ହାଇକୋର୍ଟଙ୍କ ‘ଓରାଲ ସେକ୍ସ ଗମ୍ଭୀର ଯୌନ ଆକ୍ରମଣ ନୁହେଁ’ ବୟାନକୁ ନେଇ ବିବାଦ

ଲକ୍ଷ୍ନୌ: ଜଣେ ନାବାଳକ ସହ ଓରାଲ ସେକ୍ସ ପୋକ୍ସୋ ଆକ୍ଟ ଅଧୀନରେ ଥିବା ଗମ୍ଭୀର ଯୌନ ନିର୍ଯାତନା ଅଧୀନରେ ଆସୁନାହିଁ ବୋଲି ଆହ୍ଲାବାଦ ହାଇକୋର୍ଟ ଦେଇଥିବା ବୟାନ ବିବାଦ ସୃଷ୍ଟି କରିଛି। ଆହ୍ଲାବାଦ ହାଇକୋର୍ଟ ଦେଇଥିବା ଏହି ବୟାନକୁ ସୋଶାଲ ମିଡିଆରେ ଅନେକ ଲୋକ ସମାଲୋଚନା କରିଛନ୍ତି। ଏଥିସହ ନିକଟରେ ଶିଶୁ ଯୌନ ନିର୍ଯାତନା ମାମଲା ପାଇଁ ସ୍କିନ ଟୁ ସ୍କିନ ଟଚ୍‌ ଜରୁରୀ ନୁହେଁ ବୋଲି ସୁପ୍ରିମକୋର୍ଟ ଦେଇଥିବା ରାୟକୁ ମଧ୍ୟ ସୋଶାଲ ମିଡିଆ ବ୍ୟବହାରକାରୀ […]

HC

HC

Hemant Lenka
  • Published: Wednesday, 24 November 2021
  • Updated: 24 November 2021, 09:45 PM IST

Sports

Latest News

ଲକ୍ଷ୍ନୌ: ଜଣେ ନାବାଳକ ସହ ଓରାଲ ସେକ୍ସ ପୋକ୍ସୋ ଆକ୍ଟ ଅଧୀନରେ ଥିବା ଗମ୍ଭୀର ଯୌନ ନିର୍ଯାତନା ଅଧୀନରେ ଆସୁନାହିଁ ବୋଲି ଆହ୍ଲାବାଦ ହାଇକୋର୍ଟ ଦେଇଥିବା ବୟାନ ବିବାଦ ସୃଷ୍ଟି କରିଛି। ଆହ୍ଲାବାଦ ହାଇକୋର୍ଟ ଦେଇଥିବା ଏହି ବୟାନକୁ ସୋଶାଲ ମିଡିଆରେ ଅନେକ ଲୋକ ସମାଲୋଚନା କରିଛନ୍ତି। ଏଥିସହ ନିକଟରେ ଶିଶୁ ଯୌନ ନିର୍ଯାତନା ମାମଲା ପାଇଁ ସ୍କିନ ଟୁ ସ୍କିନ ଟଚ୍‌ ଜରୁରୀ ନୁହେଁ ବୋଲି ସୁପ୍ରିମକୋର୍ଟ ଦେଇଥିବା ରାୟକୁ ମଧ୍ୟ ସୋଶାଲ ମିଡିଆ ବ୍ୟବହାରକାରୀ ଉଠାଇଛନ୍ତି।

ବୁଧବାର କୋର୍ଟ ୧୦ ବର୍ଷର ବାଳକ ସହ ଯୌନ ନିର୍ଯାତନା ଭଳି ଅପରାଧ ଘଟାଇଥିବା ଜଣେ ବ୍ୟକ୍ତିର ଜେଲ ଦଣ୍ଡକୁ ଆହ୍ଲାବାଦ ହାଇକୋର୍ଟ ହ୍ରାସ କରିଥିଲେ। ଏହି ସମୟରେ ଜଷ୍ଟିସ ଅନୀଲ କୁମାର ଓଝା କହିଥିଲେ ଯେ “ଏହି ମାମଲାକୁ ବିଚାରକୁ ନେଲେ ଆବେଦନକାରୀ କରିଥିବା ଅପରାଧ ପୋକ୍ସୋ ଆକ୍ଟର ସେକ୍ସନ ୫/୬ ଅଧୀନରେ ଆସୁନାହିଁ। ସେହିପରି ପୋକ୍ସୋ ଆକ୍ଟର ସେକ୍ସନ ୯(ଏମ) ଅଧୀନରେ ମଧ୍ୟ ଏହାକୁ ବିଚାର କରାଯାଇ ପାରିବନି।

