ଅଜୟ ଦେବଗନଙ୍କୁ ରାସ୍ତାରେ ଅଟକାଇ ଏମିତି ଅସନ୍ତୋଷ ଝାଡ଼ିଲେ ଜଣେ ବ୍ୟକ୍ତି

ମୁମ୍ବାଇ: ଦେଶରେ କୃଷି ଆଇନ ବିରୋଧରେ ଚାଷୀମାନେ କରୁଥିବା ଆନ୍ଦୋଳନ ସମ୍ପର୍କରେ ମୁହଁ ନଖୋଲିବା ବଲିଉଡ ଅଭିନେତା ଅଜୟ ଦେବଗନଙ୍କୁ ମହଙ୍ଗା ପଡ଼ିଛି। ଆଜି ସେ ମୁମ୍ବାଇର ଫିଲ୍ମ ସିଟିକୁ ଯାଉଥିବା ବେଳେ ଜଣେ ବ୍ୟକ୍ତି ତାଙ୍କ କାରକୁ ମଝି ରାସ୍ତାରେ ଅଟକାଇ ନିଜର ଅସନ୍ତୋଷ ଝାଡ଼ିଛନ୍ତି। ଅଜୟଙ୍କ କାର୍‌ ଅଟକାଇଥିବା ବ୍ୟକ୍ତି ଜଣଙ୍କ ହେଉଛନ୍ତି ରାଜଦୀପ ସିଂହ। ସେ ଅଜୟଙ୍କ କାର୍‌କୁ ଗୋରେଗାଓଁ ଠାରେ ପ୍ରାୟ ୧୫ ମିନିଟ୍‌ କାଳ ଅଟକାଇଥିଲେ। ସେ କାହିଁକି ଚାଷୀ […]

Ajay-Devgn

Ajay-Devgn

Hemant Lenka
  • Published: Tuesday, 02 March 2021
  • Updated: 02 March 2021, 08:15 PM IST

Sports

Latest News

ମୁମ୍ବାଇ: ଦେଶରେ କୃଷି ଆଇନ ବିରୋଧରେ ଚାଷୀମାନେ କରୁଥିବା ଆନ୍ଦୋଳନ ସମ୍ପର୍କରେ ମୁହଁ ନଖୋଲିବା ବଲିଉଡ ଅଭିନେତା ଅଜୟ ଦେବଗନଙ୍କୁ ମହଙ୍ଗା ପଡ଼ିଛି। ଆଜି ସେ ମୁମ୍ବାଇର ଫିଲ୍ମ ସିଟିକୁ ଯାଉଥିବା ବେଳେ ଜଣେ ବ୍ୟକ୍ତି ତାଙ୍କ କାରକୁ ମଝି ରାସ୍ତାରେ ଅଟକାଇ ନିଜର ଅସନ୍ତୋଷ ଝାଡ଼ିଛନ୍ତି।

ଅଜୟଙ୍କ କାର୍‌ ଅଟକାଇଥିବା ବ୍ୟକ୍ତି ଜଣଙ୍କ ହେଉଛନ୍ତି ରାଜଦୀପ ସିଂହ। ସେ ଅଜୟଙ୍କ କାର୍‌କୁ ଗୋରେଗାଓଁ ଠାରେ ପ୍ରାୟ ୧୫ ମିନିଟ୍‌ କାଳ ଅଟକାଇଥିଲେ। ସେ କାହିଁକି ଚାଷୀ ଆନ୍ଦୋଳନ ସମ୍ପର୍କରେ ମୁହଁ ଖୋଲୁ ନାହାନ୍ତି ବୋଲି ମଧ୍ୟ ରାଜଦୀପ ପ୍ରଶ୍ନ କରିଥିଲେ। ରାସ୍ତା ମଝିରେ ଘଟିଥିବା ଏହି ଘଟଣା କ୍ୟାମେରାରେ କଏଦ ହୋଇଛି।

ଅସନ୍ତୋଷ ପ୍ରକାଶ କରୁଥିବା ରାଜଦୀପ ଅଜୟଙ୍କୁ ଅଙ୍ଗୁଳି ଦେଖାଉଥିବା ବେଳେ ସେ କାର୍‌ର ଆଗ ସିଟ୍‌ରେ ବସିଥିବା ଭିଡିଓରୁ ସ୍ପଷ୍ଟ ଜଣାପଡ଼ୁଛି। ଶେଷରେ ପୁଲିସ୍‌ ଆସି ଅଜୟଙ୍କ କାର୍‌ ଅଟକାଇଥିବା ରାଜଦୀପଙ୍କୁ ଗିରଫ କରି ଦିନଦୋଶୀ ପୁଲିସ୍‌ ଷ୍ଟେସନକୁ ନେଇଥିଲା।

