ଧାରଣାସ୍ଥଳରୁ ଅଖିଲେଶଙ୍କୁ ଟେକିନେଲା ପୁଲିସ୍‌, ଜାଳିଦେଲେ ଭ୍ୟାନ୍‌

ଲକ୍ଷ୍ନୌ: ଉତ୍ତରପ୍ରଦେଶ ଲଖିମପୁର ଖେରିରେ ଚାଷୀ ଆନ୍ଦୋଳନ ବେଳେ ଘଟିଥିବା ହିଂସାକାଣ୍ଡ ବିସ୍ଫୋରକ ରୂପ ଧାରଣ କରିବାରେ ଲାଗିଛି। ଘଟଣାକୁ ବିରୋଧ କରି ସବୁ ରାଜନୀତିକ ଦଳ ସରକାରଙ୍କ ବିରୋଧରେ ବିକ୍ଷୋଭ କରିବାରେ ଲାଗିଛନ୍ତି। ଏହିକ୍ରମରେ ଆଜି ଅଖିଲେଶ ଯାଦବ ମଧ୍ୟ ହିଂସାକାଣ୍ଡରେ ପ୍ରାଣ ହରାଇଥିବା ଚାଷୀଙ୍କ ପରିବାର ଲୋକଙ୍କୁ ଭେଟିବାକୁ ଚାହିଁଥିଲେ। ଏଥିପାଇଁ ସମାଜବାଦୀ ପାର୍ଟିର ଶତାଧିକ କର୍ମୀ ଲକ୍ଷ୍ନୌ ସ୍ଥିତ ଅଖିଲେଶଙ୍କ ବାସଭବନରେ ପହଞ୍ଚିଥିଲେ। ହେଲେ ପୁଲିସ୍‌ ଅଖିଲେଶଙ୍କୁ ପ୍ରଥମେ ଗୃହବନ୍ଦୀ କରିଥିଲା। ତଥାପି […]

Police

Police

Hemant Lenka
  • Published: Monday, 04 October 2021
  • Updated: 04 October 2021, 10:59 AM IST

Sports

Latest News

ଲକ୍ଷ୍ନୌ: ଉତ୍ତରପ୍ରଦେଶ ଲଖିମପୁର ଖେରିରେ ଚାଷୀ ଆନ୍ଦୋଳନ ବେଳେ ଘଟିଥିବା ହିଂସାକାଣ୍ଡ ବିସ୍ଫୋରକ ରୂପ ଧାରଣ କରିବାରେ ଲାଗିଛି। ଘଟଣାକୁ ବିରୋଧ କରି ସବୁ ରାଜନୀତିକ ଦଳ ସରକାରଙ୍କ ବିରୋଧରେ ବିକ୍ଷୋଭ କରିବାରେ ଲାଗିଛନ୍ତି। ଏହିକ୍ରମରେ ଆଜି ଅଖିଲେଶ ଯାଦବ ମଧ୍ୟ ହିଂସାକାଣ୍ଡରେ ପ୍ରାଣ ହରାଇଥିବା ଚାଷୀଙ୍କ ପରିବାର ଲୋକଙ୍କୁ ଭେଟିବାକୁ ଚାହିଁଥିଲେ।

ଏଥିପାଇଁ ସମାଜବାଦୀ ପାର୍ଟିର ଶତାଧିକ କର୍ମୀ ଲକ୍ଷ୍ନୌ ସ୍ଥିତ ଅଖିଲେଶଙ୍କ ବାସଭବନରେ ପହଞ୍ଚିଥିଲେ। ହେଲେ ପୁଲିସ୍‌ ଅଖିଲେଶଙ୍କୁ ପ୍ରଥମେ ଗୃହବନ୍ଦୀ କରିଥିଲା। ତଥାପି ସେ ଘରୁ ବାହାରି ରାଜରାସ୍ତାରେ ଧାରଣାରେ ବସିଥିଲେ। ତାଙ୍କ ସହ ପୁଲିସ୍‌ ଆଲୋଚନା କରି ବୁଝାଇବାକୁ ଚେଷ୍ଟା କରିଥିଲା।