କାରଣ ଏହି ମାମଲା କେବଳ ପେନେଟ୍ରେଟିଭ ସେକ୍ସୁଆଲ ଆସଲ୍ଟ ଶ୍ରେଣରେ ଆସୁଛି। ସେସନ୍ସ କୋର୍ଟ ଅଭିଯୁକ୍ତଙ୍କୁ ଧାରା ୩୭୭ (ଅପ୍ରାକୃତି ଯୌନ ଅପରାଧ), ୫୦୬ (ଅପରାଧିକ ଧମକ) ଓ ପୋକ୍ସୋ ଆକ୍ଟର ସେକ୍ସନ ୬ ଅଧୀନରେ ଦୋଷୀ ସାବ୍ୟସ୍ତ କରିଛନ୍ତି। ତେବେ ଏହି ମାମଲା ଏକ ପେନେଟ୍ରେଟିଭ ଯୌନ ନିର୍ଯାତନା।  ତେଣୁ ଏହା କୌଣସି ପ୍ରକାରର ଗମ୍ଭୀର ଯୌନ ଶୋଷଣ କିମ୍ବା ଯୌନ ନିର୍ଯାତନା ଅଧୀନରେ ଆସୁନାହିଁ। କିନ୍ତୁ ପୋକ୍ସୋ ଆକ୍ଟର ସେକ୍ସନ ୪ ଅନୁଯାୟୀ(ଶୁଶୁଙ୍କୁ ଯୌନ ଶୋଷଣରୁ ସୁରକ୍ଷା) ବ୍ୟକ୍ତିଙ୍କୁ ଦଣ୍ଡବିଧାନ କରାଯାଇ ପାରିବ।”

୨୦୧୬ ମସିହାରେ ଜଣେ ବ୍ୟକ୍ତିଙ୍କ ବିରୋଧରେ ଝାନସୀ ଜିଲ୍ଲାରେ ଏଫଆଇଆର ରୁଜୁ ହୋଇଥିଲା। ସେ ମାତ୍ର ୨୦ ଟଙ୍କା ବଦଳରେ ଜଣେ ୧୦ ବର୍ଷୀୟ ବାଳକ ସହ ଓରାଲ ସେକ୍ସ କରିଥିଲେ। ଏଥିସହ ଏ ସମ୍ପର୍କରେ ସେ ଯଦି କାହାକୁ କହିବେ, ତା’ହେଲେ ଏହାର ପରିଣାମ ଭୟଙ୍କର ହେବ ବୋଲି ନାବାଳକଙ୍କୁ ଧମକ ମଧ୍ୟ ଦେଇଥିଲେ।

ଏଫଆଇଆରକୁ ଆଧାର କରି ଘଟଣାର ୪ ଦିନ ପରେ ଧାରା ୩୭୭, ୫୦୬ ଓ ପୋକ୍ସୋ ଆକ୍ଟର ସେକ୍ସନ ୫/୬ରେ ମାମଲା ରୁଜୁ କରାଯାଇଥିଲା। ଝାନସୀର ସ୍ୱତନ୍ତ୍ର ପୋକ୍ସୋ କୋର୍ଟ ମାମଲାର ଶୁଣାଣି କରି ଉକ୍ତ ବ୍ୟକ୍ତିଙ୍କୁ ୧୦ ବର୍ଷ ଜେଲ ଦଣ୍ଡ ଦେଇଥିଲେ। ଏହା ବିରୋଧରେ ସେ ଆହ୍ଲାବାଦ ହାଇକୋର୍ଟରେ ଆବେଦନ କରିଥିଲେ। ଏବେ ହାଇକୋର୍ଟ ଏପରି ବୟାନ ଦେବା ସହ ବ୍ୟକ୍ତିଙ୍କ ଦଣ୍ଡାଦେଶକୁ ୧୦ ବର୍ଷରୁ ୭ ବର୍ଷକୁ ହ୍ରାସ କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story