ଏହାର ଭିଡିଓ ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ହରତୀର୍ଥ ସିଂହ ନାମକ ଜଣେ ବ୍ୟକ୍ତି ନିଜ ଟ୍ୱିଟର୍‌ରେ ଭିଡିଓଟିକୁ ପୋଷ୍ଟ କରିଛନ୍ତି। ସେ ଲେଖିଛନ୍ତି, “ଜଣେ ନିହାଙ୍ଗ ସିଂହ ଆଜି ଅଜୟଙ୍କ କାର୍‌କୁ ମଝି ରାସ୍ତାରେ ଅଟକାଇଛନ୍ତି। ଅଜୟ ଏକାଧିକ ଫିଲ୍ମରେ ଶିଖ୍‌ ଭୂମିକାରେ ଅଭିନିୟ କରିଛନ୍ତି। କିନ୍ତୁ ସେ ଚାଷୀଙ୍କ ଆନ୍ଦୋଳନରେ ଏଯାଏ ମୁହଁ ଖୋଲି ନାହାନ୍ତି।”

ଅଜୟ ଦେବଗନ ଚାଷୀ ଆନ୍ଦୋଳନ ସମ୍ପର୍କରେ କେବେ ମୁହଁ ଖୋଲି ନଥିଲେ। କିନ୍ତୁ ଅନ୍ତଜାର୍ତୀୟ ପପ୍‌ ସିଙ୍ଗର ରିହାନା ୬ଟି ଶବ୍ଦରେ ଚାଷୀ ଆନ୍ଦୋଳନକୁ ସମର୍ଥନ କରି ଟ୍ୱିଟ କରିବାରୁ ଏହାକୁ କାଉଣ୍ଟର ଆଟାକ କରିବାକୁ ଅଜୟ ଫେବୃଆରୀ ୩ରେ ଗୋଟିଏ ଟ୍ୱିଟ କରିଥିଲେ।

ଏଥିରେ ସେ ଲେଖିଥିଲେ ଭାରତ ଓ ଭାରତର ନୀତି ବିରୋଧରେ ଚାଲିଥିବା ମିଥ୍ୟା ପ୍ରଚାରରେ ଆଦୌ ପଡ଼ନ୍ତୁ ନାହିଁ। ଆମ ସମସ୍ତଙ୍କୁ ଏହି ସମୟରେ ଏକାଠି ହୋଇ ଛିଡ଼ା ହେବାର ଅଛି। ସେ #IndiaTogether #IndiaAgainstPropagandaର ହ୍ୟାଶଟ୍ୟାଗ ମଧ୍ୟ ବ୍ୟବହାର କରିଥିଲେ।

ଚାଷୀମାନେ ଦୀର୍ଘ ୩ ମାସରୁ ଅଧିକ ଦିନ ହେଲା ଆନ୍ଦୋଳନ କରୁଥିଲେ ହେଁ ଅଜୟ ଦିନେ ହେଲେ ଏହି ପ୍ରସଙ୍ଗରେ ଟ୍ୱିଟ କରି ନଥିଲେ। ହେଲେ ହଠାତ୍‌ ରିହାନାଙ୍କୁ କାଉଣ୍ଟର କରିବାରୁ ଏହା ଚାଷୀଙ୍କୁ ବ୍ୟଥିତ କରିଥିଲା। ଆଜି ଏହାର ପରିଣାମ ସ୍ୱରୂପ ରାଜଦୀପ ସିଂହ ତାଙ୍କୁ ବିଚ୍‌ ରାସ୍ତାରେ ଅଟକାଇ ନିଜର ଅସନ୍ତୋଷ ଜାହିର କରିଛନ୍ତି।

ଆଗକୁ ଅଜୟଙ୍କ ଏକାଧିକ ଫିଲ୍ମ ରିଲିଜ୍‌ ହେବାର ଅଛି। ଏହା ମଧ୍ୟରେ RRR, ମୈଦାନ, ଗଙ୍ଗୁବାଈ କଥିଆୱାଡି, ଥ୍ୟାଙ୍କ ଗଡ୍‌ ଓ ମେ ଡେ ରହିଛି। ସେ ଅକ୍ଷୟ କୁମାରଙ୍କ ସୂର୍ଯ୍ୟବଂଶୀରେ ମଧ୍ୟ ଅତିଥି କଳାକାର ଭାବେ ନଜର ଆସିବେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story