ଚର୍ଚ୍ଚାରେ ୨୦,୦୦୦ କୋଟିର ଡ୍ରଗସ୍‌, ୩ ମୁସଲିମ୍ ଦେଶର ଜାହାଜକୁ ନା କହିଲା ଆଦାନି

ଅହମ୍ମଦାବାଦ: ୩ ମୁସଲିମ୍ ଦେଶ ସହ ସମ୍ପର୍କ ତୁଟାଇଲା ଆଦାନି। ସମ୍ପୃକ୍ତ ୩ ଦେଶର ଜହାଜକୁ ନା କହିଲା ଆଦାନି କମ୍ପାନି । ଇରାନ, ଆଫଗାନିସ୍ତାନ ଏବଂ ପାକିସ୍ତାନରୁ କାର୍ଗୋରେ ଆସୁଥିବା ମାଲ ପରିବହନ କରିବ ନାହିଁ ବୋଲି ଆଦାନି ବନ୍ଦର ପକ୍ଷରୁ କୁହାଯାଇଛି। ଅଦାନି ପୋର୍ଟ ଏଣ୍ଡ ସ୍ପେସିଆଲ ଇକୋନମିକ ଜୋନ୍‌ (APSEZ) ପରିଚାଳିତ ଟର୍ମିନାଲଗୁଡ଼ିକ ନଭେମ୍ବର ୧୫ରୁ ଏହି ୩ ଦେଶ ସହ ଆମଦାନୀ ଓ ରପ୍ତାନୀ କରିବ ନାହିଁ। ଏନେଇ କମ୍ପାନୀ ପକ୍ଷରୁ ଏକ ପ୍ରେସ ବିବୃତ୍ତିରେ କୁହାଯାଇଛି।

ବିଶେଷ କରି ଗୁଜରାଟ ଉପକୂଳର ମୁନ୍ଦା ବନ୍ଦରରୁ  ୨୦,୦୦୦ କୋଟି ଟଙ୍କାର ଡ୍ରଗସ୍‌ ଠାବ ହେବା ପରେ କମ୍ପାନୀ ପକ୍ଷରୁ ଉପରୋକ୍ତ ପଦକ୍ଷେ ପି ନିଆଯାଇଛି। ପରବତ୍‌ ନୋଟିସ ପ୍ରକାଶ ପାଇବା ପର୍ଯ୍ୟନ୍ତ ଏହି ନିୟମ କମ୍ପାନୀ ପରିଚାଳିତ ସବୁ ଟର୍ମିନାଲରେ ଲାଗୁ ହେବ। ଏମିତିକି ଥାର୍ଡ଼ ପାଟି ପାଇଁ ସମାନ ନିୟମ ଲାଗୁ ହେବ ବୋଲି କୁହାଯାଇଛି। ଗତ ସେପ୍ଟେମ୍ବର ୧୩ରେ, ଆଦାନି ଗ୍ରୁପ୍ ଦ୍ୱାରା ପରିଚାଳିତ ଗୁଜରାଟର ମୁନ୍ଦ୍ରା ବନ୍ଦରରେ ଦୁଇଟି କଣ୍ଟେନରରୁ ପ୍ରାୟ ୩୦୦୦କିଲୋଗ୍ରାମ ହେରୋଇନ୍ ଜବତ କରାଯାଇଥିଲା। ଆଫଗାନିସ୍ତାନରୁ ଏହି ସାମଗ୍ରୀ ଆସିଥିଲା।

ଏହି ହେରୋଇନ ଜୁମ୍ବୋ ବ୍ୟାଗରେ ଲୁଚାଯାଇଥିଲା। କଷ୍ଟମ୍ସ ବିଭାଗ ଏବଂ ରେଭିନ୍ୟୁ ଇଣ୍ଟେଲିଜେନ୍ସ ନିର୍ଦ୍ଦେଶାଳୟର ମିଳିତ ଅପରେସନରେ ଜବତ କରାଯାଇଥିବା ଏହି  ଡ୍ରଗସ୍‌ର ମୂଲ୍ୟ ପ୍ରାୟ ୨୦,୦୦୦ କୋଟି ଟଙ୍କା ହେବ । ସେହିପରି ଚଢ଼ାଉ ବେଳେ ୮ ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଥିଲା। ସମ୍ପୃକ୍ତ ଅଭିଯୁକ୍ତଙ୍କ ମଧ୍ୟରେ ଆଫଗାନିସ୍ତାନ ଏବଂ ଉଜବେକିସ୍ତାନ ନାଗରିକ ଅଛନ୍ତି।

ଡ୍ରଗ୍ସ କାରବାରକୁ ନେଇ ସୋସିଆଲ ମିଡିଆରେ ସମାଲୋଚନା ପରେ ଆଦାନୀ ଗ୍ରୁପ୍ ସ୍ପଷ୍ଟୀକରଣ ରଖିଛି। କମ୍ପାନୀ କହିଛି ଯେ କଣ୍ଟେନର ଗୁଡ଼ି ଯାଞ୍ଚି ପାଇଁ ପୁଲିସର କ୍ଷମତା ନାହିଁ। ସେହିପରି କୌଣସି ବନ୍ଦର ପରିଚାଳନାକାରୀ କଣ୍ଟେନର ଯାଞ୍ଚ କରିବାର କ୍ଷମତା ନାହିଁ।  ସେମାନଙ୍କର କାମ କେବଳ ବନ୍ଦର ଚଳାଇବା ବୋଲି କମ୍ପାନୀ ପକ୍ଷରୁ କୁହାଯାଇଛି। APSEZ ହେଉଛି ସିପିଂ ଲାଇନକୁ ସେବା ଯୋଗାଉଥିବା ଏକ ବନ୍ଦର ଅପରେଟର। ତେଣୁ କଣ୍ଟେନର କିମ୍ବା ଲକ୍ଷ ଲକ୍ଷ ଟନ୍ ନେଇ ପରିବହନ କରୁଥିବା  କାର୍ଗୋ ଗୁଡ଼ିକ ଉପରେ ଯାଞ୍ଚ କରିବାର ଆମ ପାଖରେ ପୁଲିସ  କ୍ଷମତା ନାହିଁ। ତେଣୁ ଆମ ବିରୋଧରେ ସୋସିଆଲ ମିଡିଆରେ ଅପପ୍ରଚାର କରାଯାଉଛି ବୋଲି କମ୍ପାନୀ ପକ୍ଷରୁ କୁହାଯାଇଛି।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।