ଆନ୍ଦୋଳନରତ ଚାଷୀଙ୍କୁ ଟାର୍ଗେଟ କଲେ ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂହ

ନୂଆଦିଲ୍ଲୀ: ବିଭିନ୍ନ ଦାବି ନେଇ ଆନ୍ଦୋଳନ କରୁଥିବା ଚାଷୀ ସଂଗଠନର ସଦସ୍ୟମାନଙ୍କୁ ତୀବ୍ର ସମାଲୋଚନା କରିଛନ୍ତି ପଞ୍ଜାବ ମୁଖ୍ୟମନ୍ତ୍ରୀ କ୍ୟାପ୍ଟେନ ଅମରିନ୍ଦର ସିଂହ। ଏଥିସହ ଚାଷୀଙ୍କ ଆନ୍ଦୋଳନ ଯୋଗୁ ପଞ୍ଜାବ ଆର୍ଥିକ କ୍ଷତିର ସମ୍ମୁଖୀନ ହେଉଥିବା ମଧ୍ୟ ସେ ଅଭିଯୋଗ କରିଛନ୍ତି। କେନ୍ଦ୍ରର କୃଷି ଆଇନ ବିରୋଧରେ ଆନ୍ଦୋଳନ କରୁଥିବା ଚାଷୀଙ୍କୁ ମନେପକାଇ ଦେବାକୁ ଯାଇ ଶ୍ରୀ ସିଂହ କହିଛନ୍ତି, ପଞ୍ଜାବ ସରକାରଙ୍କ ପାଇଁ ଆଜି ସେମାନେ ଦିଲ୍ଲୀରେ ଆନ୍ଦୋଳନ କରିବାକୁ ସକ୍ଷମ ହୋଇଛନ୍ତି। ତେଣୁ ରାଜ୍ୟରେ […]

Punjab

Punjab

Hemant Lenka
  • Published: Monday, 13 September 2021
  • Updated: 13 September 2021, 07:55 PM IST

Sports

Latest News

ନୂଆଦିଲ୍ଲୀ: ବିଭିନ୍ନ ଦାବି ନେଇ ଆନ୍ଦୋଳନ କରୁଥିବା ଚାଷୀ ସଂଗଠନର ସଦସ୍ୟମାନଙ୍କୁ ତୀବ୍ର ସମାଲୋଚନା କରିଛନ୍ତି ପଞ୍ଜାବ ମୁଖ୍ୟମନ୍ତ୍ରୀ କ୍ୟାପ୍ଟେନ ଅମରିନ୍ଦର ସିଂହ। ଏଥିସହ ଚାଷୀଙ୍କ ଆନ୍ଦୋଳନ ଯୋଗୁ ପଞ୍ଜାବ ଆର୍ଥିକ କ୍ଷତିର ସମ୍ମୁଖୀନ ହେଉଥିବା ମଧ୍ୟ ସେ ଅଭିଯୋଗ କରିଛନ୍ତି।

କେନ୍ଦ୍ରର କୃଷି ଆଇନ ବିରୋଧରେ ଆନ୍ଦୋଳନ କରୁଥିବା ଚାଷୀଙ୍କୁ ମନେପକାଇ ଦେବାକୁ ଯାଇ ଶ୍ରୀ ସିଂହ କହିଛନ୍ତି, ପଞ୍ଜାବ ସରକାରଙ୍କ ପାଇଁ ଆଜି ସେମାନେ ଦିଲ୍ଲୀରେ ଆନ୍ଦୋଳନ କରିବାକୁ ସକ୍ଷମ ହୋଇଛନ୍ତି। ତେଣୁ ରାଜ୍ୟରେ ବିଭ୍ରାଟ ସୃଷ୍ଟି କରିବା ଅପେକ୍ଷା ଚାଷୀମାନେ କେନ୍ଦ୍ର ସରକାରକୁ କେମିତି ଚ୍ୟାଲେଞ୍ଜ କରିପାରିବେ, ତା’ ଉପରେ ଫୋକସ କରିବାକୁ ସେ ପରାମର୍ଶ ଦେଇଛନ୍ତି।

ହୋସିଆରପୁରର ମୁଖିଲାନା ଠାରେ ସରକାରୀ କଲେଜର ଭିତ୍ତିପ୍ରସ୍ଥର ସ୍ଥାପନ କରି ଶ୍ରୀ ସିଂହ କହିଛନ୍ତି, “ଯଦି ଚାଷୀମାନଙ୍କୁ ପଞ୍ଜାବରେ ରୋକା ଯାଇଥାଆନ୍ତା, ତା’ହେଲେ ସେମାନେ କେବେ ହେଲେ ଦିଲ୍ଲୀର ସିଙ୍ଘୁ କିମ୍ବା ଟିକରି ସୀମାରେ ପହଞ୍ଚି ପାରି ନଥାଆନ୍ତେ। ଆପଣମାନେ ହରିଆଣା ଓ ଦିଲ୍ଲୀରେ ଯାହା ଚାହୁଁଛନ୍ତି କରନ୍ତୁ। କିନ୍ତୁ ଆପଣମାନେ କାହିଁକି ପଞ୍ଜାବର କ୍ଷତି କରୁଛନ୍ତି? ଦିଲ୍ଲୀ ଓ ହରିଆଣାରେ ଯାହା କରିବାର ଅଛି କରନ୍ତୁ। କିନ୍ତୁ ପଞ୍ଜାବର କୌଣସି କ୍ଷତି କରନ୍ତୁ ନାହିଁ।”

ଦିଲ୍ଲୀ ଓ ହରିଆଣା ବ୍ୟତୀତ ପଞ୍ଜାବର ପ୍ରାୟ ୧୧୩ଟି ସ୍ଥାନରେ ଚାଷୀମାନେ ଆନ୍ଦୋଳନ କରୁଛନ୍ତି। ଏହି ଆନ୍ଦୋଳନ ରାଜ୍ୟ ବିକାଶକୁ ଗୁରୁତର ଭାବେ ପ୍ରଭାବିତ କରୁଥିବା ଶ୍ରୀ ସିଂହ କହିଛନ୍ତି। ପୂର୍ବରୁ ଚାଷୀଙ୍କ ଆନ୍ଦୋଳନକୁ ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂହ ସବୁ ସ୍ତରରେ ସମର୍ଥନ କରୁଥିଲେ। ହେଲେ ଆସନ୍ତାବର୍ଷ ବିଧାନସଭା ନିର୍ବାଚନ ଥିବା ବେଳେ ତାଙ୍କର ଏପରି ୟୁ-ଟର୍ଣ୍ଣ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos