୨୭ ବର୍ଷ ପରେ ଏକାଠି ହେଲେ ମାୟାବତୀଙ୍କ ପାର୍ଟି ଓ ଅକାଳୀ ଦଳ

ନୂଆଦିଲ୍ଲୀ: କୃଷି ଆଇନକୁ ବିରୋଧ କରି ବିଜେପିକୁ ବାଏବାଏ କହିଥିବା ଶିରୋମଣି ଅକାଳୀ ଦଳ ଏବେ ମୟାବତୀଙ୍କ ବିଏସ୍‌ପି ସହ ମେଣ୍ଟ କରିଛି। ଆଗକୁ ପଞ୍ଜାବରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବ। ଏହାପୂର୍ବରୁ ଆଜି ଅକାଳୀ ଦଳ ଓ ବିଏସପି ମେଣ୍ଟ କରି ନିର୍ବାଚନ ଲଢ଼ିବାକୁ ନିଷ୍ପତ୍ତି ନେଇଛନ୍ତି। ଦୀର୍ଘ ୨୭ ବର୍ଷ ବ୍ୟବଧାନ ପରେ ଅକାଳୀ ଓ ବିଏସପି ପରସ୍ପର ସହ ମେଣ୍ଟ କରିଛନ୍ତି। ଗତବର୍ଷ ସେପ୍ଟେମ୍ବର ମାସରେ ବିଜେପି ଠାରୁ ଶୁଖବୀର ସିଂହ ବାଦଲଙ୍କ […]

SAD

SAD

Hemant Lenka
  • Published: Saturday, 12 June 2021
  • Updated: 12 June 2021, 03:38 PM IST

Sports

Latest News

ନୂଆଦିଲ୍ଲୀ: କୃଷି ଆଇନକୁ ବିରୋଧ କରି ବିଜେପିକୁ ବାଏବାଏ କହିଥିବା ଶିରୋମଣି ଅକାଳୀ ଦଳ ଏବେ ମୟାବତୀଙ୍କ ବିଏସ୍‌ପି ସହ ମେଣ୍ଟ କରିଛି। ଆଗକୁ ପଞ୍ଜାବରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବ। ଏହାପୂର୍ବରୁ ଆଜି ଅକାଳୀ ଦଳ ଓ ବିଏସପି ମେଣ୍ଟ କରି ନିର୍ବାଚନ ଲଢ଼ିବାକୁ ନିଷ୍ପତ୍ତି ନେଇଛନ୍ତି। ଦୀର୍ଘ ୨୭ ବର୍ଷ ବ୍ୟବଧାନ ପରେ ଅକାଳୀ ଓ ବିଏସପି ପରସ୍ପର ସହ ମେଣ୍ଟ କରିଛନ୍ତି।

ଗତବର୍ଷ ସେପ୍ଟେମ୍ବର ମାସରେ ବିଜେପି ଠାରୁ ଶୁଖବୀର ସିଂହ ବାଦଲଙ୍କ ଅକଳୀ ଦଳ ଅଲଗା ହୋଇଥିଲା। ଏବେ ନୂଆ ସାଥୀଙ୍କୁ ଆଧାର କରି ଦଳ ଏକାଧିକ ଆସନରେ ରହିଥିବା ଗ୍ୟାପ୍‌କୁ ପୂର୍ଣ୍ଣ କରିବାକୁ ଲକ୍ଷ୍ୟ ରଖିଛି। ବିଏସ୍‌ପି ଏବେ ବିଜେପି ପଞ୍ଜାବରେ ଅକାଳୀ ଦଳ ସହ ମିଶି ଲଢ଼ୁଥିବା ଆସନ ଗୁଡ଼ିକରେ ପ୍ରାର୍ଥୀ ଦେବ ବୋଲି ଜଣାପଡ଼ିଛି। ବିଜେପି ସହ ଅକାଳୀ ଥିବା ବେଳେ ୯୦ଟି ଆସନରେ ପ୍ରାର୍ଥୀ ଦେଉଥିଲା।

ଅକାଳୀ ଦଳ ଓ ବିଏସ୍‌ପି ମେଣ୍ଟ କରିବା ପରେ ସିଟ୍‌ ଶେୟାରିଂ ମଧ୍ୟ ଚୂଡ଼ାନ୍ତ କରିଛନ୍ତି। ପଞ୍ଜାବରେ ଥିବା ୧୧୭ ବିଧାନସଭା ଆସନରୁ ଅକାଳୀ ଦଳ ୯୭ଟି ସ୍ଥାନରେ ପ୍ରାର୍ଥୀ ଦେବ। ସେହିପରି ବାକି ୨୦ ଆସନରେ ପ୍ରାର୍ଥୀ ବିଏସ୍‌ପି ଦେବ। ସୁଖବୀର ସିଂହ ବାଦଲ କହିଛନ୍ତି, “ଆଜି ପଞ୍ଜାବ ରାଜନୀତିରେ ନୂଆ ଦିନ। ୨୦୨୨ ପଞ୍ଜାବ ବିଧାନସଭା ନିର୍ବାଚନରେ ବିଏସ୍‌ପି ଓ ଅକାଳୀ ଦଳ ଏକାଠି ହୋଇ ଲଢ଼ିବେ। ଆଗକୁ ମଧ୍ୟ ଏହି ମେଣ୍ଟ ଏକାଠି ରହିବେ।”

ସୂଚନାଯୋଗ୍ୟ, ଦୀର୍ଘ ୨୭ ବର୍ଷ ପରେ ଅକାଳୀ ଦଳ ଓ ବିଏସ୍‌ପି ପରସ୍ପର ସହ ମେଣ୍ଟ କରିଛନ୍ତି। ୧୯୯୬ ଲୋକସଭା ନିର୍ବାଚନ ବେଳେ ଉଭୟ ଏକାଠି ହୋଇଥିଲେ। ଏହି ସମୟରେ ପଞ୍ଜାବର ୧୩ଟି ଲୋକସଭା ଆସନରୁ ଅକାଳୀ ଓ ବିଏସ୍‌ପି ମିଳିତ ଭାବେ ୧୧ଟିରେ ଜିତିଥିଲେ। ଏହି ସମୟରେ ମାୟାବତୀଙ୍କ ବିଏସ୍‌ପି ପ୍ରାର୍ଥୀ ଦେଇଥିବା ସମସ୍ତ ୩ଟି ଆସନରେ ଜିତିଥିବା ବେଳେ ଅକାଳୀ ଦଳ ୧୦ଟିରୁ ୮ଟିରେ ବାଜିମାତ କରିଥିଲା।

ରାଜ୍ୟରେ ଥିବା ୩୧% ଦଳିତଙ୍କ ଭୋଟ ଉପରେ ବିଏସ୍‌ପିର ବେଶ ଦବାବଦ ରହିଛି। ପ୍ରାୟ ୨୩ଟି ଆସନରେ ଏହି ଦଳିତ ସମାଜର ଲୋକ ରହୁଛନ୍ତି। ପଞ୍ଜାବର ମୋଟ ଜନସଂଖ୍ୟାରୁ ପ୍ରାୟ ୪୦% ହେଉଛନ୍ତି ଦଳିତ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos