ତାଲିବାନକୁ ଶୁଭେଚ୍ଛା ଜଣାଇଲା, କଶ୍ମୀର ସ୍ୱାଧୀନତା କଥା କହିଲା ଅଲକାଏଦା

ନୂଆଦିଲ୍ଲୀ: ଆମେରିକା ସେନା ଆଫଗାନିସ୍ତାନରୁ ଯିବା ପରେ ତାଲିବାନ ପୂର୍ଣ୍ଣ ସ୍ୱାଧୀନତା ଘୋଷଣା କରିଛି। ତାଲିବାନର ଏହି ବିଜୟରେ ସବୁଠାରୁ ଅଧିକ ଖୁସି ବ୍ୟକ୍ତ କରିଛି ଆମେରିକାର ପରମଶତ୍ରୁ ତଥା କୁଖ୍ୟାତ ଆତଙ୍କୀ ସଂଗଠନ ଅଲ କାଏଦା। ଏହି ଆତଙ୍କୀ ସଂଗଠନ ହିଁ ୯/୧୧ ହମଲା କରିଥିଲା। ଅଲକାଏଦା ବିରୋଧରେ ଯୁଦ୍ଧ ଘୋଷଣା କରି ଆମେରିକା ସେନା ଦୀର୍ଘ ୨୦ ବର୍ଷ ହେଲାଣି ଆଫଗାନରେ ରହିଥିଲେ। ଏଠାରେ ସେମାନଙ୍କର ଲଢ଼େଇ ତାଲିବାନ ସହ ମଧ୍ୟ ହୋଇଥିଲା। ଏବେ […]

Alquida

Alquida

Hemant Lenka
  • Published: Wednesday, 01 September 2021
  • Updated: 01 September 2021, 03:30 PM IST

ନୂଆଦିଲ୍ଲୀ: ଆମେରିକା ସେନା ଆଫଗାନିସ୍ତାନରୁ ଯିବା ପରେ ତାଲିବାନ ପୂର୍ଣ୍ଣ ସ୍ୱାଧୀନତା ଘୋଷଣା କରିଛି। ତାଲିବାନର ଏହି ବିଜୟରେ ସବୁଠାରୁ ଅଧିକ ଖୁସି ବ୍ୟକ୍ତ କରିଛି ଆମେରିକାର ପରମଶତ୍ରୁ ତଥା କୁଖ୍ୟାତ ଆତଙ୍କୀ ସଂଗଠନ ଅଲ କାଏଦା। ଏହି ଆତଙ୍କୀ ସଂଗଠନ ହିଁ ୯/୧୧ ହମଲା କରିଥିଲା।

ଅଲକାଏଦା ବିରୋଧରେ ଯୁଦ୍ଧ ଘୋଷଣା କରି ଆମେରିକା ସେନା ଦୀର୍ଘ ୨୦ ବର୍ଷ ହେଲାଣି ଆଫଗାନରେ ରହିଥିଲେ। ଏଠାରେ ସେମାନଙ୍କର ଲଢ଼େଇ ତାଲିବାନ ସହ ମଧ୍ୟ ହୋଇଥିଲା। ଏବେ ତାଲିବାନ ବନ୍ଧୁକ ମୁନରେ ଆଫଗାନକୁ ଦଖଲ କରିବା ପରେ ଅଲକାଏଦା ସଂଗଠନକୁ ଶୁଭେଚ୍ଛା ଜଣାଇଛି। ଏଥିସହ କଶ୍ମୀର ମଧ୍ୟ ସ୍ୱାଧୀନତା ପାଇବା ଦରକାର ବୋଲି କହିଛି।

ଗୋଟିଏ ବିବୃତି ଜାରି କରି ଅଲକାଏଦା କହିଛି, “ଇସଲାମର ଶତ୍ରୁମାନଙ୍କ କବଳରୁ ପାଲେଷ୍ଟାଇନ, ସୋମାଲିଆ, ୟେମେନ, କଶ୍ମୀର ଓ ବିଶ୍ୱରେ ଥିବା ସମସ୍ତ ଇସଲାମିକ ଜମିକୁ ସ୍ୱାଧୀନତା ମିଳିବା ଦରକାର। ଏଗୁଡ଼ିକ ଇସଲାମର ଶତ୍ରୁମାନଙ୍କ କବଳରୁ ମୁକ୍ତ ହେବା ଜରୁରୀ। ଓଃ ଆଲ୍ଲା! ବିଶ୍ୱରେ ଥିବା ସମସ୍ତ ମୁସଲିମ ବନ୍ଦୀମାନଙ୍କୁ ସ୍ୱାଧୀନତା ଦିଅନ୍ତୁ।”

ତାଲିବାନ ପୂରା ଆଫଗାନ ଦଖଲ କରିବା ନେଇ ବିଧିବଦ୍ଧ ଘୋଷଣା କରିଥିବାରୁ ଅଲକାଏଦା ସଂଗଠନକୁ ଶୁଭେଚ୍ଛା ମଧ୍ୟ ଜଣାଇଛି। ପରୋକ୍ଷରେ ଅଲକାଏଦା କଶ୍ମୀରକୁ ଦଖଲ କରିବାକୁ ଚାହୁଁଥିବା ଘୋଷଣା କରିଛି। କେବଳ ଅଲକାଏଦା ନୁହେଁ, ଲସ୍କର ଓ ଜୈଶ ଭଳି ଆତଙ୍କୀ ସଂଗଠନ ମଧ୍ୟ ତାଲିବାନର ଆଫଗାନ ଦଖଲରେ ଖୁସି ବ୍ୟକ୍ତ କରି ଶୁଭେଚ୍ଛା ଜଣାଇଛନ୍ତି।

ଏପରି କି ଜୈଶ ମୁଖ୍ୟ ମୌଲାନା ମାସୁଦ ଆଝାର ମଧ୍ୟ କଶ୍ମୀର ଅପରେସନରେ ତାଲିବାନର ସହାୟତା ଲୋଡ଼ିଥିବା ଖବର ମିଳିଛି। ଅଗଷ୍ଟ ତୃତୀୟ ସପ୍ତାହରେ ମାସୁଦ କାନ୍ଦାହାରରେ ତାଲିବାନ ନେତାଙ୍କୁ ଭେଟିଥିଲା। ଏହି ସମୟରେ ସେ ଜୈଶ କଶ୍ମୀରରେ ଚଳାଇଥିବା ଆତଙ୍କୀ କାର୍ଯ୍ୟକଳାପରେ ତାଲିବାନ ସହାୟତା କରୁ ବୋଲି ନିବେଦନ କରିଥିଲା। କିନ୍ତୁ ତାଲିବାନ ଏସମ୍ପର୍କରେ ଜୈଶକୁ କ’ଣ ପ୍ରତିଶ୍ରୁତି ଦେଇଛି, ସେକଥା ଜଣାପଡ଼ିନି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story