ବ୍ୟବହାର କଲେ ଭଲ।

ଦସ୍ତାବିଜ୍‌ରେ ଭେଣ୍ଟିଲେସନ ଉପରେ ଗୁରୁତ୍ୱ ଦିଆଯାଇଛି। ଘରେ ଓ ଅଫିସରେ ଉପଯୁକ୍ତ ଭେଣ୍ଟିଲେସନ ସୁବିଧା ଥିଲେ ସଂକ୍ରମଣ ଆଶଙ୍କା ଯଥେଷ୍ଟ ହ୍ରାସ ପାଇଥାଏ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story