ହେଲେ ସେ ଧାରଣାରୁ ଉଠି ନଥିଲେ। ଫଳରେ ପୁଲିସ୍‌ ତାଙ୍କୁ ଧାରଣା ସ୍ଥଳରୁ ଟେକିନେଇଛି। ତାଙ୍କୁ ଏସଏଚ୍‌ଓ ହଜରତଗଞ୍ଜ ପୁଲିସ୍‌ ଗାଡ଼ିରେ ଥାନାକୁ ନିଆଯାଇଥିବା ଜଣାପଡ଼ିଛି। କିଛି ଦଳୀୟ ନେତା ମଧ୍ୟ ଅଖିଲେଶଙ୍କ ସହ ପୁଲିସ୍‌ ଦ୍ୱାରା ଅଟକ ରହିଛନ୍ତି।

ଅନ୍ୟପକ୍ଷରେ ଅଖିଲେଶଙ୍କ ବାସଭବନ ଆଗରେ ରହିଥିବା ଗୋଟିଏ ପୁଲିସ୍‌ ଭ୍ୟାନକୁ ବିକ୍ଷୋଭକାରୀମାନେ ଜାଳି ଦେଇଛନ୍ତି। ପୁଲିସ୍‌ ଅଖିଲେଶଙ୍କୁ ଲଖିମପୁର ଖେରି ଯିବାକୁ ଅଟକାଇବାରୁ ସେ ଘର ଆଗରେ ଧାରଣାରେ ବସିଥିଲେ। ଧାରଣାସ୍ଥଳର କିଛି ମିଟର ଦୂରରେ ହିଁ ପୁଲିସ୍‌ ଗାଡ଼ିଆରେ ନିଆଁ ଲଗାଇ ଦିଆଯାଇଛି।

ନିଆଁକୁ ଆୟତ୍ତ କରିବା ପାଇଁ ପୁଲିସ୍‌ ଉଦ୍ୟମ କରୁଥିବା ବେଳର ଭିଡିଓ ସାମ୍ନାକୁ ଆସିଛି। ପୁଲିସ୍‌ କହିଛି ଯେ ଆମେ ଘର ଭିତରକୁ ଯାଇଥିବା ବେଳେ ଏପରି ଘଟଣା ଘଟିଛି। କିଏ ଭ୍ୟାନରେ ନିଆଁ ଲଗାଇଲା ସେକଥା ଜଣାପଡ଼ିନି। ବର୍ତ୍ତମାନ ଘଟଣାର ତଦନ୍ତ କରାଯାଉଛି।


ରବିବାର ଲଖିମପୁର ଖେରିରେ ଚାଷୀ ଆନ୍ଦୋଳନ ବେଳେ ବ୍ୟାପକ ହିଂସକାଣ୍ଡ ଘଟିଥିଲା। ଏଥିରେ ୪ ଚାଷୀଙ୍କ ସମେତ ୮ ଜଣଙ୍କ ମୃତ୍ୟୁ ଘଟିଛି। ଏହାକୁ ନେଇ ଆଜି ଭୋର ସମୟରୁ ହିଁ ବିକ୍ଷୋଭ ଓ ଧାରଣା ଆରମ୍ଭ ହୋଇଛି। ଅଖିଲେଶଙ୍କ ପୂର୍ବରୁ କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧି ଭଦ୍ରା ଲଖିମପୁର ଯିବାକୁ ଚାହିଁଥିଲେ।

କିନ୍ତୁ ପୁଲିସ୍‌ ତାଙ୍କୁ ସୀତାପୁର ନିକଟରେ ଅଟକ ରଖିଥିଲା। ସେହିପରି ଆପ ନେତା ସଞ୍ଜ ସିଂହ ମଧ୍ୟ ଚାଷୀଙ୍କ ପରିବାର ବର୍ଗଙ୍କୁ ଭେଟି ପୁଲିସ୍‌ ଦ୍ୱାରା ଅଟକ ହୋଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos